LatestNewsଘଟଣା ଦୁର୍ଘଟଣାରାଜ୍ୟ

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା

ଏସ୍‌ସିବି ଅଗ୍ନିକାଣ୍ଡ ଘଟଣା…

କଟକର ଏସ୍‌ସିବି ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍‌ରେ ମାର୍ଚ୍ଚ ୧୬, ୨୦୨୬ରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ଭାବେ ନିନ୍ଦା କରୁଛି। ଏହି ଦୁର୍ଘଟଣାରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ୱର ୧୮-୦୩-୨୦୨୬(ଏସ.ଏମ ) :ଟକର ଏସ୍‌ସିବି ମେଡିକାଲ୍ କଲେଜ୍ ଆଣ୍ଡ ହସ୍ପିଟାଲ୍ (ଏସ୍‌ସିବି ଏମସିଏଚ୍)ରେ ମାର୍ଚ୍ଚ ୧୬, ୨୦୨୬ରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡ ଘଟଣାକୁ ବିଜୁ ଜନତା ଦଳ ତୀବ୍ର ଭାବେ ନିନ୍ଦା କରୁଛି। ଏହି ଦୁର୍ଘଟଣାରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ଓ ଏହା ଓଡ଼ିଶା ସରକାରୀ ହସ୍ପିଟାଲ୍ ଅଗ୍ନିକାଣ୍ଡ ଇତିହାସରେ ସର୍ବାଧିକ। ଏହା ବିଜେପି ସରକାରଙ୍କର ଗଭୀର ଅବହେଳାକୁ ପ୍ରକାଶ କରୁଛି।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏବଂ ଉପସଭାପତି ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଜେପି ସରକାରରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଯାହାଫଳରେ ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାରେ ୧୩ଟି ନିରୀହ ଜୀବନ ଚାଲିଗଲା ବୋଲି କହିଥିଲେ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଟ୍ରମା ସେଣ୍ଟର ସମେତ ୩୩ଟି ଭବନରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇନାହିଁ। ପୂର୍ବ ଘଟଣାରୁ ପ୍ରଶାସନ କୌଣସି ଶିକ୍ଷା ନେଇପାରିଲା ନାହିଁ। ଏସ୍‌ସିବି ଅଗ୍ନିକାଣ୍ଡ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଚାର ବିଭାଗୀୟ ନିଦେ୍ର୍ଦଶ ସ୍ୱାଗତଯୋଗ୍ୟ। ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଦନ୍ତ କମିଟି ଏଯାଏଁ ରିପୋର୍ଟ ଦାଖଲ ନ କରିବା ଦୁର୍ଭାଗ୍ୟଜନକ। ପରିବାରବର୍ଗ ଶୋକରେ ଥିବା ସମୟରେ ରାଜ୍ୟସଭା ନିର୍ବାଚନ ପାଇଁ ବିଧାନସଭାରେ ରାଜନୈତିକ କାର୍ଯ୍ୟକଳାପରେ ସ୍ୱାସ୍ଥ୍ୟମନ୍ତ୍ରୀ ବ୍ୟସ୍ତ ରହିବା ନିନ୍ଦନୀୟ। ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଏସ୍‌ସିବିଏମ୍ସିଏଚ୍‌ରେ ସୁପରିନ୍ଟେଣ୍ଡେଣ୍ଟଙ୍କ ନିଯୁକ୍ତି ନ୍ୟାସନାଲ ମେଡ଼ିକାଲ କମିସନ ନିୟମ ଉଲ୍ଲଙ୍ଘନ କରୁଛି। ବିଜେପି ଚାପରେ ରାଜନୈତିକ ସମ୍ପର୍କିତ ବ୍ୟକ୍ତିକୁ ନିଯୁକ୍ତି ଦିଆଯାଇଛି। ବିଜେପି ସରକାର ଆସିବା ପରେ କୌଣସି ସ୍ୱାସ୍ଥ୍ୟ ସୁରକ୍ଷା ଅଡିଟ୍ ହୋଇନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକ ଭିତ୍ତିରେ ତୁରନ୍ତ ଇସ୍ତଫା ଦେବା ଦରକାର। ଏସ୍‌ସିବିର ସୁପରିନଟେଣ୍ଡେଣ୍ଟ ଏବଂ ଅତିରିକ୍ତ ସୁପରିନଟେଣ୍ଡେଣ୍ଟଙ୍କୁ ଅପରାଧିକ ଅବହେଳା ପାଇଁ ଗିରଫ କରାଯିବା ଦରକାର। ଏହାସହିତ ମୃତକଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯାଉ।ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସମସ୍ତ ସରକାରୀ ହସ୍ପିଟାଲରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ। ବିଜେଡି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ନ ଆସିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ନାୟକ କହିଥିଲେ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70