ବାଣିଜ୍ୟରାଜ୍ୟ

ଆସନ୍ତାବର୍ଷରୁ ‘ଓଏମ୍‌ସି’ର ପେଲେଟ୍ କାରଖାନା

ଆସନ୍ତାବର୍ଷରୁ ‘ଓଏମ୍‌ସି’ର ପେଲେଟ୍ କାରଖାନା

୫୦ ନିୟୁତ ଟନ୍‌ ଉତ୍ପାଦନ, ୩୦ ହଜାର କୋଟି ରାଜସ୍ବ ଲକ୍ଷ୍ୟ

ଭୁବନେଶ୍ବର୧୦-୦୭-୨୦୨୫( ଏସ .ଏମ ) : ରାଜ୍ୟ ସରକାରଙ୍କ ଅଧୀନସ୍ଥ ଖଣି କମ୍ପାନି ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପେଲେଟ୍‌ କାରଖାନା ସ୍ଥାପନ କରିବା ଯୋଜନା ପ୍ରସ୍ତୁତ କରିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମେକନ୍‌କୁ ଏହାର ଟେକ୍ନୋ-ଇକୋନମିକ୍ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିବା ଦାୟିତ୍ବ ଦିଆଯାଇଛି। ଏକ ସ୍ବତନ୍ତ୍ର ପ୍ରକଳ୍ପ କମିଟି ମଧ୍ୟ ଗଠନ କରାଯାଇଛି। ସମସ୍ତ ପ୍ରକ୍ରିୟ‌ା ଶେଷ ହେବା ପରେ ୨୦୨୬ ମେ’ ମାସ ସୁଦ୍ଧା ଏହି ପ୍ରକଳ୍ପ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଏମ୍‌ସି କାର୍ଯ୍ୟକ୍ରମର ସମୀକ୍ଷା ବୈଠକରୁ ଜଣାପଡ଼ିଛି।

ବିଭିନ୍ନ ଖଣି ଅଞ୍ଚଳର ଅବଧି ବୃଦ୍ଧି, ପରିବେଶ ଅନୁମୋଦନ, ନୂତନ ଖଣି କାର୍ଯ୍ୟକ୍ଷମ କରିବା ଆଦି ବିଭିନ୍ନ ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷ କରି ବକ୍ସାଇଟ୍ ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଚଳିତ ବର୍ଷ ବକ୍ସାଇଟ୍ ଉତ୍ପାଦନ ଲକ୍ଷ୍ୟ ୩.୬ ନିୟୁତ ଟନ୍ ଥିବା ବେଳେ ଆଗାମୀ ବର୍ଷରେ ଏହାକୁ ୬ ନିୟୁତ ଟନ୍‌କୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ୨୦୨୫-୨୫ ଆର୍ଥିକ ବର୍ଷରେ ଓଏମ୍‌ସି ୫୦ ନିୟୁତ ଟନ୍ ଖଣିଜ ପଦାର୍ଥ ଓ ୩୦ ହଜାର କୋଟି ଟଙ୍କାର ବିକ୍ରୟ ରାଜସ୍ବ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖଣି ଅଞ୍ଚଳର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି ଓ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ପାଇଁ ଓଏମ୍‌ସି ପକ୍ଷରୁ ଅଧିକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଖଣି ଅଞ୍ଚଳରେ ଜଙ୍ଗଲ ସମ୍ପଦର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ସେ କମ୍ପାନିକୁ କହିଥିଲେ। ଖଣି ଅଞ୍ଚଳର ବିକାଶ ପାଇଁ ଓଏମ୍‌ସି ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଓଏମ୍‌ସିର ପରିଚାଳନା ବଢ଼ାଇବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ଓଡିଶା ଖଣି ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *