LatestNewsTOP STORIESଦୁର୍ନୀତିରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ହାଉସିଂ ବୋର୍ଡ

ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି ହାଉସିଂ ବୋର୍ଡ…

ସେବାରୁ ବଞ୍ଚିତ ହିତାଧିକାରୀ, ବାସଗୃହ ଯୋଜନା ନାହିଁ

ରାଉରକେଲା/ଭୁବନେଶ୍ୱର ୩୧-୦୫-୨୦୨୫(ଏସ .ଏମ ) : ରାଉରକେଲାର ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ପ୍ରକଳ୍ପ ଯୋଗାଇବାକୁ ତତ୍କାଳୀନ ସରକାର ପଦକ୍ଷେପ ନେଇଥିଲେ। ଏଣୁ ଭୁବନେଶ୍ବର ପରେ ରାଉରକେଲାରେ ୧୯୭୭ ମସିହାରେ ବାସନ୍ତୀକଲୋନିରେ ସ୍ଥାପିତ ହୋଇଥିଲା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି)ର ପ୍ରକଳ୍ପ କାର୍ଯ୍ୟାଳୟ। ପରବର୍ତ୍ତୀ ସମୟରେ ବାସନ୍ତୀକଲୋନି ଓ ଛେଣ୍ଡ୍‌ରେ ବାସଗୃହ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଶେଷଥର ପାଇଁ ୨୦୦୪ ମସିହାରେ କାର୍ଯ୍ୟାଳୟ ପକ୍ଷରୁ ପ୍ରକଳ୍ପ ହାତକୁ ନିଆଯାଇଥିଲା। ଇତିମଧ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତିଲାଣି, କିନ୍ତୁ ନୂଆ ପ୍ରକଳ୍ପ ପାଇଁ ଉଦ୍ୟମ କରାଯାଉନି। କାର୍ଯ୍ୟାଳୟ ଏବେ କେବଳ ନାଁରେ ସୀମିତ ରହିଥିବାରୁ ହିତାଧିକାରୀ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାସ୍ତବରେ ଏହି ପ୍ରକଳ୍ପ କାର୍ଯ୍ୟାଳୟ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି।
 
Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *