ଦେଶ- ବିଦେଶରାଜ୍ୟସମସ୍ୟା ଭିତ୍ତିକ ଖବର

ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା

ଆଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା

କଣ ପାଇଁ ହେଉଛି ଏହି ପ୍ରତିବାଦ ?

ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୦୭-୨୦୨୫(ଏସ .ଏମ ) : ଜି ଦେଶବ୍ୟାପୀ ଭାରତ ବନ୍ଦ ଡାକରା । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ ପକ୍ଷରୁ ଦେଶବ୍ୟାପୀ ଧାରଣା । ଧର୍ମଘଟ ପାଇଁ ରାସ୍ତାକୁ ଓହ୍ଲାଇବେ ଦେଶର ୨୫ କୋଟିରୁ ଅଧିକ ଶ୍ରମିକ । ଏଥିରେ ବ୍ୟାଙ୍କିଙ୍ଗ, ବୀମା, ଡାକ ସେବା ଠାରୁ କୋଇଲା ଖଣିରେ କାମ କରୁଥିବା ଶ୍ରମିକ ସାମିଲ । ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ର ଡାକରା ଦେଇଛନ୍ତି ।

ତେବେ ୟୁନିଅନ ସଂଘ କହିଛି, ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି । ନଜର ପକାନ୍ତୁ କଣ ରହିଛି ପ୍ରତିବାଦର ପ୍ରମୁଖ ଦାବି ।

ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି । ୪ଟି ନୂତନ ଶ୍ରମ କୋଡ୍ ପାଇଁ ଦାବି ହୋଇଛି । ବେକାରି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧାରେ ହ୍ରାସ ଦାବି । ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି ଯାହାକୁ ପ୍ରତିବାଦ କରାଯାଉଛି । ୧୦ ବର୍ଷ ମଧ୍ୟରେ କୌଣସି ଶ୍ରମ ସମ୍ମିଳନୀ କରାଯାଇ ନାହିଁ । ଶ୍ରମିକଙ୍କ ସଂଘ ଗଠନ ଏବଂ ଧର୍ମଘଟ କରିବାର ଅଧିକାର ପୁନଃସ୍ଥାପିତ କରାଯାଉ । ବିଶେଷକରି ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି ହେଉ ବୋଲି ଦାବି ହୋଇଛି ।

ସେହିପରି ନୂତନ ନିଯୁକ୍ତି ସହିତ ସରକାରୀ ଖାଲି ପଦବୀ ପୂରଣ କରନ୍ତୁ । ମନରେଗା ମଜୁରୀ ବୃଦ୍ଧି କରନ୍ତୁ ଏବଂ ଏହାକୁ ସହରାଞ୍ଚଳରେ ଲାଗୁ କରିବା ପାଇଁ ଦାବି ହୋଇଛି । ଦେଶରେ ଏହି ଭାରତ ବନ୍ଦର ପ୍ରଭାବ ପଡିଲାଣି । ଅନେକ ସ୍ଥାନରୁ ବନ୍ଦର ଖବର ଏବଂ ଚିତ୍ର ଆସୁଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *