ଦେଶ- ବିଦେଶ

କଡ଼ା‌ ଜବାବ ଦେଲା ବିଦେଶ ମନ୍ତ୍ରାଳୟ

କଡ଼ା‌ ଜବାବ ଦେଲା ବିଦେଶ ମନ୍ତ୍ରାଳୟ

‘ଅପରେସନ୍‌ ସିନ୍ଦୂର’କୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ ନିଜ ଦାବି ଦୋହରାଇ କହିଛନ୍ତି ଯେ ଏହି ଅପରେସନରେ ଦେଶର କେତେ ସମ୍ପତ୍ତି ନଷ୍ଟ ହୋଇଛି ସେନେଇ ସରକାର ନିରବ ରହିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର ୨୦-୦୫-୨୦୨୫(ଏସ.ଏମ ) : ‘ଅପରେସନ୍‌ ସିନ୍ଦୂର’କୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣିଥରେ ନିଜ ଦାବି ଦୋହରାଇ କହିଛନ୍ତି ଯେ ଏହି ଅପରେସନରେ ଦେଶର କେତେ ସମ୍ପତ୍ତି ନଷ୍ଟ ହୋଇଛି ସେନେଇ ସରକାର ନିରବ ରହିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ଟିପ୍ପଣୀକୁ ଇଙ୍ଗିତ କରି ରାହୁଲ କହିଛନ୍ତି, ଅପରେସନ୍‌ ପୂର୍ବରୁ ପାକିସ୍ତାନକୁ ଅବଗତ କରିବା ଏକ ‘ଅପରାଧ’। ରାହୁଲ କହିଛନ୍ତି, ଜୟଶଙ୍କରଙ୍କ ନିରବତା ହେଉଛି ଘାତକ। ତେଣୁ ମୁଁ ପୁଣିଥରେ ପ୍ରଶ୍ନ କରୁଛି। ପାକିସ୍ତାନ ପୂର୍ବରୁ ଅବଗତ ଥିବାରୁ ଭାରତ ଏହାର କେତେ ଯୁଦ୍ଧ ବିମାନ ହରାଇଛି। ଏହା କେବଳ ଏକ ତ୍ରୁଟି ନୁ‌ହେଁ, ଏହା ଏକ ଅପରାଧ ଏବଂ ଦେଶ ସତ ଜାଣିବାର ହକ୍‌ଦାର ବୋଲି ରାହୁଲ ଗାନ୍ଧୀ ଏକ ଟ୍ବିଟ୍‌ କରି କହିଛନ୍ତି। ତେବେ ପାକିସ୍ତାନର ବିଭିନ୍ନ ମିଥ୍ୟା ଦାବି ଏବଂ ସୋସିଆଲ ମିଡିଆରେ ‌ପୋଷ୍ଟ୍‌ କରାଯାଉଥିବା ବିଭ୍ରାନ୍ତିକର ଖବର ଆଧାରରେ ରାହୁଲ ବିଦେଶ ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରୁଥିବା ଦର୍ଶାଇ ବିଦେଶ ମନ୍ତ୍ରାଳୟ କହିଛି ଯେ ରାହୁଲ ଗାନ୍ଧୀଙ୍କ ସମସ୍ତ ଅଭିଯୋଗ ଆଧାରହୀନ ଏବଂ ସେ ତଥ୍ୟ ଯାଞ୍ଚ ରିପୋର୍ଟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ।

କଡ଼ା‌ ଜବାବ ଦେଲା ବିଦେଶ ମନ୍ତ୍ରାଳୟ
ଲଗାତାର ସେନାକୁ ଅସମ୍ମାନ କରୁଛି କଂଗ୍ରେସ: ବିଜେପି

ଉଲ୍ଲେଖଯୋଗ୍ୟ ଯେ ମେ’ ୧୭ ତାରିଖରେ ରାହୁଲ ଗାନ୍ଧୀ ଜୟଶଙ୍କରଙ୍କ ଟିପ୍ପଣୀର ଏକ ଭିଡିଓ ଟ୍ବିଟ୍‌ କରି ଲେଖିଥିଲେ ଯେ ‘ ଆମ ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ଜଣାଇବା ଏକ ଅପରାଧ ଥିଲା। ଆମ ସରକାର ଏହା କରିଛି ବୋଲି ବିଦେଶ ମନ୍ତ୍ରୀ ସର୍ବସାଧାରଣରେ ସ୍ବୀକାର କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ଟ୍ବିଟ୍‌ ପରେ ବିଦେଶ ବ୍ୟାପାର ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଦେଇ କହିଥିଲା ଯେ କଂଗ୍ରେସ ନେତାଙ୍କ ଟିପ୍ପଣୀରେ ତଥ୍ୟର ବିସଙ୍ଗତି ରହିଛି। ଏହାକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯାଇଛି। ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ପାକିସ୍ତାନକୁ ‘ଅପ‌ରେସନ୍‌ ସିନ୍ଦୂର’ର ପ୍ରାଥମିକ ପର୍ଯ୍ୟାୟରେ ଚେତାବନୀ ଦିଆଯାଇଥିଲା, ପରେ ନୁହେଁ। ଜୟଶଙ୍କର କହିଥିଲେ, ‘ପାକିସ୍ତାନକୁ ଆମେ ଆରମ୍ଭରୁ ଚେତାବନୀ ଦେଇଛୁ, ଯାହାର ସ୍ପଷ୍ଟ ଅର୍ଥ ହେଉଛି ଅପରେସନ୍‌ ସିନ୍ଦୂରର ପ୍ରଥମ ପର୍ଯ୍ୟାୟ। ପିଆଇବିର ଫ୍ୟାକ୍ଟ ଚେକ୍‌ ବିଭାଗ ମଧ୍ୟ ରାହୁଲଙ୍କ ଏହି ସୋସିଆଲ ମିଡିଆ ପୋଷ୍ଟ୍‌ ଭୁଲ୍‌ ଏବଂ ବିଭ୍ରାନ୍ତକାରୀ ବୋଲି କହିଥିଲା। ଏହା ସତ୍ତ୍ବେ ରାହୁଲ ଗାନ୍ଧୀ ମିଥ୍ୟା ଓ ଆଧାରହୀନ ଅଭିଯୋଗ ଆଣିଥିବାରୁ ଆଜି ବିଦେଶ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଛି। ବିଜେପି ମଧ୍ୟ ଆଜି ରାହୁଲଙ୍କୁ କଡ଼ା ଜବାବ ଦେଇଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରାହୁଲଙ୍କ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି , ସେ ବିଦେଶ ମନ୍ତ୍ରୀଙ୍କ ଟିପ୍ପଣୀକୁ ବିକୃତ କରୁଛନ୍ତି। ମନ୍ତ୍ରୀ ଯୋଶୀ କହିଛନ୍ତି, ରାହୁଲ ନିଜ ପୂର୍ବ ଭୁଲ୍‌ରୁ କିଛି ଶିଖିବା ଭଳି ଲାଗୁନାହାନ୍ତି। ବାୟୁସେନା ଏବଂ ବିଦେଶ ମନ୍ତ୍ରାଳୟର ସ୍ପଷ୍ଟ ବିବୃତି ସତ୍ତ୍ବେ କଂଗ୍ରେସ ଲଗାତାର ଦେଶ କେତେ ଯୁଦ୍ଧ ବିମାନ ହରାଇଛି ପ୍ରଶ୍ନ କରି ସେନାବାହିନୀକୁ ଅସମ୍ମାନ କରୁଛନ୍ତି। ବିଜେପି ଆଇଟି ବିଭାଗ ମୁଖ୍ୟ ଅମିତ ମାଲବ୍ୟ ଏକ୍ସରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ ରାହୁଲ ଗାନ୍ଧୀଙ୍କର ଏଭଳି ମୂର୍ଖତା କେବଳ ସଂଯୋଗବଶତଃ ନୁହେଁ ବରଂ ଏହା ଅତ୍ୟନ୍ତ ଭୟାବହ। ରାହୁଲ ଗାନ୍ଧୀ ତଥ୍ୟକୁ ବିକୃତ କରିବାରୁ ଦୂରେଇ ରହନ୍ତୁ। ସେ କେତେ ସତ କହୁଛନ୍ତି ତାହା ଦେଶ ଜାଣେ ବୋଲି ମାଲବ୍ୟ କହିଛନ୍ତି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *