ଦେଶ- ବିଦେଶ

ଏୟାର ଇଣ୍ଡିଆକୁ ଝଟକା,ହୋଇପାରେ ୫୦୦୦ କୋଟିର କ୍ଷତି !

ଏୟାର ଇଣ୍ଡିଆକୁ ଝଟକା, ହୋଇପାରେ ୫୦୦୦ କୋଟିର କ୍ଷତି!

ସରକାରଙ୍କୁ ମାଗିଲା ସହାୟତା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୨-୦୫-୨୦୨୫(ଏସ,ଏମ ) : ୟାର ଇଣ୍ଡିଆକୁ ଜବରଦସ୍ତ ଝଟକା । ବିରାଟ କ୍ଷତି ମୁଣ୍ଡାଇ ପାରେ ଏୟାର ଇଣ୍ଡିଆ । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତର ପାକିସ୍ତାନ ଉପରେ ପ୍ରତିଶୋଧର ପ୍ରଭାବ ଏୟାର ଇଣ୍ଡିଆ ଉପରେ ପଡିପାରେ । ପାକିସ୍ତାନର ଏୟାରସ୍ପେସ୍ ବନ୍ଦ ହେବା ପରେ କ୍ଷତି ସହିବ ଏୟାର ଇଣ୍ଡିଆ । କୋଟିଏ କି ଦୁଇ କୋଟି ନୁହେଁ ବରଂ ଶହ ଶହ କୋଟିର କ୍ଷତି ମୁଣ୍ଡାଇବ । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଯେଉଁ କାରଣରୁ ଭାରତ ଏବଂ ପାକିସ୍ତାନ ନିଜ ନିଜ ଦେଶର ଏୟାରସ୍ପେସକୁ ବନ୍ଦ କରିଦେଇଛନ୍ତି । ଭାରତ ପାକିସ୍ତାନ ପାଇଁ ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ ରଖିଥିବା ବେଳେ ପାକିସ୍ତାନ ମେ ଶେଷ। ଯାଏଁ ବନ୍ଦ ରଖିଛି। । ଆଉ ଏହାରି ଭିତରେ ଚର୍ଚ୍ଚା ହେଉଛି, ଯଦି ପାକିସ୍ତାନୀ ଏୟାରସ୍ପେସ୍ ୧ ବର୍ଷ ପାଇଁ ବନ୍ଦ ରହେ, ତେବେ ଏହାଦ୍ୱାରା ଏୟାରଇଣ୍ଡିଆକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ଏୟାର ଇଣ୍ଡିଆ ଦାବି କରୁଛି ଯେ, ଏହାଦ୍ୱାରା କମ୍ପାନୀ ବର୍ଷକୁ ପ୍ରାୟ ୫୦୫୩ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚର ସାମ୍ନା କରିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର କ୍ଷତିପୂରଣ ପାଇଁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି । ଏପ୍ରିଲ ୨୭ ତାରିଖରେ ଏୟାର ଇଣ୍ଡିଆ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ପଠାଇଥିବା ଏକ ଚିଠିରେ, ଏୟାରଲାଇନ୍ସ ଏହାର ଆର୍ଥିକ କ୍ଷତିପୂରଣ ପାଇଁ ଭାରତ ସରକାରଙ୍କ ଠାରୁ ଏକ ସବସିଡି ମଡେଲ ମାଗିଥିଲା । ଏଥିରେ କମ୍ପାନୀ ଆକଳନ କରିଥିଲା ଯେ, ଏୟାରସ୍ପେସ୍ କଟକଣା ଯୋଗୁଁ ପ୍ରତିବର୍ଷ କମ୍ପାନୀର ୫୦ ବିଲିୟନ ଭାରତୀୟ ଟଙ୍କାରୁ ଅଧିକ କ୍ଷତି ହେବ ।ଏୟାର ଇଣ୍ଡିଆର ଏହି ଚିଠିରେ କୁହାଯାଇଛି ଯେ, ପ୍ରଭାବିତ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନ ପାଇଁ ସବସିଡି ଏକ ଭଲ, ପରିବର୍ତ୍ତନଶୀଳ ଏବଂ ଯୁକ୍ତିଯୁକ୍ତ ବିକଳ୍ପ । ତେବେ ପରିସ୍ଥିତିରେ ଉନ୍ନତି ଆସିଲେ ସବସିଡି ପ୍ରତ୍ୟାହାର କରାଯାଇପାରିବ । ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ସମେତ ଅନେକ ଏୟାରଲାଇନ୍ସ ପହଲଗାମ୍ ଆକ୍ରମଣ ପରେ ପାକିସ୍ତାନ ଏୟାରସ୍ପେସ ବନ୍ଦ କରିବାର ପ୍ରଭାବ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ସେମାନଙ୍କର ମତାମତ ଏବଂ ପରାମର୍ଶ ଦେଇଛନ୍ତି । ଆଉ ମନ୍ତ୍ରାଳୟ ଏହି ସମସ୍ୟାର ସମାଧାନ ନେଇ ଚିନ୍ତା କରୁଛି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *