ରାଜ୍ୟସମସ୍ୟା ଭିତ୍ତିକ ଖବରସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

ଏସ୍‌ସିବିରେ ବନ୍ଦ ହୋଇଗଲା କି ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା!

ଏସ୍‌ସିବିରେ ବନ୍ଦ ହୋଇଗଲା କି ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥା!

କଟକ ବଡ଼ଡାକ୍ତରଖାନା ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ ମାରୋ ଟ୍ରାନ୍ସପ୍ଲାଣ୍ଟ) ଚିକିତ୍ସା ୨ ମାସ ହେଲା ବନ୍ଦ ରହିଛି। ଏଠାରେ ମାର୍ଚ୍ଚ ୨୫ ତାରିଖରେ ଶେଷଥର ପାଇଁ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା। ଏହା ପରଠୁ ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍‌ଟି) ୟୁନିଟ୍‌ ବନ୍ଦ ରହିଛି

କଟକ/ଭୁବନେଶ୍ୱର ୦୧-୦୬-୨୦୨୫(ଏସ .ଏମ ) :ଟକ ବଡ଼ଡାକ୍ତରଖାନା ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ ମାରୋ ଟ୍ରାନ୍ସପ୍ଲାଣ୍ଟ) ଚିକିତ୍ସା ୨ ମାସ ହେଲା ବନ୍ଦ ରହିଛି। ଏଠାରେ ମାର୍ଚ୍ଚ ୨୫ ତାରିଖରେ ଶେଷଥର ପାଇଁ ଅସ୍ଥିମଜ୍ଜା ପ୍ରତିରୋପଣ ହୋଇଥିଲା। ଏହା ପରଠୁ ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍‌ଟି) ୟୁନିଟ୍‌ ବନ୍ଦ ରହିଛି। ମରାମତି ଆଳ ଦେଖାଇ ଏହି ୟୁନିଟ୍‌କୁ ବନ୍ଦ କରିଦିଆଯାଇଛି। ଏବେ ବିଶେଷଜ୍ଞ ନ ଥିବାରୁ ଆଗକୁ ଏସ୍‌ସିବିରେ ‌ଅସ୍ଥିମଜ୍ଜା ପ୍ରତିରୋପଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପଟେ ହେମାଟୋଲୋଜି ବିଭାଗ ପ୍ରଫେସର ଶୂନ୍ୟ ହୋଇପଡ଼ିଛି। ରାଜ୍ୟର ଏକମାତ୍ର ସରକାରୀ ମେଡିକାଲ କ‌ଲେଜ ଭାବେ ଏସ୍‌ସିବିରେ ଅସ୍ଥିମଜ୍ଜା ପ୍ରତିରୋପଣ ମାଗଣ‌ାରେ ହୋଇପାରୁଥିବା ବେଳେ ଏବେ ଏହା ବନ୍ଦ ରହିବା ଉଦ୍‌ବେଗର ବିଷୟ ହୋଇଛି।ସୂଚନା ଥାଉ କି, ଏସ୍‌ସିବିରେ ୨୦୧୪ ଏପ୍ରିଲରୁ ବିଏମ୍‌ଟି ୟୁନିଟ୍‌ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୧୮୦ଟି ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇସାରିଛି। କିନ୍ତୁ ଏବେ ପ୍ରଫେସର ନ ଥିବାରୁ ୧୭୦ ରୋଗୀଙ୍କ ଫଲୋଅପ୍‌ ବା ପରବର୍ତ୍ତୀ ଚିକିତ୍ସା ପ୍ରଭାବିତ ହୋଇଛି। କେବଳ ସେତିକି ନୁହେଁ, ୩୫ଜଣ ରୋଗୀଙ୍କୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପ୍ରସ୍ତୁତ ରଖାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ବି ବିପଦରେ। ଏସ୍‌ସିବି ହେମାଟୋଲୋଜି ବିଭାଗରେ ଏହି ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ରୋଗୀଙ୍କୁ ଦିଆଯାଉଥିଲା। ବାହାରେ ଅସ୍ଥିମଜ୍ଜା ପ୍ରତିରୋପଣ କଲେ ୩୦ରୁ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟପଟେ ପ୍ର‌ଫେସର ଅଭାବରୁ ଡିଆର୍‌ଏନ୍‌ବି ପାଠ୍ୟକ୍ରମର ୬ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବି ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ଏସ୍‌ସିବି ହେମାଟୋଲୋଜି ବିଭାଗରେ ଜଣେ ପ୍ରଫେସର, ଜଣେ ଆସୋସିଏଟ୍‌ ପ୍ରଫେସର ଓ ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। କିନ୍ତୁ ଚଳିତମାସ ୨୪ ତାରିଖରୁ ଚୁକ୍ତିଭିତ୍ତିକ ପ୍ରଫେସରଙ୍କ ଚୁକ୍ତିକୁ ନବୀକରଣ କରାଯାଇ ନ ଥିବାରୁ ପଦ ଖାଲି ପଡ଼ିଛି। ଏଥିସହ ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦବିରୁ ଗୋଟିଏ ଖାଲି ପଡ଼ିଛି। ସପ୍ତାହରେ ୩ଟି ଓପିଡିକୁ ଅଢ଼େଇ ଶହରୁ ୩ଶହ ରୋଗୀ ଚିକିତ୍ସା ଓ ପରାମର୍ଶ ପାଇଁ ଆସୁଛନ୍ତି। ତା’ସହିତ ଥାଲାସେମିଆ, ରକ୍ତ କର୍କଟ ରୋଗୀ ବି ଚିକିତ୍ସା ପାଇଁ ଆସୁଛନ୍ତି। ଏଭଳି ସ୍ଥିତିରେ ବିଏମ୍‌ଟି ୟୁନିଟ୍‌ ବନ୍ଦ ରହିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *