Newsରାଜ୍ୟ

ଆଜିଠୁ ରାଉରକେଲା ଦେଇ ଯାଉଥିବା ବହୁ ଏକ୍ସପ୍ରେସ୍‌ ଓ ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି।

ଆଜିଠୁ ରାଉରକେଲା ଦେଇ ଯାଉଥିବା ବହୁ ଏକ୍ସପ୍ରେସ୍‌ ଓ ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି।

ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଆଜି (ରବିବାର)ଠୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ରାଉରକେଲା ଦେଇ ଯାଉଥିବା ବହୁ ଏକ୍ସପ୍ରେସ୍‌ ଓ ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି।

ରାଉରକେଲା/ଭୁବନେଶ୍ୱର ୨୦.୦୪.୨୦୨୫ (ଏସ .ଏମ ) : କ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅଧୀନରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଆଜି (ରବିବାର)ଠୁ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ରାଉରକେଲା ଦେଇ ଯାଉଥିବା ବହୁ ଏକ୍ସପ୍ରେସ୍‌ ଓ ପାସେଞ୍ଜର ଟ୍ରେନ୍‌ ବାତିଲ ହୋଇଛି। କିଛି‌ ଟ୍ରେନ୍‌ର ଗନ୍ତବ୍ୟସ୍ଥଳକୁ ହ୍ରାସ କରାଯାଇଛି। ହଟିଆ-ରାଉରକେଲା ପାସେଞ୍ଜର ଆସନ୍ତାକାଲି ( ରବିବାର)ଠୁ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ରାଉରକେଲା -ହଟିଆ ଆଗାମୀ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ରାଉରକେଲା-ଟାଟାନଗର ମେମୁ ଓ ଟାଟାନଗର-ରାଉରକେଲା ମେମୁ ଆସନ୍ତା ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସ୍‌ ଆସନ୍ତାକାଲି (ରବିବାର)ଠୁ ୨୨ ତାରିଖ, ୨୪ ଓ ୨୫ ତାରିଖ ବାତିଲ ହୋଇଛି। ହଟିଆ -ପୁରୀ ତପସ୍ବିନୀ ଏକ୍ସପ୍ରେସ୍‌ ଆସନ୍ତା ୨୧ରୁ ୨୩ ତାରିଖ, ୨୫ ଓ ୨୬ ତାରିଖ ବାତିଲ ହୋଇଛି। ବୀରମିତ୍ରପୁର -ବରସୁଆଁ ପାସେଞ୍ଜର ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ହଟିଆ-ଝାରସୁଗୁଡା -ହଟିଆ ଏକ୍ସପ୍ରେସ୍‌, ରାଉରକେଲା-ଝାରସୁଗୁଡା-ରାଉରକେଲା ମେୁ, ରାଉରକେଲା-ଚକ୍ରଧରପୁର-ରାଉରକେଲା ମେମୁ ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ରାଉରକେଲା-ପୁରୀ ଏକ୍ସପ୍ରେସ୍‌ ଆସନ୍ତା ୨୪ ଓ ୨୫ ତାରିଖ, ପୁରୀ-ରାଉରକେଲା ଏକ୍ସପ୍ରେସ୍‌ ୨୫ ଓ ୨୬ ତାରିଖ ବାତିଲ ହୋଇଛି। ହଟିଆ -ଦୁର୍ଗ ସ୍ବତନ୍ତ୍ର ଆସନ୍ତା ୨୪, ଦୁର୍ଗ-ହଟିଆ ସ୍ବତନ୍ତ୍ର ଆସନ୍ତା ୨୫ ତାରିଖ ବାତିଲ ହୋଇଛି। ସେମିତି ଟାଟାନଗର-ବିଳାସପୁର ଏକ୍ସପ୍ରେସ୍‌ ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଗଡିବ ନାହିଁ। ଭୁବନେଶ୍ବର-ଧାନବାଦ ସ୍ବତନ୍ତ୍ର ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଧାନବାଦ-ଭୁବନେଶ୍ବର ସ୍ବତନ୍ତ୍ର ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଗୁଣପୁର-ରାଉରକେଲା ଏକ୍ସପ୍ରେସ୍‌ ଆସନ୍ତା ୨୪ରେ, ରାଉରକେଲା-ଗୁଣପୁର ଏକ୍ସପ୍ରେସ୍‌ ୨୫ରେ ବାତିଲ ହୋଇଛି। ଟାଟାନଗର-ଏନ୍‌ଏସ୍‌ସି ବୋଷ୍‌ ଇତୱାରୀ-ଟାଟାନଗର ଏକ୍ସପ୍ରେସ୍‌ ଆସନ୍ତା ୨୫ ଓ ୨୬ ଦୁଇ ଦିନ ବାତିଲ ହୋଇଛି। କଣ୍ଟାବାଞ୍ଜି/ଟିଟିଲାଗଡ଼-ହାୱଡା ଇସ୍ପାତ ଏକ୍ସପ୍ରେସ୍‌ ଆସନ୍ତା ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ହାୱଡା-ରାଉରକେଲା-ହାୱଡା ବନ୍ଦେଭାରତ ଏକ୍ସପ୍ରେସ୍‌ ଆସନ୍ତା ୨୫ରେ ରାଉରକେଲା ପରିବର୍ତ୍ତେ ଚକ୍ରଧରପୁର ଷ୍ଟେସନ ପର୍ଯ୍ୟନ୍ତ ଚାଲିବ। ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆସନ୍ତା ୨୫ରେ ରାଉରକେଲା ପରିବର୍ତ୍ତେ ଝାରସୁଗୁଡା ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *