ପାଣିପାଗରାଜ୍ୟ

ଆଣ୍ଡମାନ ଛୁଇଁଲା ମୌସୁମୀ

ଆଣ୍ଡମାନ ଛୁଇଁଲା ମୌସୁମୀ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ସାଗରରେ ପାଦ ଥାପିଛି। ମୌସୁମୀ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି।

ଭୁବନେଶ୍ୱର ୧୪-୦୫-୨୦୨୫ (ଏସ .ଏମ ) : କ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ସାଗରରେ ପାଦ ଥାପିଛି। ମୌସୁମୀ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ଓ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଅଗ୍ରସର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନିକୋବର ଦୀପରେ ବିସ୍ତୃତି ବୃଷ୍ଟିପାତ ସହ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନ ସାଗରର କିଛି ଅଂଶରେ ଦୁଇ ଦିନ ମଧ୍ୟରେ ପଶ୍ଚିମା ପବନର ବେଗ ଓ ବାୟୁମଣ୍ଡଳରେ ଉଚ୍ଚତା ସହ ବିସ୍ତୃତି ବୃଦ୍ଧି ପାଇଛି। ସମୁଦ୍ର ପତ୍ତନଠାରୁ ୧.୫ କିମି ଉପରେ ପଶ୍ଚିମା ବାୟୁର ବେଗ ଘଣ୍ଟା ପ୍ରତି ୩୭ କିମିରୁ ଅଧିକ ସହ ଦକ୍ଷିଣ ବଙ୍ଗୋପସାଗର, ନିକୋବର ଦ୍ବୀପପୁଞ୍ଜ ଓ ଆଣ୍ଡାମାନ ସାଗରର କିଛି ଅଂଶରେ ପଶ୍ଚିମା ପବନର ବିସ୍ତୃତି ସମୁଦ୍ର ପତ୍ତନଠାରୁ ୪.୫ କିମି ପର୍ଯ୍ୟନ୍ତ ରହିଛି।ଆଗାମୀ ୩ରୁ ୪ ଦିନ ମଧ୍ୟରେ ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର କିଛି ଅଂଶ, ମାଳଦ୍ବୀପ ଓ କୋମୋରିନ୍‌ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ, ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଆଣ୍ଡାମାନ ସାଗରର ଅବଶିଷ୍ଟ ଅଂଶ ଓ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଝାରସୁଗୁଡ଼ାରେ ୪୩, ସମ୍ବଲପୁରରେ ୪୨.୨, ଟିଟିଲାଗଡ଼ରେ ୪୨, ବରଗଡ଼ରେ ୪୧.୮, ଭବାନୀପାଟଣା ଓ ବଲାଙ୍ଗୀରରେ ୪୧.୫, ବୌଦ୍ଧରେ ୪୧.୨, ସୋନପୁରରେ ୪୧,  ହୀରାକୁଦରେ ୪୦.୬, ନୂଆପଡ଼ା ଓ ମାଲକାନଗିରିରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ଦିନରେ ଉଷ୍ମ ଓ ଆର୍ଦ୍ର ଅବସ୍ଥା ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *