ରାଜ୍ୟ

ଅସତ୍ୟ ଉପରେ ସତ୍ୟର ବିଜୟ

ଅସତ୍ୟ ଉପରେ ସତ୍ୟର ବିଜୟ…

ଜଳିଗଲା ରାବଣ, ସବୁଠି ରାବଣ ପୋଡ଼ିର ଝଲକ

ଭୁବନେଶ୍ୱର ୦୨-୧୦-୨୦୨୫(ଏସ .ଏମ .) : ଳିଗଲା ରାବଣ, ଅଧର୍ମ ଉପରେ ଧର୍ମର ହେଲା ପ୍ରତିଷ୍ଠା । ଆଜି ବିଜୟା ଦଶମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ ହୋଇଛି । ରାଜ୍ୟ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡିର ଝଲକ ଦେଖିବାକୁ ମିଳିଛି ।ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରାବଣ ପୋଡି ଉତ୍ସବ ଦେଖିବାକୁ ମିଳିଛି । ଯଦିଏ ଓଡିଶାରେ ବର୍ଷା ରାବଣ ପୋଡ଼ି ବନ୍ଦ ଆଶଙ୍କାକୁ ବଢାଇ ଦେଇଥିଲା ଏବଂ ଅନେକ ସ୍ଥାନରେ ରାବଣ ପୋଡ଼ି ସମୟରେ ବର୍ଷା ଲାଗି ରହିଥିଲା ମାତ୍ର ଶେଷରେ ରାବଣ ଦହନ ହୋଇଛି ।ରାଜଧାନୀ ଭୁବନେଶ୍ବର ଏଥର ୧୨ଟି ବଦଳରେ ୭ଟି ସ୍ଥାନରେ ରାବଣପୋଡ଼ି ଆୟୋଜିତ ହୋଇଛି । ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା, ବାଙ୍କୁଆଳ, ଗୋପାଳପୁର (ଯାଆଁଳା), କିଟ୍‌ ରୋଡ ଓ କପିଳପ୍ରସାଦ ଫୁଟବଲ୍‌ ପଡ଼ିଆରେ ରାବଣପୋଡ଼ି ଦେଖିବାକୁ ମିଳିଛି । ଏଥିସହ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ ରାବଣପୋଡ଼ି ଦେଖିବାକୁ ମିଳିଛି । ବରଗଡ଼,ରାଉରକେଲା, ସମ୍ବଲପୁରରେ ଜୋରଦାର ହୋଇଛି ରାବଣ ପୋଡ଼ି । ତେବେ ଖାଲି ରାଜ୍ୟରେ ନୁହେଁ ଦେଶର ରାଜଧାନୀ ଦିଲ୍ଲୀରେ ବି ଦମଦାମ ହୋଇଛି ରାବଣ ପୋଡି । ମୁଖ୍ଯମନ୍ତ୍ରୀ ରେଖା ଗୁପ୍ତା ତୀର ମାରି ରାବଣରେ ଅଗ୍ନି ସଂଯୋଗ କରି ରାବଣ ପୋଡି ଉତ୍ସବକୁ ଶୁଭାରମ୍ଭ କରିଛନ୍ତି ।ସେପଟେ ଚଣ୍ଡିଗଡ, ଝାଡଖଣ୍ଡ, ମଧ୍ଯପ୍ରଦେଶ, ପଞ୍ଜାବ, ଗୁଜୁରାଟ ଆଦି ସ୍ଥାନରେ ରାବଣ ପୋଡିକୁ ବେଶ ଧୂମଧାମରେ ପାଳିତ ହୋଇଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *