ରାଜନୀତିରାଜ୍ୟ

ଓଡ଼ିଶା ହାତରୁ ଖସୁଛି କୋଟିଆ।

ଓଡ଼ିଶା ହାତରୁ ଖସୁଛି କୋଟିଆ

  • ଓଡ଼ିଶା ହାତରୁ ଖସୁଛି କୋଟିଆ। କୋରାପୁଟ ପ୍ରଶାସନ 
  • କୋରାପୁଟ ପ୍ରଶାସନ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇଛନ୍ତି କୋଟିଆବାସୀ ତେଣୁ ଆଜି ପୁଣି ଆନ୍ଧ୍ରର ଶରଣାପର୍ଣ୍ଣ ହୋଇଛନ୍ତି।
  • ଆନ୍ଧ୍ରରେ ରହିବାକୁ ଚାହୁଥିବା ଖୋଲାଖୋଲି କହିଛନ୍ତି କୋଟିଆବାସୀ

ପଟାଙ୍ଗି/ଭୁବନେଶ୍ୱର ୨୨-୦୪-୨୦୨୫( ଏସ .ଏମ ): ଡ଼ିଶା ହାତରୁ ଖସୁଛି କୋଟିଆ। କୋରାପୁଟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇଛନ୍ତି କୋଟିଆବାସୀ। ତେଣୁ ଆଜି ପୁଣି ଆନ୍ଧ୍ରର ଶରଣାପର୍ଣ୍ଣ ହୋଇଛନ୍ତି। ଆନ୍ଧ୍ରରେ ରହିବାକୁ ଚାହୁଥିବା ଖୋଲାଖୋଲି କହିଛନ୍ତି। ଏଥିପାଇଁ ଆନ୍ଧ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟି ନିବେଦନ କରିଛନ୍ତି। କୋଟିଆ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ କୋଟିଆବାସୀଙ୍କ ଆଭିମୁଖ୍ୟ ଏବେ ଓଡ଼ିଶା ପାଇଁ ଚିନ୍ତାର କାରଣ ହୋଇଛି। ବହୁ ବର୍ଷ ଧରି ଆନ୍ଧ୍ରରୁ ପାଉଥିବା ସୁବିଧା,ସୁଯୋଗ ଅଞ୍ଚଳବାସୀଙ୍କୁ ଆନ୍ଧ୍ର ମୁହାଁ କରିଛି। ଅନ୍ୟପଟେ ସମସ୍ତ ସୁବିଧା, ଯୋଜନା ଓଡ଼ିଶା ପକ୍ଷରୁ ଏଯାଏଁ ବହୁ ଲୋକଙ୍କ ନିକଟରେ ପହଞ୍ଚି ପାରିନି। ଯାହାର ପରିଣତି ହେଲା ଓଡ଼ିଶା ବିରୋଧରେ ଲୋକ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଆଜି କୋଟିଆ ପଞ୍ଚାୟତର ନେରିଡ଼ିବାଲସା, ତାଡ଼ିବାଲସା ଏବଂ ଧୂଳିପଦର ଗାଁର ଶତାଧିକ ଲୋକ ଆନ୍ଧ୍ର ଯାଇଥିଲେ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟିଥିଲେ। 

NEWS BY S.M.N.S

 ଅଞ୍ଚଳରେ କେଉଁ ଭଳି ସମସ୍ୟା ରହିଛି, ତାହାର କିଭଳି ସମାଧାନ ହେଉନି ସେହି ବିଷୟରେ ଆଲୋଚନା କରିଥିଲେ। ଶେଷରେ ଓଡ଼ିଶା ନୁହେଁ ଆନ୍ଧ୍ରରେ ରହିବାକୁ ଚାହୁଥିବା ପ୍ରକାଶ କରିଥିଲେ। ଆନ୍ଧ୍ର ପକ୍ଷରୁ କୋଟିଆର ବିଭିନ୍ନ ଗାଁକୁ ନେଇ ଗଠନ ହୋଇଥିବା ତିନି ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ସମସ୍ତ ଯୋଜନା ଲାଗୁ କରାଯାଉ। ଏହି ପଞ୍ଚାୟତ ଗୁଡ଼ିକ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ବିଶେଷ ଯୋଜନା କରାଯାଉ ବୋଲି ଅନୁରୋଧ କରିଥିଲେ। ପରୋକ୍ଷରେ ଓଡ଼ିଶାରୁ କିଛି ମିଳୁନଥିବା ଲୋକ କହିଥିଲେ। ଗ୍ରାମବାସୀଙ୍କ ନିବେଦନ ପରେ ରାଜନ ଦୋରା ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଉଭୟ ରାଜ୍ୟରେ ସରକାର ବଦଳିଛି। ୱାଇଏସ୍‌ଆର କଂଗ୍ରେସ କ୍ଷମତାରେ ଥିବା ସମୟରେ ଅଞ୍ଚଳ ପ୍ରତି ଅଧିକ ଧ୍ୟାନ ଦିଆଯାଉଥିଲା। ଜଗନ ସରକାର ଏହି ଅଞ୍ଚଳର ବିକାଶ ଲାଗି ତତ୍କାଳୀନ ଓଡ଼ିଶା ସରକାରଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଯଥାଶୀଘ୍ର ହସ୍ତକ୍ଷେପ କରି ବିବାଦର ସମାଧାନ କରନ୍ତୁ। ଅଞ୍ଚଳବାସୀଙ୍କୁ ନ୍ୟାୟ ସହ ସୁରକ୍ଷା ଦିଅନ୍ତୁ। ଓଡ଼ିଶା ସରକାର ଏବେ ଆନ୍ଧ୍ର ଅଧିକାରୀଙ୍କ ପ୍ରବେଶ ଉପରେ ରୋକ୍‌ ଲଗାଇଛନ୍ତି। ଆନ୍ଧ୍ରର କୌଣସି ଯୋଜନା କାର୍ଯ୍ୟକାରୀ କରିବାକୁ ଦେଉନାହାନ୍ତି। ଯାହାଫଳରେ ଲୋକେ ସମସ୍ୟା ମଧ୍ୟରେ ରହିଛନ୍ତି। 

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *