ଦେଶ- ବିଦେଶସମସ୍ୟା ଭିତ୍ତିକ ଖବର

‘ଇସ୍ରାଏଲ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବ ଇରାନ’

‘ଇସ୍ରାଏଲ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବ ଇରାନ’

ଇସ୍ରାଏଲ ଆକ୍ରମଣରେ ଇରାନ ରିଭଲ୍ୟୁସନରୀ ଗାର୍ଡ ମୁଖ୍ୟ ହୁସେନ ସଲାମୀଙ୍କ ସମେତ ୨୦ରୁ ଅଧିକ ଶୀର୍ଷ କମାଣ୍ଡର ନିହତ ହେବା ଇରାନକୁ ସ୍ତବ୍ଧ କରିଦେଇଛି

ତେହରାନ/ନୂଆଦିଲ୍ଲୀ୧୪-୦୬-୨୦୨୫(ଏସ .ଏମ ) : ସ୍ରାଏଲ ଆକ୍ରମଣରେ ଇରାନ ରିଭଲ୍ୟୁସନରୀ ଗାର୍ଡ ମୁଖ୍ୟ ହୁସେନ ସଲାମୀଙ୍କ ସମେତ ୨୦ରୁ ଅଧିକ ଶୀର୍ଷ କମାଣ୍ଡର ନିହତ ହେବା ଇରାନକୁ ସ୍ତବ୍ଧ କରିଦେଇଛି। ସ୍ଥାନୀୟ ଗଣମାଧ୍ୟମ କହିଛି, ଆଇଆର୍‌ଜିସି ମୁଖ୍ୟାଳୟ ଉପରେ ଇସ୍ରାଏଲର ଆକ୍ରମଣରେ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସର ମୁଖ୍ୟ ମେଜର ଜେନେରାଲ ହୁସେନ୍ ସଲାମି ସହିଦ ହୋଇଛନ୍ତି। ରିଭଲ୍ୟୁସନରୀ ଗାର୍ଡ ଇରାନର ଧାର୍ମିକ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବଜାୟ ରଖିଛି ଏବଂ ଦେଶର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତା ଉପରେ ଅଧିକାର ରଖିଛି। ଇସ୍ରାଏଲର ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ ହିଁ ଇରାନର ଶୀର୍ଷ କମାଣ୍ଡର ମହମ୍ମଦ ବାଘେରୀଙ୍କ ସମେତ ଅନେକ ଉଚ୍ଚ ପଦସ୍ଥ ସାମରିକ ଅଧିକାରୀ ଏବଂ ବିଶିଷ୍ଟ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି ବୋଲି ଇସ୍ରାଏଲ ସେନା ରିପୋର୍ଟ କରିଛି। ଅନ୍ୟପକ୍ଷରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୟୁଟ୍ୟୁବ୍ ଜରିଆରେ କହିଛନ୍ତି ଯେ ଇସ୍ରାଏଲ ଏକ ଟାର୍ଗେଟେଡ୍‌ ସାମରିକ ଅପରେସନ୍ କରି ଇସ୍ରାଏଲର ଅସ୍ତିତ୍ବ (ପରମାଣୁ ଯୁଦ୍ଧ ସ୍ଥିତିରେ) ପ୍ରତି ଥିବା ବିପଦକୁ ଦୂର କରିଛି। ସେ ଆହୁରି କହିଛନ୍ତି ଯେ ଏହି ବିପଦକୁ ଦୂର କରିବା ପାଇଁ ଯେତେ ଦିନ ଲାଗିବ ଆକ୍ରମଣ ଜାରି ରହିବ। ଆଜି ରାତିରେ ଇସ୍ରାଏଲର ଦ୍ବିତୀୟ ପର୍ଯ୍ୟାୟ ଆକ୍ରମଣ ଆରମ୍ଭ ହେବା ପରେ ଇରାନ୍‌ ମଧ୍ୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି।
‘ଅପରେସନ୍ ରାଇଜିଂ ଲାୟନ୍’ ଆରମ୍ଭ ହେବା ପରେ ଇରାନ ଇସ୍ରାଏଲକୁ ଚେତାବନୀ ଦେଇ କହିଛି ଯେ, ସେମାନଙ୍କୁ ଅତି ଭୟାନକ ଦଣ୍ଡ ଭୋଗିବାକୁ ପଡ଼ିବ। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନି କହିଛନ୍ତି, ଇସ୍ରାଏଲ ଆବାସିକ ଅଂଚଳରେ ଆକ୍ରମଣ କରି ଏହାର ଖରାପ ସ୍ୱଭାବକୁ ଅଧିକ ପ୍ରକାଶ କରିଛି। ଏହି ଅପରାଧ ସହିତ ଇହୁଦୀ ଶାସନ ଏକ ଯନ୍ତ୍ରଣାଦାୟକ ଭାଗ୍ୟର ସମ୍ମୁଖୀନ ହେବାକୁ ଯାଉଛି ବୋଲି ସେ କହିଛନ୍ତି।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଇରାନର ସମ୍ଭାବ୍ୟ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ବିଷୟରେ ଚେତାବନୀ ଜାରି କରିଥିବା ବେଳେ ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି। ନେତାନ୍ୟାହୁ ଆଜି ଇରାନ୍‌ ଉପରେ ଆକ୍ରମଣ ପ୍ରସଙ୍ଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ମଧ୍ୟପ୍ରାଧ୍ୟରେ ଉତ୍ତେଜନା ନ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରିଥିବା ଜଣାପଡ଼ିଛି।
ଆଜି ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିଶ୍ଚିତ କରି ଆମେରିକା ବିଦେଶ ସଚିବ କହିଛନ୍ତି ଯେ ଇସ୍ରାଏଲର ଆତ୍ମରକ୍ଷା ପାଇଁ ଜରୁରୀ ମନେ କରାଯାଉଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଇସ୍ରାଏଲ ଜାରି ରଖିଛି। ଆମେରିକା ଏ ବାବଦରେ ଆଗୁଆ ଅବଗତ ଥିବା ସେ କହିଛନ୍ତି। ଇସ୍ରାଏଲ ଇରାନ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି ସେ କହିଛନ୍ତି। ଆମେ ଇରାନ ବିରୋଧରେ ଆକ୍ରମଣରେ ସମ୍ପୃକ୍ତ ନୁହଁ ଏବଂ ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଏହି ଅଞ୍ଚଳରେ ଆମେରିକୀୟ ସୈନ୍ୟଙ୍କୁ ସୁରକ୍ଷା ଦେବା। ଇରାନ ଆମେରିକାର ସ୍ୱାର୍ଥ କିମ୍ବା କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମଧ୍ୟପ୍ରାଚ୍ୟକୁ ପରମାଣୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଇରାନ ପାଖରେ ଏ ବାବଦ ଚୁକ୍ତି ସ୍ବାକ୍ଷର କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *