ଘଟଣା ଦୁର୍ଘଟଣାଦେଶ- ବିଦେଶ

ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ଜଣଙ୍କର ମୃତ୍ୟୁ

ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ଜଣଙ୍କର ମୃତ୍ୟୁ

ଉତ୍ତରାଖଣ୍ଡରେ ଖଣ୍ଡ ଖଣ୍ଡ ହେଲା ହେଲିକପ୍ଟର, ଚାଲିଗଲା ୬ଜୀବନ

ଉତ୍ତରକାଶୀ/ଭୁବନେଶ୍ୱର ୦୮.୦୫.୨୦୨୫(ଏସ .ଏମ ) : ତ୍ତରାଖଣ୍ଡରେ ଖଣ୍ଡ ଖଣ୍ଡ ହେଲା ହେଲିକପ୍ଟର। ଚାଲିଗଲା ୬ଜୀବନ। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସକାଳ ପ୍ରାୟ ୯ଟା ସମୟରେ ଗଙ୍ଗୋତ୍ରୀ ଅଭିମୁଖେ ଯାଉଥିବା ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ସହ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ବିମାନରେ ପ୍ରାୟ ୭ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଜଣେ ଗୁରୁତର ହୋଇଥିଲେ ବି ଅଳ୍ପକେ ବର୍ତ୍ତିଯାଇଛନ୍ତି। ପ୍ରଥମେ ୫ଜଣକ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ। ହେଲେ ପରେ ଡାକ୍ତରଖାନା ନେବା ବାଟରେ ଆଉ ଜଣକର ମୃତ୍ୟୁ ହୋଇଥିଲା ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ କ୍ୟାପଟେନ୍ ରବିନ୍ ସିଂହଙ୍କ ମଧ୍ୟ ରହିଛନ୍ତି। ମୃତକମାନେ ଚାର୍‌ଧାମ ଯାତ୍ରା ପାଇଁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦୁର୍ଘଟଣା ପରେ ଆହତଙ୍କୁ ଋଷିକେଶରେ ଥିବା ଏମ୍ସକୁ ନିଆଯାଇଛି। ହେଲିକପ୍ଟରରେ ଥିବ‌ା ୬ଜଣକ ମଧ୍ୟରୁ ୪ଜଣ ମୁମ୍ବାଇ ଓ ୨ଜଣ ଆନ୍ଧ୍ରପ୍ରଦେଶରୁ ଥିଲେ। କୁହାଯାଉଛି ଯେ, ହେଲିକପ୍ଟରଟି ଡେରାଡୁନର ସହସ୍ତ୍ରଧାର ହେଲିପ୍ୟାଡରୁ ଉଡ଼ାଣ ଆରମ୍ଭ କରିଥିଲା ​​ଏବଂ ଯମୁନୋତ୍ରୀ ମନ୍ଦିର ନିକଟସ୍ଥ ଖରସାଲି ହେଲିପ୍ୟାଡକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ମୁମ୍ବାଇରୁ ଯାଇଥିବା ମୃତକମାନେ ହେଲେ କାଲା ସୋନି (୬୧), ବିଜୟ ରେଡ୍ଡୀ (୫୭), ରୁଚି ଅଗ୍ରୱାଲ (୫୬), ଏବଂ ରାଧା ଅଗ୍ରୱାଲ (୭୯) ଏବଂ ଆନ୍ଧ୍ରପ୍ରଦେଶରୁ ଯାଇଥିବା ମୃତକମାନେ ହେଲେ ଭାସ୍କର (୫୧) ଏବଂ ବେଦବତୀ କୁମାରୀ (୪୮)। ଏପର୍ଯ୍ୟନ୍ତ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଗଡ଼ୱାଲର ଡିଭିଜନାଲ କମିଶନର ବିନୟ ଶଙ୍କର ପାଣ୍ଡେ ଉତ୍ତରକାଶୀ ଜିଲ୍ଲାର ଗଙ୍ଗାନାନୀ ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ଖବରକୁ ନିଶ୍ଚିତ କରିଛନ୍ତି। ହେଲିକପ୍ଟର ଦୁର୍ଘଟଣାସ୍ଥଳରେ ପ୍ରଶାସନ ଏବଂ ରିଲିଫ ଦଳ ଉପସ୍ଥିତ ଅଛନ୍ତି ବୋଲି ସେ ଜଣାଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶୋକ ପ୍ରକାଶ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *