Sportsଖେଳଦେଶ- ବିଦେଶ

ଆଇପିଏଲ : କୋଲକାତାକୁ ୧୧୦ ରନରେ ହରାଇଲା ହାଇଦ୍ରାବାଦ

ଆଇପିଏଲ : କୋଲକାତାକୁ ୧୧୦ ରନରେ ହରାଇଲା ହାଇଦ୍ରାବାଦ

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୮ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ରେକର୍ଡ ୧୧୦ ରନ ବ୍ୟବଧାନରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ 

ନୂଆଦିଲ୍ଲୀ /ଭୁବନେଶ୍ୱର୨୬-୦୫-୨୦୨୫ (ଏସ .ଏମ )  : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୮ତମ ମ୍ୟାଚରେ କୋଲକାତା ନାଇଟରାଇଡର୍ସକୁ ରେକର୍ଡ ୧୧୦ ରନ ବ୍ୟବଧାନରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ ।  ୨୭୯ ରନ ଲକ୍ଷ୍ୟର ଜବାବରେ କୋଲକାତା ମାତ୍ର ୧୬୮ ରନ କରି ଅଲଆଉଟ ହୋଇଯାଇଥିଲା । କୋଲକାତା ପକ୍ଷରୁ ମନିଷ ପାଣ୍ଡେ ୩୭ ରନ କରିଥିବାବେଳେ ହର୍ଷିତ ରାଣା ୩୪ ରନ ଓ ସୁନୀଲ ନାରାୟଣ ୩୧ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଜୟଦେବ ଉନାଦକଟ, ହର୍ଷ ଦୁବେ ଓ ଇଶାନ ମାଲିଙ୍ଗା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଆରମ୍ଭରୁ ହିଁ ଦ୍ରୁତ ଗତିଲେ ସ୍କୋର କରିବା ଆରମ୍ଭ କରିଦେଇଥିଲେ । ହେଡ୍ ୭୬ ରନ କରିଥିବାବେଳେ ଅଭିଷେକ  ୩୨ ରନ  କରିଥିଲେ । ତେବେ ଆଜିର ଦିନ ଥିଲା ହେନେରିକ କ୍ଲାସେନଙ୍କର । ଅଭିଷେକ ଆଉଟ ହେବା ପରେ ୩ୟ ସ୍ଥାନରେ ଆସିଥିବା କ୍ଲାସେନ କୋଲକାତା ବୋଲରଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ଓ ମାତ୍ର ୩୭ଟି ବଲରେ ଶତକ ଅର୍ଜନ କରିଥିଲେ । ନିଜର ଏହି ଇନିଂସରେ ସେ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେ ମୋଟ ୧୦୫ ରନ କରିଥିଲେ ।  ଇଶାନ କିଷନ ୨୯ ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨୭୮ ରନ କରିଥିଲା । ଆଇପିଏଲର ସର୍ବାଧିକ ସ୍କୋର ରେକର୍ଡ ମଧ୍ୟ ହାଇଦ୍ରାବାଦ ନାଁରେ ରହିଛି । ହାଇଦ୍ରାବାଦ ଗତ ବର୍ଷ ଆରସିବି ବିରୋଧରେ ୨୮୭ ରନ କରିଥିଲା । 

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *