TOP STORIESରାଜ୍ୟ

ଆଜି ପହିଲି ରଜ

ଆଜି ପହିଲି ରଜ

ଭୁବନେଶ୍ୱର ୧୪-୦୬-୨୦୨୫(ଏସ .ଏମ ) : ନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ…ଆଜି ପହିଲି ରଜ। ରଜପର୍ବକୁ ନେଇ ଗାଁରୁ ସହର ସବୁଠି ଉତ୍ସବମୁଖର । ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା ହିଁ ବଡ ଆକର୍ଷଣ ସୃଷ୍ଟି କରିଥାଏ । ରଜ ତିନିଦିନ ମଧ୍ୟରୁ ପ୍ରଥମ ଦିନରେ ପହିଲି ରଜ । ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ପିଠା ଖାଇ, ଦୋଳି ଖେଳି ବେଶ୍ ଆଗ୍ରହର ସହକାରେ ମନାଇଥାନ୍ତି ରଜକୁ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ଅବସରରେ ରଜ ମହୋତ୍ସବ ଆୟୋଜନ ହେଉଛି । ଦୋଳି ଖେଳ ସହିତ ପାରମ୍ପରିକ ନୃତ୍ୟ ଗୀତର ପ୍ରତିଯୋଗିତା ମଧ୍ୟ ହେଉଛି । ୩ ଦିନ ଧରି ପାଳନ ହେଉଥିବା ରଜ ଉତ୍ସବକୁ ନେଇ ସବୁଠି ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ରଜ ଅବସରରେ ମିଠା ପାନର ପସରା ସବୁଠି ଦେଖିବାକୁ ମିଳିଛି । ବିଶେଷ କରି ଭଳି କି ଭଳି ମିଠା ମସଲା ଯୁକ୍ତ ପାନ, ରଜର ଆକର୍ଷଣକୁ ଅଧିକ ବଢାଇ ଦେଇଥାଏ ।

ରଜ ତିନିଦିନ ଧରଣୀ ମାଆକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ-ଖନନ ବାରଣ କରାଯାଏ। ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ। ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ଏହି ୩ ଦିନ ମାଟି ମା’ ରଜସ୍ୱଳା ହୋଇଥିବାରୁ ଧରଣୀ ମା’କୁ କଷ୍ଟ ନଦେଇ ଭୂମି ବିଶ୍ରାମ ଦିଆଯିବାର ପରମ୍ପରା ରହିଛି ।

 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *