ଦେଶ- ବିଦେଶରାଜନୀତି

ଅପ୍ରତ୍ୟାଶିତ ଗସ୍ତ କରିଥିବା କାରଣରୁ ରାହୁଲଙ୍କୁ ନିନ୍ଦା କରିଛି ଦିଲ୍ଲୀ ବିଶ୍ବବିଦ୍ୟାଳୟ

ଅପ୍ରତ୍ୟାଶିତ ଗସ୍ତ କରିଥିବା କାରଣରୁ ରାହୁଲଙ୍କୁ ନିନ୍ଦା କରିଛି ଦିଲ୍ଲୀ ବିଶ୍ବବିଦ୍ୟାଳୟ

ପୂର୍ବରୁ ଗସ୍ତର କିଛି ସୂଚନା‌ ନଦେଇ ଯାଇ ଦିଲ୍ଲୀ ୟୁନିଭରସିଟିରେ ପହଞ୍ଚିଛନ୍ତି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୦୫-୨୦୨୫(ଏସ .ଏମ ) : ପୂର୍ବରୁ ଗସ୍ତର କିଛି ସୂଚନା‌ ନଦେଇ ଯାଇ ଦିଲ୍ଲୀ ୟୁନିଭରସିଟିରେ ପହଞ୍ଚିଛନ୍ତି କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଗୁରୁବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଏକ ଅପ୍ରତ୍ୟାଶିତ ଗସ୍ତ କରିଥିବା କାରଣରୁ ରାହୁଲଙ୍କୁ ନିନ୍ଦା କରିଛି ଦିଲ୍ଲୀ ବିଶ୍ବବିଦ୍ୟାଳୟ।ବିଶ୍ୱବିଦ୍ୟାଳୟର ପ୍ରୋକ୍ଟର ପ୍ରଫେସର ରଜନୀ ଆବି ଏକ ବିବୃତିରେ କହିଛନ୍ତି ଯେ ଏପରି ଅଘୋଷିତ ଭାବେ ବିଶ୍ବବିଦ୍ୟାଳୟକୁ ରାହୁଲ ଗାନ୍ଧୀ ଦ୍ବିତୀୟ ଥର ପାଇଁ ଆସିଛନ୍ତି। ପୂର୍ବରୁ ସୂଚନା ନ ଦେଇ ଆଗରୁ ବି ସେ ଥରେ ଆସି ସାରିଛନ୍ତି। ବିବୃତିରେ ଲେଖାଯାଇଛି “ଆଜି ରାହୁଲ ଗାନ୍ଧୀ କର୍ତ୍ତୃପକ୍ଷଙ୍କୁ କୌଣସି ସୂଚନା ନ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆସିଥିଲେ। ସେ ପ୍ରାୟ ଗୋଟିଏ ଘଣ୍ଟା ପାଇଁ ଡିୟୁଏସ୍‌ୟୁ କାର୍ଯ୍ୟାଳୟରେ ରହିଥିଲେ। ଏହି ସମୟ ମଧ୍ୟରେ, ଡିୟୁଏସ୍‌ୟୁ (ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ)କୁ ସୁରକ୍ଷା କବଚ ଦ୍ୱାରା ଘେରାବନ୍ଦୀ କରାଯାଇଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ କୌଣସି ସୂଚନା ନଦେଇ ଆସିବାରେ ଏହା ଦ୍ବିତୀୟ ଥର।’’ବିଶ୍ୱବିଦ୍ୟାଳୟ ଏହା ମଧ୍ୟ ଅଭିଯୋଗ କରିଛି ଯେ ଅନେକ ଛାତ୍ରଙ୍କୁ ଡିୟୁଏସ୍‌ୟୁ ସଚିବଙ୍କ କୋଠରୀ ଭିତରେ ବନ୍ଦ କରି ଦିଆଯାଇଥିଲା ଏବଂ କଂଗ୍ରେସ ଦଳର ଛାତ୍ର ଶାଖା, ଭାରତୀୟ ଜାତୀୟ ଛାତ୍ର ସଂଘ (ଏନ୍‌ଏସ୍‌ୟୁଆଇ)ର ସଦସ୍ୟମାନେ ସେମାନଙ୍କ ସହିତ “ଦୁର୍ବ୍ୟବହାର” କରିଥିଲେ। ଗସ୍ତ ସମୟରେ ଡିୟୁଏସ୍‌ୟୁ ସଚିବଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।”ବିଶ୍ୱବିଦ୍ୟାଳୟ ଏପରି କାର୍ଯ୍ୟକୁ ନିନ୍ଦା କରେ ଏବଂ ଆଶା କରେ ଯେ ଭବିଷ୍ୟତରେ ଏପରି ନହୁଏ। ଏଥିରେ ଜଡିତ ଛାତ୍ରମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *