LatestNewsTOP STORIESଘଟଣା ଦୁର୍ଘଟଣାଦେଶ- ବିଦେଶ

‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ୧୩ ମୃତ

‘ଅପରେସନ ସିନ୍ଦୂର’ ପରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ

  • ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର
  • କରି କୁପୱାଡା, ବାରାମୁଲ୍ଲା, ଉରି ଏବଂ ଅଖନୁର ବିପରୀତ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିଚାଳନା କରିଛି।
  • ଲଗାତର ୧୪ ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌।

ଜମ୍ମୁ-କଶ୍ମୀର/ନୂଆଦିଲ୍ଲୀ /ଭୁବନେଶ୍ୱର ୦୮.୦୫.୨୦୨୫(ଏସ .ଏମ ) : ମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର କରି କୁପୱାଡା, ବାରାମୁଲ୍ଲା, ଉରି ଏବଂ ଅଖନୁର ବିପରୀତ ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିଚାଳନା କରିଛି। ଲଗାତର ୧୪ ତମ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌। ଭାରତର ‘ଅପରେସନ ସିନ୍ଦୂର’ ଜବାବରେ ପାକିସ୍ତାନୀ ସେନା ତୀବ୍ର ତୋପ ଏବଂ ଗୁଳିଚାଳନା କରିବାରୁ ଚାରି ଶିଶୁ ଏବଂ ଜଣେ ସୈନିକଙ୍କ ସମେତ ତେର (୧୩) ଜଣଙ୍କର ମୃତ୍ୟୁ ହୋଇଛି। ଏପଟେ ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ । ୧୦ରୁ ଅଧିକ ପାକ୍ ଯବାନଙ୍କ ମୃତ୍ୟୁ । ଆକ୍ରମଣ ପଛରେ ଭାରତର ହାତ ଥିବା କହିଲା ପାକିସ୍ତାନ । ପାକିସ୍ତାନୀ ସେନା ଗାଡି ଯାଉଥିବା ବେଳେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବଲୁଚି ଆକ୍ରମଣ । ଆକ୍ରମଣରେ କିଛି ସ୍ପେଶାଲ ଅପରେସନ କମାଣ୍ଡର ସହ ସୈନିକଙ୍କ ମୃତ୍ୟୁ ହୋଇଛି । ରିମୋଟ କଂଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ବାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା କହିଛି ବିଏଲଏ । ପାକିସ୍ତାନ ସେନାର ଗଣମାଧ୍ୟମ ଓ ପିଆର ଟିମ୍, ଆଇଏସପିଆର ଆକ୍ରମଣରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି । ଭାରତର ପ୍ରୋକ୍ସି ସଙ୍ଗଠନଗୁଡିକ ବଲୁଚିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ସହ ସୁରକ୍ଷାକର୍ମଙ୍କୁ ଆକ୍ରମଣ କରୁଛନ୍ତି । ବଲୁଚ ଲିବେରେସନ ଆର୍ମିକୁ ଭାରତର ପ୍ରୋକ୍ସି ସଙ୍ଗଠନ ବୋଲି କହଛି ପାକ ସେନା । ପାକିସ୍ତାନର ଅମୀର ପୋଷ୍ଟ ଓ ଅଲ୍ଲୀ ଖାନ ବେସ୍ ମଧ୍ୟରେ ଆର୍ମି ଗାଡି ଉପରେ ଆକ୍ରମଣ କରାଯାଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *