ବାଣିଜ୍ୟରାଜନୀତିରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଅଭିନଚନ୍ଦ୍ର ହୋମିଓପ୍ୟାଥିକରେ ଖୋଲିବ ଗବେଷଣା ଓ ବିଶ୍ଳେଷଣ ବିଭାଗ

ଅଭିନଚନ୍ଦ୍ର ହୋମିଓପ୍ୟାଥିକରେ ଖୋଲିବ ଗବେଷଣା ଓ ବିଶ୍ଳେଷଣ ବିଭାଗ

କଲେଜ ଛାତ୍ର ସଂସଦ ବାର୍ଷିକୋତ୍ସବରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୮.୦୫.୨୦୨୫(ଏସ .ଏମ ) :  ରାଜ୍ୟରେ ହୋମିଓପ୍ୟାଥି ଶିକ୍ଷାର ପ୍ରସାର ଓ ଲୋକପ୍ରିୟତା ବୃଦ୍ଧିରେ ଡ‌ା. ଅଭିନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ। ହୋମିଓପ୍ୟାଥିକ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏହା କେବଳ ରାଜ୍ୟ ନୁହେଁ, ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ। ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର ଓ ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିପାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆଜି ଡା. ଅଭିନଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ନୂତନ ଜରୁରିକାଳୀନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି।

କଲେଜ ଛାତ୍ର ସଂସଦ ବାର୍ଷିକୋତ୍ସବରେ ମୁଖ୍ୟମନ୍ତ୍ରୀ
ନୂତନ ଜରୁରିକାଳୀନ ୟୁନିଟ୍‌ର ଶିଳାନ୍ୟାସ
ପ୍ରତିଷ୍ଠା ହେବ ୩ ସମନ୍ୱିତ ଆୟୁଷ ଚିକିତ୍ସାଳୟ

ଏହାସହ କଲେଜରେ ଏକ ହୋମିଓପ୍ୟାଥିକ ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏକ ରକ୍ତଦାନ ଶିବିରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହାବିଦ୍ୟାଳୟ ଏକ ହୋମିଓପ୍ୟାଥି ଔଷଧ ତିଆରି କାରଖାନା ପରିଚାଳନା କରୁଛି। ଏଥିରୁ ପ୍ରସ୍ତୁତ ଔଷଧ ବିଭିନ୍ନ ହସ୍ପିଟାଲକୁ ଦିଆଯାଉଛି। ରାଜ୍ୟରେ ଆୟୁଷ ଚିକିତ୍ସାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ୩ଟି ସମନ୍ୱିତ ଆୟୁଷ ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ଅଭିନଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ପ୍ରାମାଣିକ ଚିକିତ୍ସା ପଦ୍ଧତିକୁ ଆହୁରି ଜନାଭିମୁଖୀ କରିଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଡବଲ୍‌ ଇଞ୍ଜିନ୍‌ ସରକାର ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟକୁ ସରକାର ଅତିକ୍ରମ କରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂହ, ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ. ଏସ୍‌, ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର, ଏଲ୍‌.କେ. ନନ୍ଦ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷା ଡା. ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ଓ ଛାତ୍ର ସଂସଦର ସଭାପତି ଲିପକ ମହାପାତ୍ର ବିବରଣୀ ପାଠ କରିଥିଲେ। ସାଧାରଣ ସମ୍ପାଦକ ସୌମ୍ୟ ଦର୍ଶନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *