ଅପରାଧଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

ଆତଙ୍କବାଦୀ ମସୁଦ ଆଝାର ପିଓକେ‌ରେ ବୁଲୁଛି

ଆତଙ୍କବାଦୀ ମସୁଦ ଆଝାର ପିଓକେ‌ରେ ବୁଲୁଛି

ପାକିସ୍ତାନ-ଅଧିକୃତ କାଶ୍ମୀରର ଗିଲଗିଟ୍-ବଲ୍ଟିସ୍ତାନ ଅଞ୍ଚଳରେ ଅବସ୍ଥିତ ସ୍କାର୍ଦୁରେ ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଜୈସ୍-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଦେଖିବାକୁ ମିଳିଛି

ନୂଆଦିଲ୍ଲୀ୧୯-୦୭-୨୦୨୫(ଏସ .ଏମ ) : ପାକିସ୍ତାନ-ଅଧିକୃତ କାଶ୍ମୀରର ଗିଲଗିଟ୍-ବଲ୍ଟିସ୍ତାନ ଅଞ୍ଚଳରେ ଅବସ୍ଥିତ ସ୍କାର୍ଦୁରେ ଭାରତର ଅନ୍ୟତମ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଜୈସ୍-ଏ-ମହମ୍ମଦ ମୁଖ୍ୟ ମସୁଦ ଆଝାରକୁ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ଆଝାରକୁ ମସଜିଦ, ଧାର୍ମିକ ମଦ୍ରାସା ଓ ଗେଷ୍ଟ ହାଉସ ପାଇଁ ଜଣାଶୁଣା ଏକ ଶାନ୍ତ ଅଞ୍ଚଳ ସଦପଡ଼ା ରୋଡ୍ ନିକଟରେ ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ଯାଞ୍ଚ ମଧ୍ୟରେ ସେ ସ୍କାର୍ଦୁରେ ଜନ-ଆଢ଼ୁଆଳରେ ରହିବାକୁ ପସନ୍ଦ କରିଥାଇପାରେ।

ନିକଟରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦାରୀ କହିଥିଲେ ଯେ, ଆଝାର ଆଫଗାନିସ୍ତାନ ପଳାଇ ଯାଇଥାଇପାରେ। ବର୍ତ୍ତମାନ ତାକୁ ସ୍କାର୍ଦୁରେ ଠାବ କରାଯିବା ଏହି ଦାବିକୁ ଭୁଲ୍ ପ୍ରମାଣିତ କରୁଛି। ଏପରିକି ପାକିସ୍ତାନ ମାଟିରେ ମିଳିଲେ ଆଝାରକୁ ଭାରତକୁ ହସ୍ତାନ୍ତର କରାଯାଇପାରେ ବୋଲି ସେ କହିଥିଲେ। ଆଝାର ସହ ଜଡ଼ିତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଜୈସର କେନ୍ଦ୍ରୀୟ ମୁଖ୍ୟାଳୟ ‘ଜାମିଆ ସୁଭାନ ଆଲ୍ଲା’ ଓ ତା’ର ପୂର୍ବ ବାସଭବନ ନିକଟରେ ଥିବା ମସଜିଦ୍ ‘ଜାମିଆ ଉସମାନ ଓ ଅଲ୍ଲୀ’। ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ଏୟାର୍‌ଷ୍ଟ୍ରାଇକ୍ ସମୟରେ ଏହି ସ୍ଥାନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ଆଝାରର ଅନେକ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ୨୦୧୯ ପୁଲୱାମା ଆକ୍ରମଣ ଓ ୨୦୧୬ ପଠାନକୋଟ ଏୟାର୍‌ବେସ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ଆଝାର ଉପରେ ଜାତିସଂଘ, ଆମେରିକା ଓ ଭାରତର ଅନ୍ତର୍ଜାତୀୟ ପ୍ରତିବନ୍ଧକ ଲାଗିଛି। ୧୯୯୯ ଆଇସି-୮୧୪ ଅପହରଣ ସମୟରେ ଭାରତର ହେପାଜତରୁ ମୁକୁଳି ଥିଲା। ଭାରତୀୟ କର୍ତ୍ତୃପକ୍ଷ ତା’ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *