ଦେଶ- ବିଦେଶରାଜ୍ୟସମସ୍ୟା ଭିତ୍ତିକ ଖବର

ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଘୃଣା ସୃଷ୍ଟିକାରୀ ଭାଷଣକୁ ସହ୍ୟ କରାଯିବ ନାହିଁ : ସୁପ୍ରିମକୋର୍ଟ

ଅଭିବ୍ୟକ୍ତିର ସ୍ବାଧୀନତା ନାମରେ ଘୃଣା ସୃଷ୍ଟିକାରୀ ଭାଷଣକୁ ସହ୍ୟ କରାଯିବ ନାହିଁ : ସୁପ୍ରିମକୋର୍ଟ

ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ସୁପ୍ରିମକୋର୍ଟ ଅଧିକ କଠୋର ହେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ସୃଷ୍ଟିକାରୀ ଭାଷଣକୁ ଗମ୍ଭୀରତାର ସହ ନେବା ସହ ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର୧୪-୦୭-୨୦୨୫( ଏସ .ଏମ ) : ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ସୁପ୍ରିମକୋର୍ଟ ଅଧିକ କଠୋର ହେବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ସୃଷ୍ଟିକାରୀ ଭାଷଣକୁ ଗମ୍ଭୀରତାର ସହ ନେବା ସହ ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୋଗ ଦାଖଲକୁ ଅପେକ୍ଷା ନକରି ପୋଲିସ ନିଜଆଡ଼ୁ ଏତଲା ରୁଜୁ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

ଆଜିକାଲି ‘ଅଭିବ୍ୟକ୍ତିର ସ୍ୱାଧୀନତା’ ନାମରେ ସବୁକିଛିକୁ ଯଥାର୍ଥ ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ବିପଜ୍ଜନକ। କୋର୍ଟ କହିଛନ୍ତି ଯେ ଘୃଣା ସୃଷ୍ଟିକାରୀ ଭାଷଣ ଦେଶର ଧର୍ମନିରପେକ୍ଷ ଢାଞ୍ଚା ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ।

ଅଦାଲତ କହିଛନ୍ତି ଯେ ଘୃଣା ସୃଷ୍ଟିକାରୀ ଭାଷଣକୁ ବରଦାସ୍ତ କରାଯିବ ନାହିଁ । ଏହା ଏକ ବଡ଼ ବିପଦରେ ପରିଣତ ହେଉଛି ଯାହାକୁ ବଢିବାରୁ ରୋକିବାକୁ ପଡିବ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ସୋସିଆଲ ମିଡିଆରେ ପ୍ରସାରିତ ଘୃଣା ସୃଷ୍ଟିକାରୀ ଭାଷଣ ବେଶ୍ ଚିନ୍ତାଜନକ ଏବଂ ଏହାକୁ ଅଟକାଇବାର ଆବଶ୍ୟକତା ରହିଛି। ଆଜିକାଲି ‘ଅଭିବ୍ୟକ୍ତିର ସ୍ୱାଧୀନତା’ ନାମରେ ସବୁକିଛିକୁ ଯଥାର୍ଥ ବୋଲି ପ୍ରମାଣ କରିବା ପାଇଁ ଚେଷ୍ଟା କରାଯାଉଛି, ଯାହା ଅତ୍ୟନ୍ତ ବିପଜ୍ଜନକ। କୋର୍ଟ କହିଛନ୍ତି ଯେ ଘୃଣା ସୃଷ୍ଟିକାରୀ ଭାଷଣ ଦେଶର ଧର୍ମନିରପେକ୍ଷ ଢାଞ୍ଚା ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *