TOP STORIESଅପରାଧଦେଶ- ବିଦେଶ

‘ଅପରେସନ ସିନ୍ଦୂର’ ଜରିଆରେ ପ୍ରତିଶୋଧ ନେଇଛି ଭାରତ

‘ଅପରେସନ ସିନ୍ଦୂର’ ଜରିଆରେ ପ୍ରତିଶୋଧ ନେଇଛି ଭାରତ

  • ଭାରତ ପାଇଁ ଗର୍ବର ରାତି ‘ମଙ୍ଗଳବାର ରାତି’
  •  ରାତି ଅଧିଆ ‘ଅପରେସନ ସିନ୍ଦୂର’
  •  ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ

 ନୂଆଦିଲ୍ଳୀ/ଭୁବନେଶ୍ୱର ୦୭.୦୫.୨୦୨୫(ଏସ .ଏମ ) : ଭାରତ ପାଇଁ ଗର୍ବର ରାତି ‘ମଙ୍ଗଳବାର ରାତି’। ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ ରାତି ଅଧିଆ ‘ଅପରେସନ ସିନ୍ଦୂର’ ଜରିଆରେ ପ୍ରତିଶୋଧ ନେଇଛି ଭାରତ। ସାରା ଦେଶ ରାତିରେ ଅଚିନ୍ତାରେ ଶୋଇଥିବା ବେଳେ ଶତ୍ରୁପକ୍ଷକୁ ଉଚିତ୍‌ ଜବାବ ଦେଉଥିଲେ ସାହସୀ ଭାରତୀୟ ସେନା। ଏପ୍ରିଲ୍‌ ୨୨ ତାରିଖରେ ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ୍‌ର ଆତଙ୍କବାଦୀମାନେ ଆକ୍ରମଣ କରି ୨୬ ଜଣ ଭାରତୀୟଙ୍କ ଜୀବନ ନେଇଥିଲେ। ଅନେକ ମାଆ, ଭଉଣୀଙ୍କ ମଥାର ସିନ୍ଦୂର ପୋଛି ଦେଇଥିଲା ନୀଚ ପାକିସ୍ତାନ। ମାଆଭଉଣୀଙ୍କ ସିନ୍ଦୂରର ପ୍ରତିଶୋଧ ରକ୍ତରେ ନେଇଛି ଭାରତୀୟ ସେନା। ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ମଧ୍ୟ ରାତ୍ରରେ ଆକ୍ରମଣ କରି ଉଚିତ ଜବାବ ଦେଇଛି ଭାରତ। ବାଃ ବାଃ କହୁଛି ପୂରା ଦେଶ। ଗର୍ବରେ ଫାଟିପଡୁଛି ଭାରତୀୟଙ୍କ ଛାତି। ସାରା ରାତି ଉଜାଗର ହୋଇ ‘ଅପରେସନ୍‌ ସିନ୍ଦୂର’ ଉପରେ ତୀକ୍ଷ୍ମ ନଜର ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀ। ପ୍ରଧାନମନ୍ତ୍ରୀ ପ୍ରତିଜ୍ଞା କରିଥିଲେ ଯେ ଭାରତ ପ୍ରତ୍ୟେକ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରିବ, ଟ୍ରାକ୍ କରିବ ଏବଂ ଦଣ୍ଡ ଦେବ। ମୋଦୀଙ୍କ ପ୍ରତିଜ୍ଞା କିଛି ମାତ୍ରାରେ ପୂରା ହୋଇଛି ବୋଲି କହିଲେ ଭୁଲ୍‌ ହେବ ନାହିଁ। ଆକ୍ରମଣର ଜବାବରେ ପାକିସ୍ତାନୀ ସେନା ପୁଞ୍ଚ-ରାଜୌରୀ ଅଞ୍ଚଳରେ ନିୟନ୍ତ୍ରଣ ରେଖାରେ ତୋପ ଗୁଳି ଚଳାଇଥିବା ସୂଚନା ରହିଛି। ଯେଉଁଥିରେ ତିନି ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ଭାରତୀୟ ଆକ୍ରମଣକୁ “ଯୁଦ୍ଧ କାର୍ଯ୍ୟ” ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଏହାର ଉପଯୁକ୍ତ ଜବାବ ଦିଆଯିବ। ପାକିସ୍ତାନ ଦାବି କରିଛି ଯେ ଆକ୍ରମଣରେ ମହିଳା ଏବଂ ଶିଶୁ ସମେତ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।ଆକ୍ରମଣ ପରେ ପରେ ଭାରତ ଶକ୍ତିଶାଳୀ ରା‌ଷ୍ଟ୍ର ଆମେରିକା, ରୁଷ, ୟୁକେ ଏବଂ ସାଉଦି ଆରବ ସମେତ ଅନେକ ପ୍ରମୁଖ ଦେଶକୁ ସୂଚନା ଦେଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *