ରାଜ୍ୟ

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା

ଓପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ। ଦୋଷୀଙ୍କୁ ଛଡ଼ାଯିନାହିଁ।

ଭୁବନେଶ୍ୱର /କଟକ ୨୮.୦୪.୨୦୨୫ (ଏସ .ଏମ ) : ପିଏସ୍‌ସି ଓ ଓଏସ୍‌ଏସ୍‌ସି ଦ୍ବାରା ପରିଚାଳିତ ଦୁଇଟି ପୃଥକ ପରୀକ୍ଷାରେ ବିଭ୍ରାଟ ଦେଖା ଦେବା ପରେ ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ। ଦୋଷୀଙ୍କୁ ଛଡ଼ାଯିନାହିଁ। ଏହାଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସୂଚନାଯୋଗ୍ୟ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସ୍‌ସି) ଗତକାଲି ୨୧ଟି ଏସ୍‌ଆଇ ଟ୍ରାଫିକ ପଦବି (ଗ୍ରୁପ୍‌ ବି), ୧୦ଟି ଏସ୍‌ଆଇ ଏକ୍ସାଇଜ୍ ପଦବି (ଗ୍ରୁପ୍ ସି) ପାଇଁ ମିଳିତ ଲିଖିତ ପରୀକ୍ଷା ଥିଲା। ଏଥିପାଇଁ ହଜାର ହଜାର ପରୀକ୍ଷାର୍ଥୀ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଥିଲେ। ହେଲେ ଏଥିରେ ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା ନଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା। ଯାହାକୁ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାରେ ହୋଇଥିବା ତ୍ରୁଟି ନେଇ ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ ହେଁ ଏହାକୁ ବାତିଲ୍ କରିନାହାନ୍ତି। ବରଂ ଅତି ଚାଲାକିର ସହ କହିଛନ୍ତି ଯେ ଅାଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି।ପରୀକ୍ଷାର୍ଥୀମାନେ କହିଛନ୍ତି ଯେ ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା। ଇଂରାଜୀ, ଓଡ଼ିଆ ସମ୍ବନ୍ଧରେ କୌଣସି ପ୍ରଶ୍ନ ନଥିଲା।

ଓଏସ୍‌ଏସ୍‌ସି ପରୀକ୍ଷାରେ ତ୍ରୁଟି, ମାନିଲେ କର୍ତ୍ତୃପକ୍ଷ
ଓପିଏସ୍‌ସି ପରୀକ୍ଷାରେ ଆନ୍ଥ୍ରୋପୋଲଜି ପ୍ରଶ୍ନପତ୍ର ଅଦଳବଦଳ

ବରଂ ସିଜିଏଲ୍‌ରୁ ପ୍ରଶ୍ନ ପଡ଼ିଥିଲା। ଏନେଇ ଅଭିଯୋଗ କରିଥିଲେ ବି କେହି ଶୁଣିଲେନି। ପରୀକ୍ଷାରେ ବିଭ୍ରାଟ ହେବା ଜାଣିବା ପରେ ଓଏସ୍‌ଏସ୍‌ସି ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ ଆଜି ବିଭିନ୍ନ ପଦବିର ମିଳିତ ନିଯୁକ୍ତି ପରୀକ୍ଷାର (ମୁଖ୍ୟ) ପ୍ରଶ୍ନପତ୍ରରେ ପାଠ୍ୟକ୍ରମର କିଛି ଅଂଶରୁ ପ୍ରଶ୍ନ ପଚରାଯାଇନଥିଲା। ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରୁଛନ୍ତି ଏବଂ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପ୍ରତିବଦ୍ଧ। ଅବଶିଷ୍ଟ ଅଂଶ ଯଥା ସାଧାରଣ ଇଂରାଜୀ, ଓଡ଼ିଆ ଭାଷା, ସାଧାରଣ ଅଧ୍ୟୟନର କିଛି ଅଂଶକୁ ଅନ୍ତର୍ଭୁକ୍ତ କରି ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି। ପରୀକ୍ଷାରେ ଉପସ୍ଥିତ ପରୀକ୍ଷାର୍ଥୀମାନେ ମେ ୪, ୨୦୨୫ ପୂର୍ବରୁ ossc.od@nic.in ଇମେଲ୍‌ ମାଧ୍ୟମରେ ପ୍ରତିକାରମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦେଲେ ଏହାକୁ ବିଚାର କରାଯିବ।ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିସନ୍‌(ଓପିଏସ୍‌ସି) ପକ୍ଷରୁ ଆୟୋଜିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଆନ୍ଥ୍ରୋପୋଲଜିର ପେପର୍‌-୧ ଓ ପେପର୍‌-୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଯାଇଛି। ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ମେନ୍ ଲିଖିତ ପରୀକ୍ଷା-୨୦୨୩ର ଅପ୍‌ସନାଲ୍ ପେପର୍ (ଆନ୍ଥ୍ରୋପୋଲଜି-୧ ଓ ୨) ଆଜି ଥିଲା। ସକାଳ ୯ଟାରୁ ୧୨ଟା ପେପର୍-୧ ଓ ୨ଟାରୁ ୫ଟା ପେପର-୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପେପର୍-୧ ପ୍ରଶ୍ନପତ୍ର ଖୋଲିବା ପରେ ଏଥିରେ ପେପର-୨ ବିଷୟବସ୍ତୁ ଆଧାରିତ ପ୍ରଶ୍ନ ରହିଥିଲା। ଆୟୋଗ ପକ୍ଷରୁ ପରୀକ୍ଷା ଚାଲୁ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏ ନେଇ ପରୀକ୍ଷାର୍ଥୀଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ପରେ ପେପର୍‌-୨ରେ ପେପର-୧ର ବିଷୟବସ୍ତୁ ଆଧାରିତ ପ୍ରଶ୍ନପତ୍ର ରହିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଓପିଏସ୍‌ସି ପକ୍ଷରୁ ପ୍ରାର୍ଥୀଙ୍କୁ ଅବଗତ କରିବା ସହିତ ପରୀକ୍ଷା ଦେବାକୁ ପରାମର୍ଶ ଦିଆଯାଇଥିଲା। ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *