ଦେଶ- ବିଦେଶବାଣିଜ୍ୟ

ଅସ୍ତ୍ରବିରତି ପରେ ୩୨ଟି ବିମାନବନ୍ଦର ସ୍ୱାଭାବିକ

ଅସ୍ତ୍ରବିରତି ପରେ ୩୨ଟି ବିମାନବନ୍ଦର ସ୍ୱାଭାବିକ

ଖୋଲିବାକୁ ନିର୍ଦ୍ଦେଶ ଦେଲା ଏଏଆଇ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୨ – ୦୫ – ୨୦୨୫ (ଏସ .ଏମ ) :  ‘ଅପରେସନ ସିନ୍ଦୂର’ ସମୟରେ ବନ୍ଦ ହୋଇଥିବା ୩୨ଟି ବିମାନବନ୍ଦରକୁ ପୁଣିଥରେ ଖୋଲାଯାଇଛି। ସୋମବାର ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ବିମାନବନ୍ଦର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଦେଶର ଉତ୍ତର ଏବଂ ପଶ୍ଚିମ ଭାଗରେ ଥିବା ୩୨ଟି ବିମାନବନ୍ଦର ଖୋଲିବା ପାଇଁ ଏୟ‌ାରପୋର୍ଟ ଅଥୋରିଟି ଅଫ୍ ଇଣ୍ଡିଆ(ଏଏଆଇ) ବିମାନ କମ୍ପାନିକୁ ନୋଟିସ୍ ଜାରି କରିଛି।ଏହି ବିମାନବନ୍ଦରଗୁଡ଼ିକରେ ଅଦମପୁର, ଅମ୍ବାଲା, ଅମୃତସର, ଅବନ୍ତୀପୁର, ଭଟିଣ୍ଡା, ଭୁଜ, ବିକାନେର, ଚଣ୍ଡିଗଡ଼, ହଲୱାରା, ହିଣ୍ଡନ, ଜୈସଲମେର, ଜମ୍ମୁ, ଜାମନଗର, ଯୋଧପୁର, କାଣ୍ଡଲା, କାଙ୍ଗଡା (ଗଗଲ), କିଶନଗଡ଼, କୁଲ୍ଲୁ ମନାଲୀ, ଲେହ, ଲୁଧିଆନା, ମୁନ୍ଦ୍ରା, ନଲିୟା,ପଠାନକୋଟ, ପଟିଆଲା, ପୋରବନ୍ଦର, ରାଜକୋଟ (ହିରାସର), ସରସାସ୍ୱା, ଶିମଲା, ଶ୍ରୀନଗର, ଥୋଏସ୍ ଏବଂ ଉତ୍ତରଲାଇ ଅନ୍ତର୍ଭୁକ୍ତ । ର୍ଅପରେସନ ସିନ୍ଦର୍ର୍ ପାଇଁ ୩୨ଟି ବିମାନବନ୍ଦର ବନ୍ଦ ହେବା ପରେ ୨୦୦ରୁ ଅଧିକ ବିମାନ ବାତିଲ ଏବଂ ପ୍ରଭାବିତ ହୋଇଥିଲା। ମେ’ ୧୦ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ଏବଂ ରବିବାର ନିୟନ୍ତ୍ରଣ ରେଖାକୁ ଶାନ୍ତି ଫେରିବା ପରେ, ଏଏ୍ଆଇ ୩୨ଟି ବିମାନବନ୍ଦର ପୁନଃ ଖୋଲିବା ନେଇ ଏକ ନୋଟିସ୍ ଜାରି କରିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *