ଖେଳଦେଶ- ବିଦେଶ

ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ!

ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ!

ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଅଭିଜ୍ଞ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ପ୍ରତ୍ୟାବର୍ତ୍ତନ ପ୍ରଶଂସକଙ୍କ ମନୋବଳ ବୃଦ୍ଧି କରିଛି। ଏହି ସିରିଜ ୱେଷ୍ଟଇଣ୍ଡଜ୍‌ର ଘରୋଇ ମଇଦାନରେ ଖେଳାଯିବ। କିନ୍ତୁ ଏହି ସିରିଜ ସମୟରେ ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। କାରଣ ସେ ଅବସର ନେବାର ନିଷ୍ପତ୍ତି ନେଇଛନ୍ତି

ନୂଆଦିଲ୍ଲୀ୧୮-୦୭-୨୦୨୫( ଏସ.ଏମ ) : ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଅଭିଜ୍ଞ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ପ୍ରତ୍ୟାବର୍ତ୍ତନ ପ୍ରଶଂସକଙ୍କ ମନୋବଳ ବୃଦ୍ଧି କରିଛି। ଏହି ସିରିଜ ୱେଷ୍ଟଇଣ୍ଡଜ୍‌ର ଘରୋଇ ମଇଦାନରେ ଖେଳାଯିବ। କିନ୍ତୁ ଏହି ସିରିଜ ସମୟରେ ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। କାରଣ ସେ ଅବସର ନେବାର ନିଷ୍ପତ୍ତି ନେଇଛନ୍ତି।
ଇଏସ୍‌ପିଏନ୍‌କ୍ରିକଇନ୍‌ଫୋର ରିପୋର୍ଟ ଅନୁଯାୟୀ, ସାବିନା ପାର୍କରେ ହେବାକୁ ଥିବା ପ୍ରଥମ ଦୁଇଟି ମ୍ୟାଚ୍‌ ପରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ୨୦୧୯ ଠାରୁ ରସେଲ କେବଳ ଟି୨୦ ଆନ୍ତର୍ଜାତୀୟ ଖେଳାଳି ଅଛନ୍ତି ଏବଂ ଏପର୍ଯ୍ୟନ୍ତ ୮୪ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସେ ୨୦୨୬ ଫେବୃଆରୀରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିଷ୍ପତ୍ତି ନେବାକୁ ସ୍ଥିର କରିଛନ୍ତି। ତାଙ୍କର ଅବସର ୱେଷ୍ଟଇଣ୍ଡିଜ ପାଇଁ ଏକ ବଡ଼ ଝଟକା ହେବ। ଏହା ପୂର୍ବରୁ ନିକୋଲାସ ପୁରନ ମଧ୍ୟ ଅବସର ଘୋଷଣା କରିସାରିଛନ୍ତି।

ଆନ୍ଦ୍ରେ ରସେଲ ୱେଷ୍ଟଇଣ୍ଡିଜ ପାଇଁ ୨ଟି ଟି୨୦ ବିଶ୍ୱକପ ଜିତିଛନ୍ତି। ସେ ୨୦୧୨ ଓ ୨୦୧୬ରେ ଟି୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳର ଅଂଶ ଥିଲେ। ସେ ୱେଷ୍ଟଇଣ୍ଡିଜ ପାଇଁ ମୋଟ ୧ ଟେଷ୍ଟ, ୫୬ ଦିନିକିଆ ଓ ୮୪ ଟି୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟରେ ସେ ୨ ରନ ସଂଗ୍ରହ କରିଛନ୍ତି ଓ ୧ ୱିକେଟ ନେଇଛନ୍ତି। ଦିନିକିଆରେ ତାଙ୍କ ନାମରେ ୧୦୩୪ ରନ ଓ ୭୦ ୱିକେଟ ରହିଛି। ଏହା ବ୍ୟତୀତ ଟି୨୦ରେ ଆନ୍ଦ୍ରେ ରସେଲ ୧୦୭୮ ରନ ସହ ୬୧ ୱିକେଟ ନେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70