ରାଜ୍ୟ

ଓଡ଼ିଶାରେ ହାଇଆଲର୍ଟ: ଡ୍ୟାମ୍‌, ବନ୍ଦର, ବିମାନବନ୍ଦର, ସାମରିକ ପ୍ରତିଷ୍ଠାନରେ ପାଟ୍ରୋଲିଂ

ଓଡ଼ିଶାରେ ହାଇଆଲର୍ଟ: ଡ୍ୟାମ୍‌, ବନ୍ଦର, ବିମାନବନ୍ଦର, ସାମରିକ ପ୍ରତିଷ୍ଠାନରେ ପାଟ୍ରୋଲିଂ

ଗୁରୁବାର ସନ୍ଧ୍ୟାରୁ ଭାରତ-ପାକ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୂର୍ବରୁ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଥିଲେ ମଧ୍ୟ ଆଜିର ସ୍ଥିତିକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ୦୯-୦୫-୨୦୨୫( ଏସ.ଏମ ) :  ଗୁରୁବାର ସନ୍ଧ୍ୟାରୁ ଭାରତ-ପାକ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପୂର୍ବରୁ ଓଡ଼ିଶାରେ ହାଇ ଆଲର୍ଟ ଜାରି ହୋଇଥିଲେ ମଧ୍ୟ ଆଜିର ସ୍ଥିତିକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆସନ୍ତାକାଲି ଚାନ୍ଦିପୁର ଡିଆର୍‌ଡିଏ କ୍ୟାମ୍ପସ୍‌ରେ ମଧ୍ୟ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବାଲେଶ୍ବର ଏସ୍‌ପିଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ଏଜେନ୍‌ସିର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ।

ଡ୍ୟାମ୍‌, ବନ୍ଦର, ବିମାନବନ୍ଦର, ସାମରିକ ପ୍ରତିଷ୍ଠାନରେ ପାଟ୍ରୋଲିଂ
ଡିଜିପିଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଯୋଗାଯୋଗ ଜାରି

ଆଜି ଡିଜିପି ଶ୍ରୀ ଖୁରାନିଆ ରାଜ୍ୟର ସମସ୍ତ ଡିଆଇଜି, ଆଇଜି ଓ ଏସ୍‌ପିଙ୍କ ସହ ଆଲୋଚନା ଜାରି ରଖିଛନ୍ତି ଏବଂ ସମସ୍ତଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବିଶେଷକରି ରାଜ୍ୟର ସମସ୍ତ ସାମରିକ ପ୍ରତିଷ୍ଠାନର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିକୁ ସବୁ ଦିଗରୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ସେହିପରି ହୀରାକୁଦ ଭଳି ବଡ଼ବଡ଼ ଡ୍ୟାମ୍‌, ବିମାନବନ୍ଦର ଓ ବନ୍ଦରଗୁଡ଼ିକର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ସମ୍ବେଦନଶୀଳ ଜାଗାଗୁଡ଼ିକରେ ଘନଘନ ପାଟ୍ରୋଲିଂ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବର ସମେତ ୪ଟି ଏୟାର୍‌ପୋର୍ଟରେ ହାଇ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ରାଉରକେଲା ଓ ଜୟପୁର ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବରରୁ ଗଞ୍ଜାମ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଫୋକସ୍‌ରେ ରଖାଯାଇଛି। ତଟରକ୍ଷୀ ବାହିନୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ପୁଲିସ ଓ ତଟରକ୍ଷୀ ବାହିନୀମଧ୍ୟରେ ରୀତିମତ ଯୋଗାଯୋଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସର୍ବୋପରି ଡିଜିପି, କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ନିୟମିତ ବ୍ୟବଧାନ‌ରେ ଯୋଗାଯୋଗରେ ଥିବା ଜଣାପଡ଼ିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *


Warning: Undefined array key "yesterday_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 64

Warning: Undefined array key "month_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 65

Warning: Undefined array key "year_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 66

Warning: Undefined array key "online_view" in /home/i7tohfpa1gri/public_html/sampurna.live/wp-content/plugins/xt-visitor-counter/xt-visitor-counter-widgets.php on line 70