ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କଲା ଆମେରିକା
ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କଲା ଆମେରିକା
ଆମେ ଭାରତ ସହ ଅଛୁ
ଜମ୍ମୁ-କଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଆମେରିକା। ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୫.୦୪.୨୦୨୫ (ଏସ .ଏମ ) : ଜମ୍ମୁ-କଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କବାଦ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଆମେରିକା। ଯୁକ୍ତରାଷ୍ଟ୍ର ଭାରତ ସହିତ ଠିଆ ହୋଇଛି ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି ବୋଲି ଆମେରିକା କହିଛି। ଆମେରିକାର ଷ୍ଟେଟ ଡିପାର୍ଟମେଣ୍ଟ ମୁଖପାତ୍ର ଟାମି ବ୍ରୁସ ଗୁରୁବାର କହିଛନ୍ତି କି , “ଜଘନ୍ୟ” ପହଲଗାମ ଆତଙ୍କବାଦୀ ଆକ୍ରମଣର ପୀଡ଼ିତମାନଙ୍କୁ ନ୍ୟାୟ ପାଇଁ ଆହ୍ୱାନ କରୁଛି। ରାଷ୍ଟ୍ରପତି (ଡୋନାଲ୍ଡ) ଟ୍ରମ୍ପ ଏବଂ ସଚିବ (ମାର୍କୋ) ରୁବିଓ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ଭାରତ ସହିତ ଠିଆ ହୋଇଛି। ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି।”ଆମେ ନିହତ ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଆହତଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ। ଏହି ଘୃଣ୍ୟ କାର୍ଯ୍ୟ ପାଇଁ ନ୍ୟାୟ ଆହ୍ୱାନ କରୁଛୁ,” ବୋଲି ବ୍ରୁସ୍ ଆହୁରି କହିଛନ୍ତି।ମଙ୍ଗଳବାର ଦିନ କଶ୍ମୀରର ପହଲଗାମ୍ ସହର ନିକଟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ।