କଟକରେ ଫିକା ପଡ଼ିଲା ଦୁର୍ଗାପୂଜା, ବର୍ଷାରେ ଭାଙ୍ଗିଲା ଲାଇଟ୍ ଗେଟ୍
କଟକରେ ଫିକା ପଡ଼ିଲା ଦୁର୍ଗାପୂଜା, ବର୍ଷାରେ ଭାଙ୍ଗିଲା ଲାଇଟ୍ ଗେଟ୍
କଟକରେ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। ବର୍ଷା ଓ ପବନ ଯୋଗୁ ଅନ୍ୟାନ୍ୟ ମଣ୍ଡପ ବି ପ୍ରଭାବିତ ହୋଇଛି। ବଡ଼ ବର୍ଷା ଆସୁଥିବା ହେତୁ ଦଶହରା ଫିକା ପଡ଼ିବାର ଆଶଙ୍କା ରହିଛି।
କଟକ୦୧-୧୦-୨୦୨୫(ଏସ.ଏମ ): (ବିଜୟ କୁମାର ପଣ୍ଡା ) କଟକରେ ଆରମ୍ଭ ହୋଇଗଲା ପ୍ରବଳ ବର୍ଷା ସାଙ୍ଗକୁ ପବନ। ଫିକା ପଡ଼ିଲା ଦୁର୍ଗାପୂଜା। କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ ଛକ ଦୁର୍ଗା ମଣ୍ଡପରେ ପହଞ୍ଚିଥାନ୍ତେ। ହେଲେ ତାପୂର୍ବରୁ ସେଠାରେ ବର୍ଷାପବନ ଯୋଗୁ ସେଠାରେ ଲାଇଟ୍ ଗେଟ୍ ପଡ଼ି ରାସ୍ତା ଅବରୋଧ ହୋଇଛି। ରାଣୀହାଟରୁ କଲେଜ ଛକ ଯାଏ ରାସ୍ତା ଅବରୋଧ ହୋଇଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି।ଏଣେ ବର୍ଷା ଓ ପବନ ଯୋଗୁ ଅନ୍ୟାନ୍ୟ ମଣ୍ଡପ ବି ପ୍ରଭାବିତ ହୋଇଛି। ବଡ଼ ବର୍ଷା ଆସୁଥିବା ହେତୁ ଦଶହରା ଫିକା ପଡ଼ିବାର ଆଶଙ୍କା ରହିଛି।