ଏବିଡିଓ ଅସିତ କୁମାର ପାତ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ
ଏବିଡିଓ ଅସିତ କୁମାର ପାତ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ
ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ
କଟକ/ଯାଜପୁର ୧୬-୦୫-୨୦୨୫ (ଏସ.ଏମ ) : ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକର ଏବିଡିଓ ଅସିତ କୁମାର ପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ଓଡ଼ିଶା ଭିଜିଲାନ୍ସ ଗୁରୁବାର ସକାଳେ ଧର୍ମଶାଳା ବ୍ଲକର ଏବିଡିଓଙ୍କ ୭ଟି ସ୍ଥାନରେ ଚଢ଼ାଉ କରିଥିଲା। ଏବିଡିଓ ଅସିତ କୁମାର ପାତ୍ରଙ୍କ ଯାଜପୁର ରୋଡର କହ୍ନେଇପୁର ନିକଟରେ ଚୋରଡାରେ ଅବସ୍ଥିତ ଅସିତ କୁମାର ପାତ୍ରଙ୍କ ଚାରି ମହଲା ବିଶିଷ୍ଟ କୋଠା, କଟକର ଚାଉଳିଆଗଞ୍ଜର ମେଟ୍ରୋ ଆଭେନ୍ୟୁ ଆପାର୍ଟମେଣ୍ଟରେ ତାଙ୍କର ଫ୍ଲାଟ୍ ନମ୍ବର ୪୦୪, ଯାଜପୁର ଥାନା ସୁନ୍ଦରୀମୁହାଣ ନିକଟସ୍ଥ ଗରାଦେଶ୍ୱରରେ ତାଙ୍କ ପୈତୃକ ବାସଭବନ, ଭଣ୍ଡାରୀପୋଖରୀର ସାନବାନାସ୍ତା ଗ୍ରାମରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର, ସରକାରୀ କାର୍ଯ୍ୟାଳୟ ଓ ଆବାସିକ ସରକାରୀ କ୍ୱାର୍ଟରରେ ଚଢ଼ଉ କରାଯାଇଥିଲା।