ଇନ୍ଦିରାଙ୍କ ସ୍ମରଣରେ ଛାତ୍ର କଂଗ୍ରେସର ‘ଶକ୍ତି ମାର୍ଚ୍ଚ’
ଇନ୍ଦିରାଙ୍କ ସ୍ମରଣରେ ଛାତ୍ର କଂଗ୍ରେସର ‘ଶକ୍ତି ମାର୍ଚ୍ଚ’
ବିଭିନ୍ନ ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇବାକୁ ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି
ଭୁବନେଶ୍ୱର୧୬-୦୫-୨୦୨୫ (ଏସ.ଏମ ) : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ବରେ ‘ଶକ୍ତି ମାର୍ଚ୍ଚ’ ଅନୁଷ୍ଠିତ ହୋଇଛି। ୧୯୭୧ ମସିହାରେ ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲେ। ପାକିସ୍ତାନକୁ ଦୁଇ ଭାଗ କରି ଆଉ ଏକ ଦେଶ ବାଂଲାଦେଶକୁ ସ୍ଥାପନ କରିଥିଲେ। ସେତେବେଳେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ଉପରେ ଆମେରିକା ଚାପ ସୃଷ୍ଟି କରିଥିଲା। ମାତ୍ର ଏହି ଚାପକୁ ସେ ଖାତିର କରି ନ ଥିଲେ। ମାତ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଆମେରିକା ଚାପରେ ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରିଦେଲେ। ଏହା ଭାରତ ପାଇଁ ଏକ ଲଜ୍ଜାକର ବିଷୟ। ତେଣୁ ସେଥିପାଇଁ ଆଜି ଇନ୍ଦିରା ଗାନ୍ଧୀଙ୍କୁ ଛାତ୍ର କଂଗ୍ରେସ ନେତା ମନପକାଇ ଏକ ପଦଯାତ୍ରାରେ ସାମିଲ ହୋଇଛନ୍ତି। ଏଥିରେ ଶାହାରୁଖ ଖାନ, ଜଗଦୀଶ ରାଉତ, ସାଇ ପ୍ରଭଞ୍ଜନ ମହାପାତ୍ର, ସିଦ୍ଧାନ୍ତ ଓମ ପ୍ରକାଶ, ଆଦିତ୍ୟ ଅଶୁଂମାନ ପାତ୍ର, ମହେଶ କୁମାର ଗରଡ଼, ଚିନ୍ମୟ ବେହେରା ଶିବ ରଞ୍ଜନ ସାହୁ , ଅମୀୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ।