ଦେଶ- ବିଦେଶରାଜନୀତି

ଏପ୍ରିଲ ମାସରେ ହେବ ବାଂଲାଦେଶ ନିର୍ବାଚନ

ଏପ୍ରିଲ ମାସରେ ହେବ ବାଂଲାଦେଶ ନିର୍ବାଚନ

ଘୋଷଣା ହେଲା ବାଂଲାଦେଶ ନିର୍ବାଚନ। ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ମାସରେ ହେବ ବାଂଲାଦେଶ ନିର୍ବାଚନ। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ ନିର୍ବାଚନ ସମ୍ପର୍କରେ ଘୋଷଣା କରିଛନ୍ତି

ନୂଆଦିଲ୍ଳୀ/ଭୁବନେଶ୍ୱର ୦୭-୦୬-୨୦୨୫(ଏସ .ଏମ ) : ଘୋଷଣା ହେଲା ବାଂଲାଦେଶ ନିର୍ବାଚନ । ଆସନ୍ତା ବର୍ଷ ଅର୍ଥାତ ୨୦୨୬ ଏପ୍ରିଲ ମାସରେ ହେବ ବାଂଲାଦେଶ ନିର୍ବାଚନ। ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍‌ ନିର୍ବାଚନ ସମ୍ପର୍କରେ ଘୋଷଣା କରିଛନ୍ତି । କହିଛନ୍ତି ଯେ, ଦେଶର ପରବର୍ତ୍ତୀ ଜାତୀୟ ନିର୍ବାଚନ ୨୦୨୬ ଏପ୍ରିଲ୍ ପ୍ରଥମ ଭାଗରେ ଅନୁଷ୍ଠିତ ହେବ । ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରି ୟୁନୁସ୍ କହିଛନ୍ତି, ନିର୍ବାଚନ କମିସନ ଖୁବଶୀଘ୍ର ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରକାଶ କରିବେ । ଅନ୍ତରୀଣ ସରକାର ତିନିଟି ମୁଖ୍ୟ ଉଦ୍ଦେଶ୍ୟ ନେଇ ଦାୟିତ୍ୱ ଗ୍ରହଣ କରିଛନ୍ତି, ଯଥା ସଂସ୍କାର, ନ୍ୟାୟ ଓ ନିର୍ବାଚନ । ଆଗାମୀ ନିର୍ବାଚନକୁ ଦେଶର ଇତିହାସରେ ସ୍ବତନ୍ତ୍ର, ନିରପେକ୍ଷ, ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ଗ୍ରହଣୀୟ କରିବା ପାଇଁ ସରକାର ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଛନ୍ତି । ଏଭଳି ଏକ ପ୍ରକ୍ରିୟା ସୃଷ୍ଟି କରାଯିବ, ତାହା ସହିଦଙ୍କ ଆତ୍ମାକୁ ସଦଗତି ଏବଂ ରାଷ୍ଟ୍ରର ଅଖଣ୍ଡତା ଏବଂ ନିରପେକ୍ଷତାକୁ ସ୍ମରଣ କରାଯିବ । ୟୁନୁସ୍‌ଙ୍କ ଏହି ଘୋଷଣା ପରେ ନିର୍ବାଚନ ସମୟକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଡିସେମ୍ବର ୨୦୨୫ରୁ ଜୁନ୍ ୨୦୨୬ ମଧ୍ୟରେ ଯେକୌଣସି ସମୟରେ ନିର୍ବାଚନ କରାଯାଇପାରେ ବୋଲି ମହମ୍ମଦ ୟୁନୁସ୍‌ ପୂର୍ବରୁ ପରାମର୍ଶ ଦେଇଥିଲେ । ଖାଲେଦାଙ୍କ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ୨୦୨୫ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ଜିଦ୍ ଧରିଥିବା ବେଳେ ନବଗଠିତ ନ୍ୟାସନାଲ ସିଟିଜେନ ପାର୍ଟି ବା ଏନସିପି ସଂସ୍କାର ଶେଷ ହେବା ପରେ ହିଁ ନିର୍ବାଚନ କରିବାକୁ ଦାବି କରିଥିଲା । ତେବେ ମହମ୍ମଦ ୟୁନୁସ୍‌ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ସଂସ୍କାରକୁ ସଜାଡ଼ିବା ଉପରେ ଧ୍ୟାନ ଦେବେ । ନ୍ୟାୟ ଓ ସଂସ୍କାର ପାଇଁ ଯେଉଁ ଢାଞ୍ଚାରେ ବ୍ୟାପକ ରାଜନୈତିକ ସହମତି ହୋଇପାରିବ, ତାହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଆଗାମୀ ମାସଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହେବ । ଏଥିପାଇଁ ବାଂଲାଦେଶରେ ଏକ ରିଫର୍ମ କମିଶନ ଗଠନ କରାଯାଇଛି । ବାଂଲାଦେଶକୁ ଏକ ସ୍ଥିର ସରକାର ଓ ରାଜନୈତିକ ସ୍ଥିରତା ପ୍ରଦାନ କରିବା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଡ. ୟୁନୁସ୍‌ କହିଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *