ରାଜ୍ୟଶିକ୍ଷା

ଆଜି ଯୁକ୍ତ୨ ପରୀକ୍ଷାଫଳ: ଅପରାହ୍ଣ ୪ରେ ଘୋଷଣା, ୫ଟାରେ ଜାଣିବେ ପରୀକ୍ଷାର୍ଥୀ

ଆଜି ଯୁକ୍ତ୨ ପରୀକ୍ଷାଫଳ: ଅପରାହ୍ଣ ୪ରେ ଘୋଷଣା, ୫ଟାରେ ଜାଣିବେ ପରୀକ୍ଷାର୍ଥୀ

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଗୋଟିଏ  ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍‌ଟ ବାହାରିବ। ଅପରାହ୍ଣ ୪ଟାରେ ପରିଷଦ କାର୍ଯ୍ୟାଳୟରେ

ଭୁବନେଶ୍ୱର ୨୧-୦୫-୨୦୨୫( ଏସ.ଏମ) :  ଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍‌ଟ ବାହାରିବ। ଅପରାହ୍ଣ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦ ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଏହାର ଘଣ୍ଟାକ ପରେ ଅର୍ଥାତ୍‌ ଅପରାହ୍ଣ ୫ଟା ବେଳକୁ ପରୀକ୍ଷାର୍ଥୀ https://results.odisha.gov.in କିମ୍ବା https://results.digilocker.gov.in ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରିବେ।ସେହିପରି ଅପରାହ୍ଣ ୫ଟା ବେଳକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ/ଅଧ୍ୟକ୍ଷା ସାମ୍‌ସ ଇ-ସ୍ପେସ୍‌ରୁ ସେମାନଙ୍କ ବିଦ୍ୟାଳୟର ଟାବୁଲେସନ୍‌ ‌ରେଜିଷ୍ଟର ପାଇପାରିବେ। ଯାହାକି ପିଲାମାନଙ୍କ ୨୦୨୫ ତତ୍କାଳ (ଇନ୍‌ଷ୍ଟାଣ୍ଟ) ପରୀକ୍ଷାର ଫର୍ମ ପୂରଣରେ ସହାୟକ ହେବ ବୋଲି ପରିଷଦ ଅଧ୍ୟକ୍ଷ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୩ଲକ୍ଷ ୯୩ହଜାର ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କଳା ବିଭାଗରେ ୨ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ହଜାର ଓ ଧନ୍ଦାମୂଳକରେ ୫ହଜାର ଛାତ୍ରଛାତ୍ରୀ ରହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *