ରାଜ୍ୟ

ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ନାହିଁ ଇକୋ ବ୍ୟବସ୍ଥା

ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ନାହିଁ ଇକୋ ବ୍ୟବସ୍ଥା

ରୋଗ ଯନ୍ତ୍ରଣାକୁ ବଳିପଡୁଛି ପରୀକ୍ଷା ପାଇଁ ଧାଁଧପଡ଼ କଷ୍ଟ

କର୍କଟ ରୋଗ ଯନ୍ତ୍ରଣାକୁ ବଳି ପଡୁଛି ପରୀକ୍ଷା ପାଇଁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରୁ ଏସ୍‌ସିବିକୁ ଧାଁ ଧପଡ଼ ଓ ଲମ୍ବା ଧାଡ଼ିରେ ରହି ରିପୋର୍ଟକୁ ଅପେକ୍ଷା।

କଟକ ୩୦-୦୪-୨୦୨୫ (ଏସ.ଏମ ) : ର୍କଟ ରୋଗ ଯନ୍ତ୍ରଣାକୁ ବଳି ପଡୁଛି ପରୀକ୍ଷା ପାଇଁ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରୁ ଏସ୍‌ସିବିକୁ ଧାଁ ଧପଡ଼ ଓ ଲମ୍ବା ଧାଡ଼ିରେ ରହି ରିପୋର୍ଟକୁ ଅପେକ୍ଷା। ବ୍ୟାଟେରୀ ଗାଡ଼ି, ହୁଇଲ୍‌ ଚେୟାର ଏମିତିକି ଅନେକ ସମୟରେ ରୋଗୀଙ୍କୁ ଟେକି ଟେକି ପରୀକ୍ଷା ପାଇଁ ନେଉଛନ୍ତି ସଂପର୍କୀୟ। ନିହାତି ଆବଶ୍ୟକ ପଡୁଥିବା ଇକୋ ପରୀକ୍ଷା ବ୍ୟବସ୍ଥା ଏଯାଏଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ହୋଇ ପାରୁ ନଥିବାରୁ ରୋଗୀ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କର୍କଟ ରୋଗୀଙ୍କ କେମୋଥେରାପି ଅଥବା କୌଣସି ପ୍ରକାର ଅସ୍ତ୍ରୋପଚାର ପୂର୍ବରୁ ଇକୋ ପରୀକ୍ଷା କରାଯାଇ ଫିଟ୍‌ ପ୍ରମାଣପତ୍ର ଆଣିବାର ଆବଶ୍ୟକତା ଥାଏ। କିନ୍ତୁ ଏ ସବୁ ପାଇଁ ରୋଗୀଙ୍କୁ ଏସ୍‌ସିବି ହୃଦ୍‌ରୋଗ ବିଭାଗ ଉପରେ ନିର୍ଭର କରିବାକୁ ପଡୁଛି। ବର୍ଷକୁ ହାରାହାରି ଭାବେ ଅସ୍ତ୍ରୋପଚାର ପାଇଁ ସାଢ଼େ ୩ ହଜାର କର୍କଟ ରୋଗୀ ଓ କେମୋ ପାଇଁ ୧୦ହଜାରରୁ ଅଧିକ ରୋଗୀ ଏସ୍‌ସିବି ଉପରେ ନିର୍ଭର କରୁଛନ୍ତି। 

୨୦୨୨-୨୩ରେ ୭୮୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୨୩-୨୪ରେ ୯୮୭ଜଣଙ୍କର ମୃତ୍ୟୁ ଘଟିଥିବା କର୍କଟ କେନ୍ଦ୍ରର ତଥ୍ୟ କହୁଛି। ଏହା ବାହ‌ାରେ ଅନେକ ରୋଗୀଙ୍କର ବି ଜୀବନ ଯାଇଥିବା କୁହାଯାଉଛି। କର୍କଟ କେନ୍ଦ୍ରରେ ୨୦୨୨-୨୩ରେ ୨୮୭୫ଟି ଓ ୨୦୨୩-୨୪ରେ ୨୯୧୪ଟି ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପୂର୍ବରୁ ଇକୋ ପରୀକ୍ଷା ନିହାତି ଆବଶ୍ୟକ ଥିଲେ ବି ଏହି ବ୍ୟବସ୍ଥା କର୍କଟ କେନ୍ଦ୍ରରେ ନଥିବାରୁ ରୋଗୀଙ୍କୁ ଏସ୍‌ସିବି ହୃଦ୍‌ରୋଗ ବିଭାଗକୁ ପଠାଯାଉଛି।  କେମୋଥେରାପି ନେବାକୁ ଥିବା ରୋଗୀ ବି ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏ ଦିଗରେ ରାଜ୍ୟ ସରକାର ଓ କର୍କଟ କେନ୍ଦ୍ର କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *