ଆରଏସପି ଏସଏମଏସ -୨ରେ ଦୁର୍ଘଟଣା, ଠିକା ଶ୍ରମିକଙ୍କ ମୃତ୍ୟୁ
ଆରଏସପି ଏସଏମଏସ –୨ରେ ଦୁର୍ଘଟଣା, ଠିକା ଶ୍ରମିକଙ୍କ ମୃତ୍ୟୁ
- ରାଉରକେଲା ଇସ୍ପାତ କାରଖାନା (ଆରଏସପି ) ଷ୍ଟିଲ ମେଲଟିଙ୍ଗ ସପ (ଏସଏମଏସ ୨)ରେ ଦୁର୍ଘଟଣା ଘଟିଛି
- ଏଥିରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିଶ୍ରା ଜରେଇକେଲାର ଅଭିରାମ ମହାତୋ (୪୫)
ରାଉରକେଲା/ଭୁବନେଶ୍ୱର ୨୧-୦୭-୨୦୨୫(ଏସ.ଏମ. ) : ରାଉରକେଲା ଇସ୍ପାତ କାରଖାନା (ଆରଏସପି ) ଷ୍ଟିଲ ମେଲଟିଙ୍ଗ ସପ (ଏସଏମଏସ ୨)ରେ ଦୁର୍ଘଟଣା ଘଟିଛି l ପ୍ଲାଟଫର୍ମରେ ଛିଡ଼ା ହୋଇ ସ୍ଲାଗ ଜାମ କଟିଙ୍ଗ କରୁଥିବା ବେଳେ ପ୍ରାୟ ଦୁଇ ଟନ ଓଜନର ସ୍ଲାଗ ଠିକା କର୍ମଚାରୀଙ୍କ ଉପରେ ପଡ଼ିଥିଲା l ଗୁରୁତର ଅବସ୍ଥାରେ ତାଙ୍କୁ କାରଖାନାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆଇଜିଏଚକୁ ନିଆ ଯାଇଥିଲା l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତକ ହେଲେ ବିଶ୍ରା ଜରେଇକେଲାର ଅଭିରାମ ମହାତୋ (୪୫) lରାଉରକେଲା ଇସ୍ପାତ କାରଖାନା (ଆରଏସପି ) ଷ୍ଟିଲ ମେଲଟିଙ୍ଗ ସପ (ଏସଏମଏସ ୨)ରେ ଦୁର୍ଘଟଣା ଘଟିଛି l ପ୍ଲାଟଫର୍ମରେ ଛିଡ଼ା ହୋଇ ସ୍ଲାଗ ଜାମ କଟିଙ୍ଗ କରୁଥିବା ବେଳେ ପ୍ରାୟ ଦୁଇ ଟନ ଓଜନର ସ୍ଲାଗ ଠିକା କର୍ମଚାରୀଙ୍କ ଉପରେ ପଡ଼ିଥିଲା l ଗୁରୁତର ଅବସ୍ଥାରେ ତାଙ୍କୁ କାରଖାନାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆଇଜିଏଚକୁ ନିଆ ଯାଇଥିଲା l ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତକ ହେଲେ ବିଶ୍ରା ଜରେଇକେଲାର ଅଭିରାମ ମହାତୋ (୪୫) lଅଭିରାମ ବାସନ୍ତୀ କଲୋନି ଲକି କନଷ୍ଟ୍ରସ୍କନ ଅଧୀନରେ କାମ କରୁଥିଲେ l ତାଙ୍କ ଶବକୁ ଆଇଜିଏଚ ମର୍ଗରେ ରଖାଯାଇଛି l ବିଭିନ୍ନ ଶ୍ରମିକ ସଂଗଠନ ଆଇଜିଏଚରେ ପହଞ୍ଚି ମୃତକ ପରିବାରକୁ କ୍ଷତିପୂରଣ ଓ ନିଯୁକ୍ତି ଦାବି କରିଛନ୍ତି l ଅଭିରାମ ପ୍ରତିଦିନ ପରି ଆଜି ଏ ସିଫ୍ଟରେ ଅନ୍ୟମାନଙ୍କ ସହ ଡ୍ୟୁଟିକୁ ଯାଇଥିଲେ l ସକାଳ ପ୍ରାୟ ୯ଟା ବେଳେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l