ମନୋରଞ୍ଜନରାଜ୍ୟ

ଆଜି ରଜସଂକ୍ରାନ୍ତି

ଆଜି ରଜସଂକ୍ରାନ୍ତି

ଆଜି ଓଡ଼ିଶାର ଗଣପର୍ବ ରଜ। ଗତକାଲି ପହିଲି ରଜ ଥିବା ବେଳେ ଆଜି ରଜ ସଂକ୍ରାନ୍ତି। ଏଥିଲାଗି ସହରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ତିନିଦିନିଆ ରଜ ଉତ୍ସବର ପ୍ରମୁଖ ଦିନ

ଭୁବନେଶ୍ବର୧୫-୦୬-୨୦୨୫( ଏସ .ଏମ ) : ଜି ଓଡ଼ିଶାର ଗଣପର୍ବ ରଜ। ଗତକାଲି ପହିଲି ରଜ ଥିବା ବେଳେ ଆଜି ରଜ ସଂକ୍ରାନ୍ତି। ଏଥିଲାଗି ସହରଠୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ। ତିନିଦିନିଆ ରଜ ଉତ୍ସବର ପ୍ରମୁଖ ଦିନ। ରଜ ସଂକ୍ରାନ୍ତିରେ ଗାଁ ଆମ୍ବତୋଟାରେ ସକାଳୁ ସକାଳୁ ଶୁଭୁଛି ରଜଗୀତ । ସହରର ବିଭିନ୍ନ ପାର୍କରେ ଦୋଳି, ପାନ ଓ ପିଠା ଭିତରେ ରଜର ଆସର ଜମିଛି। ପରମ୍ପରା ସମ୍ପନ୍ନ ରଜଗୀତରେ ଉତ୍ସବମୁଖର ପୁରପଲ୍ଲୀ ।

ବିଭିନ୍ନ ସ୍ଥାନରେ ରଜଗୀତ ବାଜୁଛି, ଝିଅ ବୋହୂ ଦୋଳି ଖେଳୁଛନ୍ତି । ତା ସହିତ ପୁଚି ଖେଳ, ତାସ୍ ଖେଳ, ଲୁଡୁ ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପାରମ୍ପରିକ ପିଠା, ମିଠା, ପାନ ଏବଂ ଖାଦ୍ୟର ଧାଡ଼ି ଧାଡ଼ି ଷ୍ଟଲ ଲାଗିଛି । କେତେକ ପାର୍କରେ ମଧ୍ୟ ରଜଦୋଳି ଲାଗିଛି । ସକାଳୁ ସକାଳୁ ପାର୍କରେ ରଜ ଦୋଳି ଖେଳର ମଜା ନେଉଛନ୍ତି ଲୋକେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *