Foodବାଣିଜ୍ୟରାଜ୍ୟ

ଓଡ଼ିଶା ଦେଶର ତୃତୀୟ ଶସ୍ତା ବଜାର

ଓଡ଼ିଶା ଦେଶର ତୃତୀୟ ଶସ୍ତା ବଜାର

ଗତ ଜୁନ୍‌ ମାସରେ ରାଜ୍ୟରେ ଦରଦାମ୍ ସ୍ଥିତି ବେଶ୍ ନିୟନ୍ତ୍ରଣରେ ଥିଲା। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସବୁଆଡ଼େ ବଜାରରେ ଅପେକ୍ଷାକୃତ ଶସ୍ତାରେ ଜିନିଷ ଉପଲବ୍ଧ ହେଉଥିଲା

ଭୁବନେଶ୍ବର ୧୬-୦୭-୨୦୨୫ (ଏସ .ଏମ ) : ତ ଜୁନ୍‌ ମାସରେ ରାଜ୍ୟରେ ଦରଦାମ୍ ସ୍ଥିତି ବେଶ୍ ନିୟନ୍ତ୍ରଣରେ ଥିଲା। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସବୁଆଡ଼େ ବଜାରରେ ଅପେକ୍ଷାକୃତ ଶସ୍ତାରେ ଜିନିଷ ଉପଲବ୍ଧ ହେଉଥିଲା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରୁ ଏହି ଚିତ୍ର ସାମ୍ନାକୁ ଆସିଛି। ଏହି ମାସରେ ଓଡ଼ିଶାର ମୁଦ୍ରାସ୍ଫୀତି ହାର ମାତ୍ର ୦.୫୨ ପ୍ରତିଶତ ରହିଛି ଯାହା ଗତ ମେ’ ମାସରେ ୨.୨୮ ପ୍ରତିଶତ ଥିଲା। ଜୁଲାଇ ମାସରେ କିନ୍ତୁ ସ୍ଥିତି ବଦଳିଯାଇଛି। ବର୍ଷାଜନିତ କାରଣରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଦ୍ବାରା ପନିପରିବା ଓ ଖାଦ୍ୟ ସାମଗ୍ରୀ ଦରରେ ବୃଦ୍ଧି ଦେଖାଦେଇଛି।
ସୂଚନା ଅନୁଯାୟୀ, ଗତ ମେ’ରେ ଗ୍ରାମୀଣ ମୁଦ୍ରାସ୍ଫୀତି ୧.୭୨ ପ୍ରତିଶତ ଓ ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୫୬ ପ୍ରତିଶତ ଥିଲା। ଗୋଟିଏ ମାସ ପରେ ଜୁନ୍‌ରେ ଗ୍ରାମୀଣ ମୁଦ୍ରାସ୍ଫୀତି ୦.୪୬ ପ୍ରତିଶତ ଓ ସହରାଞ୍ଚଳରେ ତାହା ୦.୬୪ ପ୍ରତିଶତକୁ ହ୍ରାସ ପାଇଛି। ଜୁନ୍ ମାସରେ ଓଡ଼ିଶା ଦେଶର ତୃତୀୟ ଶସ୍ତା ବଜାର ଥିଲା। ତେଲେଙ୍ଗାନାର ମୁଦ୍ରାସ୍ଫୀତି ହାର ବିଯୁକ୍ତ ୦.୯୩ ପ୍ରତିଶତ ଓ ଆନ୍ଧ୍ରପ୍ରଦେଶରେ ଶୂନ ପ୍ରତିଶତ ରହିଛି। ତା’ପଛକୁ ଓଡ଼ିଶାର ମୁଦ୍ରାସ୍ଫୀତି ୦.୫୨ ପ୍ରତିଶତ ରହିଛି। ଏହି ତିନି ରାଜ୍ୟ ବ୍ୟତୀତ ବିହାରରେ ମୁଦ୍ରାସ୍ପୀତି ୦.୭୫ ପ୍ରତିଶତ ରହିଛି। ଆଲୋଚ୍ୟ ମାସରେ ମଧ୍ୟ ୬.୭୧ ପ୍ରତିଶତ ସହ ‌କେରଳ ମୁଦ୍ରାସ୍ଫୀତି ସର୍ବାଧିକ ଥିବା ସହ ପଞ୍ଜାବର ଦ୍ବିତୀୟ ସର୍ବାଧିକ ୪.୬୭ ପ୍ରତିଶତ ରହିଛି। ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ସାତ ବର୍ଷର ସର୍ବନିମ୍ନ ସ୍ତର ୨.୧୦ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ହାର ଯଥାକ୍ରମେ ୧.୭୨ ପ୍ରତିଶତ ଓ ୨.୫୬ ପ୍ରତିଶତ ରହିଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *