ରାଜନୀତିରାଜ୍ୟ

ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧଦିବସ ଆଜି ବିଧାନସଭା ପରିସରରେ ପାଳିତ ହୋଇଯାଇଛି

ଭୁବନେଶ୍ବର ୨୭-୦୬-୨୦୨୫(ଏସ .ଏମ ) : ତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧଦିବସ ଆଜି ବିଧାନସଭା ପରିସରରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପବାଚସ୍ପତି ଭବାନୀଶଙ୍କର ଭୋଇ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ଉତ୍କଳ ସମ୍ମିଳନୀର କାର୍ଯ୍ୟକର୍ତ୍ତା ଓ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ ଅତିଥିମାନେ କହିଥିଲେ, ମାନବସେବାକୁ ଜୀବନର ବ୍ରତ କରି ନିଜ ସେବା ମନୋବୃତ୍ତି ପାଇଁ ଗୋପବନ୍ଧୁ ଦାସ ଯୁବସମାଜ ପାଇଁ ଆଦର୍ଶ ହୋଇପାରିଛନ୍ତି। ଲାଲା ଲଜ୍‌ପତ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ପରିଚାଳିତ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଭାବେ ପଣ୍ଡିତ ଗୋପବନ୍ଧୁ ମନୋନୀତ ହୋଇଥିଲେ। ଏହାପରେ ସେ ସତ୍ୟବାଦୀ ପ୍ରେସ୍‌ ଓ ‘ସମାଜ’ ଖବରକାଗଜ ଲୋକସେବକ ମଣ୍ଡଳକୁ ହସ୍ତାନ୍ତର କରିଥିଲେ। ନିଜେ ଏହି ଅନୁଷ୍ଠାନର ଉପସଭାପତି ଭାବେ କାର୍ଯ୍ୟନିର୍ବାହ କରିଥିଲେ। ୧୯୨୮ ଜୁନ୍‌ ୧୭ ତାରିଖ (ନେତ୍ରୋତ୍ସବ ତିଥି)ରେ ପଣ୍ଡିତ ଗୋପବନ୍ଧୁଙ୍କ ଘଟଣାବହୁଳ କର୍ମମୟ ଜୀବନର ଅବସାନ ଘଟିଥିଲା। ଏହି ଅବସରରେ ଶାଶ୍ୱତୀ ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା। ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *