ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ‘ଆହେ ନୀଳଶଇଳ’
ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ‘ଆହେ ନୀଳଶଇଳ’
୯ରୁ ୧୨ ସବୁ ସୋ’ ହାଉସ୍ ଫୁଲ୍
ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆସନ୍ତାକାଲି (ବୁଧବାର) ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ।
ଭୁବନେଶ୍ୱର ୦୯-୦୪-୨୦୨୫(ଏସ.ଏମ) : ସାରା ଓଡ଼ିଶାର ନାଟ୍ୟପ୍ରେମୀ ଦର୍ଶକ ଓ ଜନସାଧାରଣଙ୍କ ଅନୁରୋଧକ୍ରମେ ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ଆସନ୍ତାକାଲି (ବୁଧବାର) ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ସଂଧ୍ୟା ୬ଟାରେ ମଞ୍ଚସ୍ଥ ହେବ। ନାଟକ ମଞ୍ଚସ୍ଥ ନେଇ ଘୋଷଣା ହେବା ପରେ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା। ବଡ଼ କଥା ହେଲା ନାଟକ ମଞ୍ଚସ୍ଥ ହେବା ଦିନର ଯଥେଷ୍ଟ ପୂର୍ବରୁ ସମସ୍ତ ୪ ଦିନର ସୋ’ ହାଉସ୍ ଫୁଲ୍ ହୋଇଯାଇଛି ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସସନ୍ସ’ ଏହି ନାଟକ ପ୍ରସ୍ତୁତ କରୁଛି। ମୋଗଲ ଶାସନାଧୀନ ଓଡ଼ିଶାରେ ହିନ୍ଦୁ ବିଦ୍ବେଷୀ ନାଏବ ନଜିମ୍ର ବିଷ ଦୃଷ୍ଟିରୁ କିଭଳି ମହାପ୍ରଭୁଙ୍କ ମାନ ରକ୍ଷା ଲାଗି ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବ ବହୁ କଷ୍ଟ ସହିଛନ୍ତି ଓ ଅତ୍ୟାଚାରର ଶିକାର ହୋଇଛନ୍ତି ତାହା ଉପସ୍ଥାପିତ ହୋଇଛି। ଏହାର କାହାଣୀ କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ।ଚକଲେଟ୍ ପ୍ରଡକ୍ସନ୍ସ ପକ୍ଷରୁ ନିବେଦିତ ‘ଆହେ ନୀଳଶଇଳ’ର ୨୪ଟି ସୋ’ ରାଜ୍ୟ ତଥା ରାଜ୍ୟ ବାହାରେ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଟିକେଟ୍ ବୁକିଂରୁ ବାରି ହୋଇ ପଡ଼ିଛି। ‘ବୁକ୍ ମାଇଁ ସୋ’ ୱେବ୍ସାଇଟ୍ରେ ଆଗ୍ରହୀ ଦର୍ଶକ ସମସ୍ତ ଟିକେଟ୍ କିଣି ସାରିଛନ୍ତି।