ଆୟକର ବିଭାଗରେ ହାଜର ହେଲେ ଵିଶାଲ ଦାସ
ଆୟକର ବିଭାଗରେ ହାଜର ହେଲେ ଵିଶାଲ ଦାସ
ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ | ଆୟକର ବିଭାଗ ନୋଟିସ ପରେ ସେ ହାଜର ହୋଇଛନ୍ତି | କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା |
ଭୁବନେଶ୍ୱର ୦୭-୦୭-୨୦୨୫( ଏସ.ଏମ .) : ଆୟକର ବିଭାଗ କାର୍ଯ୍ୟାଳୟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ | ଆୟକର ବିଭାଗ ନୋଟିସ ପରେ ସେ ହାଜର ହୋଇଛନ୍ତି | କିଛି ଦିନ ପୂର୍ବରୁ ଆୟକର ବିଭାଗ ନବ ଦାସଙ୍କ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଥିଲା | ଆୟକର ବିଭାଗ ପକ୍ଷରୁ ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ, ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ାଉ କରାଯାଇଥିଲା|୨୦୨୩ ଏପ୍ରିଲ ଓ ମେ’ ମାସରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ ୪ଟି କମ୍ପାନିର ପାର୍ଟନର ହୋଇଥିବାବେଳେ ଏହି କମ୍ପାନିଗୁଡ଼ିକ ଝାରସୁଗୁଡ଼ା ବଡ଼ମାଲର ବୋଲି ଦର୍ଶାଯାଇଛି। ତେଣୁ ଏହି କମ୍ପାନି ଲିଙ୍କ୍ରେ ଶ୍ରୀ ଦାସଙ୍କ ବାସଭବନରେ କାଗଜପତ୍ର ଯାଞ୍ଚ ହେଉଥିବା ଚର୍ଚ୍ଚା ହୋଇଥିଲା। ବାୟୋଫୁଏଲ୍ ବ୍ୟବସାୟରେ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଦାସ କରିଥିବା ପୁଞ୍ଜିନିବେଶର କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏହାଛଡ଼ା ନବଙ୍କ ଜଣେ ଘନିଷ୍ଠ ସହଯୋଗୀ ବୁଲୁ ବିଶ୍ବାଳ ଓ ରେଙ୍ଗାଲିର ଜଣେ ମିଲ୍ ମାଲିକଙ୍କ ବାସଭବନରେ ବି ଚଢ଼ାଉ କରାଯାଇଥିଲା |