ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଆବେଦନ
ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଆବେଦନ
ଭୁବନେଶ୍ୱର ୧୪.୦୪.୨୦୨୫ (ଏସ .ଏମ ) : ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆପଣ ଆୟୁଷ୍ମାନ ଭାରତର ଅଫିସିଆଲ ଓ୍ବେବସାଇଟ www.pmjay.gov.in କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ଭିଜିଟ କରିପାରିବେ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ। ଏଥି ପାଇଁ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟଗୁଡିକ ହେଲା ଆଧାର କାର୍ଡ, ରାଶନ କାର୍ଡ, ଆୟ ପ୍ରମାଣପତ୍ର (ଯଦି ଆବଶ୍ୟକ ହୁଏ), ମୋବାଇଲ ନମ୍ବର, ପରିବାର ସଦସ୍ୟଙ୍କ ବିବରଣୀ।ଆୟୁଷ୍ମାନ ଆପ ଡାଉନଲୋଡ କରନ୍ତୁ କିମ୍ବା www.pmjay.gov.in ଓ୍ବେବସାଇଟ ଭିଜିଟ କରନ୍ତୁ। ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟର କରନ୍ତୁ ଏବଂ ଆଧାର ନମ୍ବର ସହ ଯୋଗ କରନ୍ତୁ। ଆବେଦନ ଫର୍ମରେ ପରିବାର ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଯାଞ୍ଚ ହେବା ପରେ ଆପଣଙ୍କୁ ଇ-କାର୍ଡ ଡାଉନଲୋଡ କରିବାର ସୁବିଧା ମିଳିବ। ଅଫଲାଇନରେ କେମିତି କରିବେ ଆବେଦନ ଆପଣ ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC), ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କିମ୍ବା ସରକାରୀ ହସ୍ପିଟାଲରେ ଯାଇ ଆବେଦନ କରିପାରିବେ। ସେଠାରେ ଥିବା କର୍ମଚାରୀ ଆପଣଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ଯାଞ୍ଚ ପରେ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିପାରିବ। ଆବେଦନ ଯାଞ୍ଚ ପରେ ଯୋଗ୍ୟ ଆବେଦନକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ସହିତ ଆପଣ ଯୋଜନା ଅଧୀନରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ।