ଖେଳଦେଶ- ବିଦେଶ

ଏମଏସ ଧୋନୀଙ୍କୁ ହଲ ଅଫ୍ ଫେମରେ ସାମିଲ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)

ଏମଏସ ଧୋନୀଙ୍କୁ ହଲ ଅଫ୍ ଫେମରେ ସାମିଲ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)

ଭାରତୀୟ କ୍ରିକେଟରେ ଧୋନୀଙ୍କ ଅତୁଳନୀୟ ଅବଦାନ ପାଇଁ ସେ ଏହି ସମ୍ମାନ ପାଇଛନ୍ତି

ମୁମ୍ବାଇ/ଭୁବନେଶ୍ୱର୧୦-୦୬-୨୦୨୫( ଏସ .ଏମ ) : ପୂର୍ବତନ ଭାରତୀୟ ଦଳର ଅଧିନାୟକ ଏମଏସ ଧୋନୀଙ୍କୁ ହଲ ଅଫ୍ ଫେମରେ ସାମିଲ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଅନ୍ତର୍ଜାତୀୟ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଏହି ସମ୍ମାନ ପାଇଛନ୍ତି।ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ମାତ୍ର ୨ ଦିନ ପୂର୍ବରୁ ଲଣ୍ଡନରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏମଏସ ଧୋନୀଙ୍କ ସମେତ ୭ ଜଣ କିମ୍ବଦନ୍ତୀ କ୍ରିକେଟରଙ୍କୁ ହଲ ଅଫ୍ ଫେମରେ ସମ୍ମାନିତ କରାଯାଇଛି। ଏମଏସ ଧୋନିଙ୍କ ବ୍ୟତୀତ ମାଥ୍ୟୁ ହେଡେନ୍, ଗ୍ରାଏମ ସ୍ମିଥ୍, ଡାନିଏଲ୍ ଭିଟୋରି ଏବଂ ହାସିମ୍ ଆମଲାଙ୍କୁ ମଧ୍ୟ ହଲ ଅଫ୍ ଫେମରେ ସମ୍ମାନିତ କରାଯାଇଛି। ଧୋନୀ ଏହି ତାଲିକାରେ ସାମିଲ ହୋଇଥିବା ୧୧ତମ ଭାରତୀୟ କ୍ରିକେଟର ହୋଇଛନ୍ତି। ଧୋନି ତାଙ୍କର ଅନ୍ତର୍ଜାତୀୟ ଅବସରର ପ୍ରାୟ ୫ ବର୍ଷ ପରେ ଏହି ସମ୍ମାନ ପାଇଛନ୍ତି। ଧୋନୀ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏମଏସ ଧୋନିଙ୍କ ଶେଷ ମ୍ୟାଚ୍ ୨୦୧୯ ବିଶ୍ୱକପର ସେମିଫାଇନାଲରେ ହୋଇଥିଲା।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *