ରାଜନୀତିରାଜ୍ୟ

ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ; ଅନ୍ତର୍ନିହିତ ଶକ୍ତିରେ ବିଶ୍ୱାସ ରଖି ବିବେକକୁ ବିକଶିତ କର: ମୁଖ୍ୟମନ୍ତ୍ରୀ

ଆର୍ଯ୍ୟ ସମାଜର ୧୫୦ତମ ପ୍ରତିଷ୍ଠା ଦିବସ; ଅନ୍ତର୍ନିହିତ ଶକ୍ତିରେ ବିଶ୍ୱାସ ରଖି ବିବେକକୁ ବିକଶିତ କର: ମୁଖ୍ୟମନ୍ତ୍ରୀ

ଯେତେବେଳେ ଭାରତ ବିଦେଶୀ ଶାସନ ଅଧୀନରେ ସଂଘର୍ଷ କରୁଥିଲା, ସେହି ସମୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଅଜ୍ଞତାର ଅନ୍ଧକାର ଓ ଅସମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା।

ଭୁବନେଶ୍ୱର ୧୩-୧୦-୨୦୨୫(ଏସ.ଏମ. ) :  ଯେତେବେଳେ ଭାରତ ବିଦେଶୀ ଶାସନ ଅଧୀନରେ ସଂଘର୍ଷ କରୁଥିଲା, ସେହି ସମୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍ଯ୍ୟ ସମାଜ ଅଜ୍ଞତାର ଅନ୍ଧକାର ଓ ଅସମାନତା ମଧ୍ୟରେ ଆଲୋକର ସୂର୍ଯ୍ୟ ପରି ଉଦୟ ହୋଇଥିଲା। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏଭଳି ଜଣେ ସନ୍ଥ ଥିଲେ, ଯିଏ ଅନ୍ଧ ବିଶ୍ୱାସ, ଜାତିପ୍ରଥା ଓ ସାମାଜିକ କୁସଂସ୍କାରକୁ ଚ୍ୟାଲେଞ୍ଜ କରିବାକୁ ସାହସ କରିଥିଲେ। ଶିକ୍ଷା, ମହିଳା ସଶକ୍ତୀକରଣ ଓ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ୱାମୀ ଦୟାନନ୍ଦଙ୍କ ନେତୃତ୍ୱରେ ଆର୍ଯ୍ୟ ସମାଜ ଏକ ନୂତନ ଜାଗରଣ ସୃଷ୍ଟି କରିଥିଲା। ସ୍ୱାମୀ ଦୟାନନ୍ଦଙ୍କ ଦିଗ୍‌ଦର୍ଶନରେ ବାଲ୍ୟ ବିବାହକୁ ବିରୋଧ, ମହିଳା ଶିକ୍ଷାକୁ ଗୁରୁତ୍ୱ, ବିଧବା ପୁନଃବିବାହ ପ୍ରଥା ସମ୍ପର୍କରେ ସଚେତନତା ସୃଷ୍ଟି କରି ଆର୍ଯ୍ୟ ସମାଜ ଏକ ନୂଆ ବାର୍ତ୍ତା ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆର୍ଯ୍ୟ ସମାଜର ୧୫୦ ତମ ପ୍ରତିଷ୍ଠା ଦିବସ ଅବସରରେ ଚନ୍ଦ୍ରଶେଖରପୁରସ୍ଥିତ ରେଳ ପ୍ରେକ୍ଷାଳୟରେ ଆୟୋଜିତ ଆର୍ଯ୍ୟ ମହାସମ୍ମେଳନ-୨୦୨୫ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ୧୫୦ ବର୍ଷର ଇତିହାସକୁ ଦେଖିଲେ ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ। ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ବରଂ ଏହା ନୈତିକ, ଶିକ୍ଷାଗତ ଏବଂ ସାମାଜିକ ବିପ୍ଲବ। ଆଜି ଆମେ ମହିଳାଙ୍କ ବିକାଶ ପାଇଁ ମହିଳା ସଶକ୍ତୀକରଣ, ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ତୃଣମୂଳସ୍ତରରେ ମହିଳାଙ୍କ ନେତୃତ୍ୱ ବିଷୟରେ ଯେଉଁ କାର୍ଯ୍ୟ କରୁଛୁ ତାହା ହେଉଛି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ମାର୍ଗଦର୍ଶନ। ମହର୍ଷି ଦୟାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜାଗ୍ରତ କରିବା ଏବଂ ନିଜ ଅନ୍ତର୍ନିହିତ ଶକ୍ତିରେ ବିଶ୍ୱାସ ରଖି ବିବେକକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷ ସ୍ୱାମୀ ବ୍ରତାନନ୍ଦ ସରସ୍ୱତୀ, ସମାଜସେବୀ ଜଗଦୀଶ ପ୍ରସାଦ ଖାଡ଼ଙ୍ଗା, ଆର୍ଯ୍ୟ ପ୍ରତିନିଧି ସଭା ନୂଆଦିଲ୍ଲୀର ଉପସଭାପତି ଯୋଗେନ୍ଦ୍ର ଖଟ୍ଟର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *