ଦେଶ- ବିଦେଶବାଣିଜ୍ୟରାଜ୍ୟ

ଅବହେଳିତ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ

ଅବହେଳିତ ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟ

  • ଖୋଲିପାରୁନି ଡିସ୍‌କଭରି ସେଣ୍ଟର୍‌
  • ଉଜୁଡ଼ି ଗଲାଣି ଭିତ୍ତିଭୂମି

ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟରେ ଖୋଲିବ ଡିସ୍‌କଭରି ସେଣ୍ଟର୍‌। ଏଥିରେ ଭାରତର ବିଭିନ୍ନ ରାଜ୍ୟର ଜୀବଜନ୍ତୁ, ପକ୍ଷୀ, ସରୀସୃପଙ୍କ ସମୂର୍ଣ୍ଣ ତଥ୍ୟ ମିଳିବ। ଫଳରେ ଛାତ୍ରଛାତ୍ରୀଙ୍କ ସମେତ ପରିବେଶବିତ୍‌ ଓ ଗବେଷକମାନେ ମଧ୍ୟ ଉପକୃତ ହୋଇପାରିବେ।

ଭୁବନେଶ୍ୱର ୨୮.୦୪.୨୦୨୫ (ଏସ .ଏମ ) : ପ୍ରାକୃତିକ ଐତିହ୍ୟ ସଂଗ୍ରହାଳୟରେ ଖୋଲିବ ଡିସ୍‌କଭରି ସେଣ୍ଟର୍‌। ଏଥିରେ ଭାରତର ବିଭିନ୍ନ ରାଜ୍ୟର ଜୀବଜନ୍ତୁ, ପକ୍ଷୀ, ସରୀସୃପଙ୍କ ସମୂର୍ଣ୍ଣ ତଥ୍ୟ ମିଳିବ। ଫଳରେ ଛାତ୍ରଛାତ୍ରୀଙ୍କ ସମେତ ପରିବେଶବିତ୍‌ ଓ ଗବେଷକମାନେ ମଧ୍ୟ ଉପକୃତ ହୋଇପାରିବେ। ତେବେ ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଡିସ୍‌କଭରି ସେଣ୍ଟର୍‌ ଗତ ବର୍ଷ ଅଗଷ୍ଟ ମାସରେ ଖୋଲିବାକୁ ଥିଲା। ହେଲେ କାର୍ଯ୍ୟ ପାଇଁ ଠିକ୍‌ ସମୟରେ ଟେଣ୍ଡର୍‌ ନହେବା ଓ ପରବର୍ତ୍ତୀ ଅବସ୍ଥାରେ ଠିକା ସଂସ୍ଥାର କୁପରିଚାଳନା ଯୋଗୁ ଏହା ହୋଇପାରିଲା ନାହିଁ। ପୁଣି ଚଳିତ ବର୍ଷ ଜାନୁଆରି ମାସ ଶେଷ ସୁଦ୍ଧା କାର୍ଯ୍ୟ ସାରିବାକୁ ମଧ୍ୟ କର୍ତ୍ତୃପକ୍ଷ ଉଦ୍ୟମ କରୁଥିଲେ ହେଲେ ଏଯାବତ୍‌ କାମ ସରିନାହିଁ।କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ସଂଗ୍ରଳାୟରେ ନିଃଶୁଳ୍କ ପ୍ରବେଶ ସୁଯୋଗ ଥିବାରୁ ପ୍ରତିବର୍ଷ ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ଘଟେ। ଭାରତର ବିଭିନ୍ନ ରାଜ୍ୟର ଜୀବଜନ୍ତୁ, ଉପକୂଳବର୍ତ୍ତୀ ଅଞ୍ଚଳ, ବିଭିନ୍ନ ପ୍ରଜାତିର ବୃକ୍ଷଲତାଙ୍କ ବିଷୟରେ ସମୂର୍ଣ୍ଣ ତଥ୍ୟ ଏଠାରେ ଦେଖିବାକୁ ମିଳେ। ଫଳରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ  ଓ ଛାତ୍ରଛାତ୍ରୀ ଏଠାକୁ ଆସନ୍ତି। ହେଲେ ବର୍ତ୍ତମାନ ଏହାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ସଂଗ୍ରହାଳୟର ପ୍ରବେଶପଥରେ ଥିବା ଛାତରୁ ପଲସ୍ତରା ଝଡ଼ି ଲୁହାଛଡ଼ ଦେଖାଗଲାଣି। ଏପରିକି ହଲ୍‌ ଭିତରେ ମଧ୍ୟ କିଛି ସ୍ଥାନରେ ପଲସ୍ତରା ଖସି ଯାଇଛି। 

ସେହିପରି ହଲ୍‌ଗୁଡ଼ିକରେ ଏସି ଅଚଳ ହୋଇପଡ଼ିଛି। ସେହିପରି ରାଜ୍ୟର ଜଳପ୍ରପାତ, ତାପଜ ବିଦ୍ୟୁତ କେନ୍ଦ୍ର, ଅବବାହିକା ଆଜି ବିଷୟରେ ଜାଣିବା ପାଇଁ ମ୍ୟାପ୍‌ରେ ଲଗାଯାଇଥିବା ଲାଇଟଗୁଡ଼ିକ ଆଉନାହିଁ। ପିଲାମାନେ ପୂର୍ବରୁ ଯେଉଁଭଲି ସୁଇଚ୍‌ ଚିପିଲେ ବିଭିନ୍ନ ଜିଲ୍ଲାରେ କେଉଁ କେଉଁ ସମ୍ପଦ ଅଛି ତାହା ଜାଣିପାରୁଥିଲେ, ବର୍ତ୍ତମାନ ତାହା ଆଉ ଜଣାପଡ଼ୁନାହିଁ। ଏପରିକି କିଛି ସୁଇଚ୍‌ ମଧ୍ୟ ଭାଙ୍ଗିଗଲାଣି। ତେବେ ଏନେଇ ସଂଗ୍ରାଳୟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏସି ଓ ଅନ୍ୟାନ୍ୟ ଉପକରଣ ମରାମତି ଚାଲିଛି। ସେହିପରି ଡିସ୍‌କଭରି ସେଣ୍ଟର୍‌ ପାଇଁ  ସିପିଡବ୍ଲ୍ୟୁଡି ସହ ଆଲୋଚନା ଚାଲିଛି। ଖୁବ ଶୀଘ୍ର କାମ ଆରମ୍ଭ ସାରିବାକୁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *