ଦେଶ- ବିଦେଶରାଜନୀତି

ଏତେ କୋଟିର ମାଲିକ ଜଗଦୀପ ଧନଖଡ଼

ଏତେ କୋଟିର ମାଲିକ ଜଗଦୀପ ଧନଖଡ଼…

ନୂଆଦିଲ୍ଲୀ/ଭୁବନେଶ୍ୱର ୨୨-୦୭-୨୦୨୫(ଏସ.ଏମ. ) : ସୋମବାର ଦିନ ସଂସଦରେ ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ଅଧିବେଶନ ଶେଷ ହେବା ପରେ ଆଗାମୀ ଅଧିବେଶନକୁ ସାଂସଦ ଅପେକ୍ଷା କରିଥିବା ବେଳେ ଆସିଥିଲା ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର। ତାହା ଥିଲା ଜଗଦୀପ ଧନଖଡ଼ଙ୍କ ଇସ୍ତଫା। ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଜଗଦୀପ ଧନଖଡ଼ ଲେଖିଥିଲେ ଯେ, ଡାକ୍ତରଙ୍କ ପରାମର୍ଶ ଏବଂ ସ୍ବାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦେଇ ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଧନଖଡ଼ଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ ହେବାକୁ ଥିଲା। ପ୍ରାୟ ୨ବର୍ଷ ପୂର୍ବରୁ ସେ ତାଙ୍କ ପଦରୁ ହଠାତ୍ କାହିଁକି ଇସ୍ତଫା ଦେଲେ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ। ଏମଧ୍ୟରେ ଧନଖଡ଼ଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୭.୮ କୋଟି ଟଙ୍କା ହେବ, ଯେଉଁଥିରେ ଉଭୟ ସ୍ଥାବର (୪.୫କୋଟିରୁ ଅଧିକ) ଏବଂ ଅସ୍ଥାବର(ପ୍ରାୟ ୩.୩କୋଟି) ସମ୍ପତ୍ତି ଅନ୍ତର୍ଭୁକ୍ତ। ସେ ଚାଷଜମି ଓ ଘର ଭଡ଼ାରୁ ଆୟ କରୁଥିବା ବେଳେ ବ୍ୟାଙ୍କରୁ ମିଳୁଥିବା ସୁଧ ଏବଂ ପେନସନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଉପରାଷ୍ଟ୍ରପତି ଭାବେ ତାଙ୍କୁ ମାସକୁ ୪ଲକ୍ଷ ଦରମା ମିଳୁଥିଲା। ଏହା ସହ ଜେଡ୍ ଶ୍ରେଣୀ ସୁରକ୍ଷା, ମାଗଣା ଚିକିତ୍ସା ସୁବିଧ‌ା, ଭବ୍ୟ ସରକାରୀ ଆବାସ ଓ ଅନ୍ୟାନ୍ୟ ସୁବିଧା ମିଳୁଥିଲା।

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହା ଅଗଷ୍ଟ ୧୧ରୁ ‌ଧନଖଡ଼ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଥିଲେ। ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ରୁ ୧୯୯୧ ପର୍ଯ୍ୟନ୍ତ ସେ ଲୋକସଭାର ସଦସ୍ୟ ଥିଲେ। ୧୯୯୦ରୁ ୧୯୯୧ ମଧ୍ୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜସ୍ଥାନ ବିଧାନସଭାରେ ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୭୯ରେ ଆଇନଜୀବୀ ଭାବେ ସେ ରାଜସ୍ଥାନରୁ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *