LatestNewsTOP STORIESଅପରାଧଘଟଣା ଦୁର୍ଘଟଣାଦୁର୍ନୀତିରାଜନୀତିରାଜ୍ୟସମସ୍ୟା ଭିତ୍ତିକ ଖବର

ଆଜି ଓଡ଼ିଶା ବନ୍ଦ: ସବୁଠି ପଡ଼ିଲା ପ୍ରଭାବ, ଗଡ଼ୁନି ଅଖ ଚକ, ଦୋକାନ ବଜାର ବନ୍ଦ.. ଲୋକେ ହନ୍ତସନ୍ତ

ଆଜି ଓଡ଼ିଶା ବନ୍ଦ: ସବୁଠି ପଡ଼ିଲା ପ୍ରଭାବ, ଗଡ଼ୁନି ଅଖ ଚକ, ଦୋକାନ ବଜାର ବନ୍ଦ.. ଲୋକେ ହନ୍ତସନ୍ତ

  • ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି।
  • ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା
  • ଏହି ଆନ୍ଦୋଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ।

ଭୁବନେଶ୍ୱର ୧୭-୦୭-୨୦୨୫(ଏସ.ଏମ .) : ଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।

କଂଗ୍ରେସ ପକ୍ଷରୁ ଜୁଲାଇ ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରିଛି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଜରୁରୀକାଳୀନ ସେବା ପ୍ରଭାବିତ ନହେବା ଉପରେ ଗୁରୁତ୍ୱ ଦେଇଛି। ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍‌ସିପି, ଏସ୍‌ପି ଓ ଆର୍‌ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗୁରୁବାର ଶିକ୍ଷାନୁଷ୍ଠାନ, ପେଟ୍ରୋଲ୍‌ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍‌ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।

ସୂଚନା: ଆମେ ଏହି ଖବରକୁ କ୍ରମାଗତ ଭାବେ ଅପ୍‌ଡେଟ୍‌ କରୁଛୁ। ପାଠକଙ୍କ ନିକଟରେ ସଦ୍ୟତମ ଖବର ପହଞ୍ଚାଇବା ପାଇଁ  ଉଦ୍ୟମ ଜାରି ରଖିଛି। ଅଧିକ ତଥ୍ୟ ଜାଣିବା ପାଇଁ ଆମ ସହିତ ଜଡ଼ିତ ରୁହନ୍ତୁ। ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି। ମାକେ;ଟ କ୍ୟାଣ୍ଟିନ ଛକ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ ସମେତ ଅନ୍ୟ ପ୍ରମୁଖ ଛକରେ କଂଗ୍ରେସକର୍ମୀମାନେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।

Congress picketing

ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବି କରି କଂଗ୍ରେସ ନେତୃତ୍ବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସହିତ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ସହିତ ଓଡ଼ିଶା ବନ୍ଦ ପାଳନ କରୁଛନ୍ତି। ନାରୀଙ୍କୁ ନ୍ୟାୟ ଦିଅ ନହେଲେ ଗାଦି ଛାଡ଼ ବୋଲି ବିରୋଧୀ ଦାବି କରିଛନ୍ତ ରାଜ୍ୟ ସରକାରଙ୍କ ବିରୋଧରେ ସିପିଆଇ(ଏମ୍ଏଲ୍) ଲିବରେସନ ଏବଂ ସିପିଆଇ(ଏମ୍)ର କର୍ମୀମାନେ ଭୁବନେଶ୍ୱରରେ ପ୍ରତିବାଦ କରିଛନ୍ତି। ସିପିଆଇ(ଏମ୍) ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି, ଆଠଟି ରାଜନୈତିକ ଦଳ ଓଡ଼ିଶାର ଜନସାଧାରଣ ଏବଂ ଅନ୍ୟାନ୍ୟ ବାମ ଗଣତାନ୍ତ୍ରିକ ଶକ୍ତି, ପରିବହନ, ଶିକ୍ଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି ଏବଂ ପ୍ରତିକ୍ରିୟା ବେଶ୍ ସଫଳ ରହିଛି। ଏହି ବନ୍ଦ କେବଳ ଆଠଟି ରାଜନୈତିକ ଦଳ ମଧ୍ୟରେ ସୀମିତ ନୁହେଁ। ଏହା ଓଡ଼ିଶାର ଏକ ଜନସାଧାରଣଙ୍କ ବନ୍ଦ ପାଲଟିଛି। ବିଜେପି ଦାବି କରୁଛି ଯେ, ବିଜେପିର ଏକ ଡବଲ ଇଞ୍ଜିନ୍ ସରକାର ରାଜ୍ୟରେ ଅଛି। କିନ୍ତୁ ସେମାନଙ୍କ ଶାସନ କାଳରେ ମହିଳାଙ୍କ ପ୍ରତି ଅନେକ ଅତ୍ୟାଚାର କରାଯାଉଛି। ଏକ୍ଷେତ୍ରରେ ପୁଲିସ ନୀରବ ରହୁଛି ବୋଲି ସେ ଅଭିଯୋଗ କରିଛନ୍ତି।

 

Odisha closed: Bhadrak market closed, tires burnt on roads, railway closed

 

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରି ପ୍ରଦର୍ଶନ କରି ରାଜନୈତିକ ଦଳରକର୍ମୀମାନେ ରେଳ ରୋକ କରିଛନ୍ତି। ରେଳବାଇ ପୁଲିସ ପୁରୀରେ ବିରୋଧୀ ଦଳର କର୍ମୀମାନଙ୍କୁ ରେଳ ଟ୍ରାକରୁ ହଟାଇ ଦେଇଛି।ମୟୂରଭଞ୍ଜରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇ ରାସ୍ତାରେ ଟାୟାର ଜଳାଇ ରାଜନୈତିକ ଦଳଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ବନ୍ଦକୁ ସମର୍ଥନ କରି ଭଦ୍ରକରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।

ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାସ୍ତାରେ ରାଜନୈତିକ ଦଳରକର୍ମୀମାନେ ପିକେଟିଂ କରୁଛନ୍ତି। ଫଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟନ୍ତ ହୋଇ ପଡ଼ିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବ୍ଲକର ବିଶ୍ୱନାଥପୁର ସ୍ଥିତ ବିଜେପୁର ଛକ, ଲାଞ୍ଜିଗଡ ବଜାର ଛକ,ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ମୁଖ୍ୟ ଗେଟ, ଜଗନ୍ନାଥ ପୁର ଛକ, ଛତ୍ରପୁର ପଞ୍ଚାୟତ ମସ୍କା ପଦର ଛକ,ଲାଞ୍ଜି ପଞ୍ଚାୟତ ମୂଷାନାଳ ଛକ,ବସନ୍ତ ପଡା ଛକ, ବେନଗାଁ ଛକ,ଲାଖବାହିଲି ଛକର ସମସ୍ତ ପ୍ରବେଶ ପଥ ବନ୍ଦ କରାଯାଇଛି । ଏହା ସହ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିବା ପାଇଁ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ଜରୁରୀ ସେବା କୁ ବାଦ ଦିଆଯାଇଛି।ଲାଞ୍ଜିଗଡ ବ୍ଳକ କଂଗ୍ରେସ ସଭାପତି ଵିଜୟ ନାଏକଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନରେ କଂଗ୍ରେସ ପକ୍ଷରୁ ପ୍ରଦୀପ ମାଝୀ, ସଦା ନାଏକ,ଗୋବିନ୍ଦ ପ୍ରଧାନୀ, ସନ୍ତୋଷ ତୁଳ, ଶିଶିର ପୁଜାରୀ, କ୍ଷିତ ନାଏକ, ରାଜେନ୍ଦ୍ର ନାଏକ,ପ୍ରମୋଦ ସାହୁ,ଜଗତ ନାଏକ, ସନ୍ତୋଷ ତାଣ୍ଡି ସମେତ ଶତାଧିକ କଂଗ୍ରେସ କର୍ମୀ ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ସୁନ୍ଦରଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ ପାଳନ ବେଳେ ରାଜ୍ୟ ରାଜପଥ ୧୦ ନମ୍ବର କୁ ଅବରୋଧ କରିବା ସହ ସୁନ୍ଦରଗଡ଼ ସହର କୁ ତିନୋଟି ପ୍ରବେଶ ପଥ ରାଣୀ ବଗିଚା ବାଇପାସ୍, କଲେଜ ବାଇପାସ୍ ଏବଂ ପୁରୁଣା ଟୋଲ ଗେଟ କିରେଇ ନିକଟରେ ଟାୟାର ଜାଳି ପ୍ରବେଶ ପଥ ବନ୍ଦ କରାଯାଇଛି । ଏହା ସହ ସହର ର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଉଥିବା ବେଳେ ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଛି । ସୁନ୍ଦରଗଡ଼ର ସମସ୍ତ ଜନସାଧାରଣ, ସମସ୍ତ ବ୍ୟବ ସାୟିକ ଅନୁଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ ଓ କେନ୍ଦ୍ର ସରକାର ଙ୍କ କାର୍ଯ୍ୟାଳୟ, ସମସ୍ତ ଶିକ୍ଷା ଅନୁଷ୍ଠାନ, ସମସ୍ତ ପ୍ରକାର ର ଯାନବାହାନ,ଦୋକାନ, ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ଜରୁରୀ ସେବା କୁ ବାଦ ଦିଆଯାଇଛି । ତେବେ ବାହାର କିଛି ଯାତ୍ରୀ ବନ୍ଦ ପାଳନକୁ ଜାଣି ନପାରି ଆସି ଯାଇଥିବାରୁ ବନ୍ଦ ପାଳନରେ ଫସି ଯାଇଛନ୍ତି।

ରାଜଗାଙ୍ଗପୁର ବିଧାୟକ ସିଏସ ରାଜନ ଏକ୍କାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ରାଜଗାଙ୍ଗପୁର, କାଂଶବାହାଲ, ଓ କଲୁଙ୍ଗାରେ ପିକେଟିଂ କରିଛନ୍ତି। ୧୨ ଘଣ୍ଟିଆ ବନ୍ଦ ଡାକରା ସୁଦ୍ଧା ଯାନବାହାନ ଚଳାଚଳ ବନ୍ଦ ରହିଛି।ଗୁଡାରିରେ ବନ୍ଦ ପାଳନ କରାଯାଇଛି।କୋମନାରେ କଂଗ୍ରେସ ପକ୍ଷରୁ ପାଶା ମହାନନ୍ଦ ଓ ଶାହରୁଖ ଖାଁଙ୍କ ନେତୃତ୍ୱରେ ଜାତୀୟ ପଥ ଅବରୋଧ।କୁଆଖିଆ ଠାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।କଂଗ୍ରେସ ଦଳ ପକ୍ଷରୁ ବାଙ୍ଗିରିପୋଷି ଜାତୀୟ ରାଜପଥ ୧୮, ଜାତୀୟ ରାଜପଥ ୪୯, ଏମଡିଆର ୪୫ ରେ ଯାନବାହାନ ଯାତାୟାତ ବାଧାପ୍ରାପ୍ତ।ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି।
ବଲାଙ୍ଗୀର ଜିଲ୍ଲା ତୁଷୁରାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରା ହେଇଛି। ତୁଷୁରାର ସବୁ ସ୍କୁଲ କଲେଜ, ସମସ୍ତ ସରକାରି ଓ ବେସରକାରି କାର୍ଯ୍ୟାଳୟ ସମ୍ପୂର୍ଣ ଭାବରେ ବନ୍ଦ ରହିଛି।ବଡ଼ଚଣାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର,ଛତିଆ,ଧାନମଣ୍ଡଳ ଓ ବାଲିକୁଦା ଆଦି ବଜାରର ସମସ୍ତ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନେତା ଓ କର୍ମୀମାନେ ବିଭିନ୍ନ ବଜାରରେ ପିକେଟିଂ କରି ବନ୍ଦ ସମ୍ପର୍କରେ ବ୍ୟବସାୟୀ ଓ ଲୋକ ମାନଙ୍କୁ ଅବଗତ କରାଉଛନ୍ତି।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *