ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା
ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା
ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ
ନୂଆଦିଲ୍ଳୀ/ଭୁବନେଶ୍ୱର୧୦-୦୬-୨୦୨୫( ଏସ .ଏମ ) : ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ସେନାକୁ ଖୁବଶୀଘ୍ର ମିଳିବାକୁ ଯାଉଛି ନୂଆ ଏୟାର ଡିଫେନ୍ସ ସିଷ୍ଟମ । ଚୀନ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ନୂତନ ବାୟୁ ରକ୍ଷା କବଚ । ଏହି ନୂଆ ରକ୍ଷା କବଚ ହେଉଛି – କ୍ବିକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ ବା QRSAM । ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଛି ଏହି ନୂତନ ବାୟୁ ରକ୍ଷା କବଚ । ଏହାକୁ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାକୁ ସଫଳତାର ସହ ପରୀକ୍ଷଣ ବି କରାଯାଇଛି । ଡିଆରଡିଓ ଠାରୁ ୩୦ ହଜାର କୋଟିରେ କିଣିବାକୁ ଖୁବଶୀଘ୍ର ଚୁକ୍ତି ସ୍ବାକ୍ଷର କରିବ ପ୍ରତିରକ୍ଷା ମନ୍ତ୍ରାଳୟ । ନିକଟରେ ଅପରେସନ୍ ସିନ୍ଦୂର ବେଳେ ପାକ୍ ସୀମାରେ ସୁରକ୍ଷା ଦେଇଛି ଏସ୍-୪୦୦ । କେବଳ ଏସ୍-୪୦୦ ନୁହେଁ ଏଭଳି ଅନେକ ଏୟାର ଡିଫେନ୍ସ ସିଷ୍ଟମ ଦେଶବାସୀଙ୍କୁ ସୁରକ୍ଷା ଦେଇ ଆସିଥିଲେ । ଶତ୍ରୁର ସବୁ ଆକ୍ରମଣକୁ ପଣ୍ଡ କରିଛି ବାୟୁ ରକ୍ଷା କବଚ ।
ସେନାକୁ ମିଳିବ ନୂଆ ବାୟୁ ରକ୍ଷା କବଚ
– ଭାରତୀୟ ସେନାକୁ ମିଳିବ ନୂଆ ବାୟୁ ରକ୍ଷା କବଚ
– କ୍ବିକ ରେସ୍ପନ୍ସ ସରଫେସ୍ ଟୁ ଏୟାର ମିସାଇଲ୍ ସିଷ୍ଟମ ବା QRSAM
– ଚୀନ୍ ଓ ପାକିସ୍ତାନ ସୀମାରେ ମୁତୟନ ହେବ ଏହି ସିଷ୍ଟମ
– ଦିନ ଓ ରାତି ସମୟରେ ନିର୍ଭୁଲ କାମ କରିବାରେ ସକ୍ଷମ
– ଏହାକୁ ପ୍ରସ୍ତୁତ କରିଛି ଡିଆରଡିଓ
– ଗତିଶୀଳ ଟାର୍ଗେଟକୁ ଖୋଜି ଧ୍ବଂସ କରିବାରେ ସକ୍ଷମ
– ୩୦ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି
– ମିଡିୟମ ରେଞ୍ଜ୍ ଭୂପୃଷ୍ଠରୁ ଆକାଶ ମାର୍ଗ କ୍ଷେପଣାସ୍ତ୍ର
– ୧୨୦ କି.ମି ପର୍ଯ୍ୟନ୍ତ ନଜର ରଖିପାରିବ ସର୍ଭିଲାନ୍ସ ରାଡାର
– ଟୁ ୱେ ଡାଟା ଲିଙ୍କ୍ କମ୍ୟୁନିକେସନ ଜରିଆରେ ରାଡାର ଓ ମିସାଇଲ ମଧ୍ୟରେ ଯୋଗଯୋଗରେ ସକ୍ଷମ