ଦେଶ- ବିଦେଶରାଜ୍ୟସମସ୍ୟା ଭିତ୍ତିକ ଖବର

ଆଧାରକାର୍ଡକୁ ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ?

ଆଧାରକାର୍ଡକୁ ନେଇ ଉଠିଲା ବିରାଟ ପ୍ରଶ୍ନବାଚୀ?

ଆରଟିଆଇ ତଥ୍ୟ ଅଧାରରେ ଏହା ସ୍ପଷ୍ଟ ହୋଇଛି କି, ୟୁଆଇଡିଏଆଇ ପାଖରେ ନା ଅଧାରକାର୍ଡ ନଥିବା ଲୋକଙ୍କର ତଥ୍ୟ ରହିଛି, ନା ମୃତ ଲୋକଙ୍କ ଅଧାରକାର୍ଡ ନିଷ୍କ୍ରିୟ କରିବାରେ ପ୍ରଭାବୀ ବ୍ୟବସ୍ଥା ରହିଛି । ଏହାଫଳରେ ତଥ୍ୟ ସଠିକତା ଉପରେ ପ୍ରଶ୍ନ ଉଠିଥିବା ବେଳେ ନୀତି ନିର୍ମାଣ, ଜନସଂଖ୍ୟା ପରିସଂଖ୍ୟାନରେ ଥିବା ତ୍ରୁଟିକୁ ଉଜାଗର କରିଛି

ନୂଆଦିଲ୍ଲୀ୧୬-୦୭-୨୦୨୫ (ଏସ .ଏମ ) : ଭାରତରେ ଆଧାରକାର୍ଡର ଗୁରୁତ୍ବ କେତେ ତାହା ସମସ୍ତେ ଜାଣନ୍ତି । ପ୍ରତିଟି ସରକାରୀ କାମ ହେଉ ବା ଯେକୌଣସି ଫର୍ମ ପୂରଣ କରିବା ବେଳେ ବା ଅନ୍ୟ କୌଣସି ସାମଗ୍ରୀ କିଣିବା ବେଳେ ଆଧାରକାର୍ଡ ବାଧ୍ୟତାମୂଳକ ଥାଏ । ଭାରତରେ ନାଗରିକ ପରିଚୟ ଭାବେ ଆଧାରକାର୍ଡକୁ ସବୁଠାରୁ ବଡ଼ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଉଥିବା ବେଳେ ଆଧାରକାର୍ଡକୁ ନେଇ ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମୁତାବକ ଗତ ୧୪ ବର୍ଷ ମଧ୍ୟରେ ୧୧.୭ କୋଟି ଲୋକଙ୍କର ମୃତ୍ୟୁ ହୋଇଛି । ହେଲେ ମାତ୍ର ୧.୧୫ କୋଟି ଲୋକଙ୍କ ଆଧାରକାର୍ଡ ମୃତ୍ୟୁ ଅଧାରରେ ଡିଲିଟ ବା ନିଷ୍କ୍ରିୟ କରାଯାଇଛି । ସଂଯୁକ୍ତ ଜନସଂଖ୍ୟା କୋଷ ମୁତାବକ ୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଦେଶର ଜନସଂଖ୍ୟା ୧୪୬.୩୯ କୋଟି । ହେଲେ ଆଧାରକାର୍ଡ ଧାରକଙ୍କ ସଂଖ୍ୟା ୧୪୨.୩୯ କୋଟି । ଭାରତର ନାଗରିକ ପଞ୍ଜିକରଣ ସିଷ୍ଟମ ବା ସିଏସଆର ମୁତାବକ ୨୦୦୭-୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ହାରାହାରି ୮୩.୫ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଆଧାରରେ ଗତ ୧୪ ବର୍ଷ ମଧ୍ୟରେ ୧୧.୬୯ କୋଟି ଲୋକଙ୍କର ମୃତ୍ୟୁ ହୋଇଥାଇପାରେ । ହେଲେ ଆଧାର ପରିଚାଳନା ସଂସ୍ଥା ୟୁଆଇଡିଏଆଇ ମାତ୍ର ୧.୧୫ କୋଟି ଲୋକଙ୍କର ଆଧାରକାର୍ଡ ନିଷ୍କ୍ରିୟ ବା ଡିଲଟି୍ କରିଛି । ଅର୍ଥାତ ମୃତକଙ୍କ ତୁଳନାରେ ମାତ୍ର ୧୦ ପ୍ରତିଶତ ମୃତ ଲୋକଙ୍କର ଅଧାରକାର୍ଡ ଡିଲିଟ୍ କରାଯାଇଛି ।

ସବୁଠାରୁ ବଡ଼ ଆଶ୍ଚର୍ଯ୍ଯର କଥା କି ମୃତ୍ୟୁ ଆଧାରରେ କେତେ ଆଧାରକାର୍ଡକୁ ଗତ ୫ ବର୍ଷରେ ନିଷ୍କ୍ରିୟ କରାଯାଇଛି ତା’ର ତଥ୍ୟ ୟୁଆଇଡିଏଆଇ ପାଖରେ ଉପଲବ୍ଧ ନାହିଁ । ୟୁଆଇଡିଏଆଇ କେବଳ ଏତିକି ତଥ୍ୟ ଦେବାରେ ସମର୍ଥ ହୋଇଛି କି, ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ମୃତ୍ୟୁ ଆଧାରରେ ୧.୧୫ କୋଟି ଲୋକଙ୍କର ଅଧାରକାର୍ଡ ଡିଲିଟ୍ କରାଯାଇଛି । ଆରଟିଆଇ ତଥ୍ୟ ଅଧାରରେ ଏହା ସ୍ପଷ୍ଟ ହୋଇଛି କି, ୟୁଆଇଡିଏଆଇ ପାଖରେ ନା ଅଧାରକାର୍ଡ ନଥିବା ଲୋକଙ୍କର ତଥ୍ୟ ରହିଛି, ନା ମୃତ ଲୋକଙ୍କ ଅଧାରକାର୍ଡ ନିଷ୍କ୍ରିୟ କରିବାରେ ପ୍ରଭାବୀ ବ୍ୟବସ୍ଥା ରହିଛି । ଏହାଫଳରେ ତଥ୍ୟ ସଠିକତା ଉପରେ ପ୍ରଶ୍ନ ଉଠିଥିବା ବେଳେ ନୀତି ନିର୍ମାଣ, ଜନସଂଖ୍ୟା ପରିସଂଖ୍ୟାନରେ ଥିବା ତ୍ରୁଟିକୁ ଉଜାଗର କରିଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *