ଘଟଣା ଦୁର୍ଘଟଣାଦୁର୍ନୀତିବାଣିଜ୍ୟରାଜ୍ୟସମସ୍ୟା ଭିତ୍ତିକ ଖବର

କମିସନରେଟ୍ ପୁଲିସର ପାର୍କିଂ କଟକଣା: ୨୧ ରାସ୍ତାରେ ପାର୍କିଂ ମନା, ଉଠାଇନେବେ ଗାଡ଼ି

କମିସନରେଟ୍ ପୁଲିସର ପାର୍କିଂ କଟକଣା: ୨୧ ରାସ୍ତାରେ ପାର୍କିଂ ମନା, ଉଠାଇନେବେ ଗାଡ଼ି

  • କମିସନରେଟ୍ ପୁଲିସ ରାଜଧାନୀ ଭୁବନେଶ୍ବରର ୨୧ଟି ପ୍ରମୁଖ ରାସ୍ତାରେ ଗାଡ଼ି ପାର୍କିଂ ନିଷେଧ କରିଛି।
  • ଭୁବନେଶ୍ବର-କଟକ ପୁଲିସ କମିସନର୍ ଏସ୍. ଦେବଦତ୍ତ ସିଂହଙ୍କ ଆଦେଶକ୍ରମେ କମିସନରେଟ୍ ପୁଲିସ ପକ୍ଷରୁ ଆଜି ଏହି ନିଷେଧାଦେଶ ଜାରି କରାଯାଇଛି।

ଭୁବନେଶ୍ୱର ୨୫-୧୧-୨୦୨୫(ଏସ.ଏମ ) : ମିସନରେଟ୍ ପୁଲିସ ରାଜଧାନୀ ଭୁବନେଶ୍ବରର ୨୧ଟି ପ୍ରମୁଖ ରାସ୍ତାରେ ଗାଡ଼ି ପାର୍କିଂ ନିଷେଧ କରିଛି। ଭୁବନେଶ୍ବର-କଟକ ପୁଲିସ କମିସନର୍ ଏସ୍. ଦେବଦତ୍ତ ସିଂହଙ୍କ ଆଦେଶକ୍ରମେ କମିସନରେଟ୍ ପୁଲିସ ପକ୍ଷରୁ ଆଜି ଏହି ନିଷେଧାଦେଶ ଜାରି କରାଯାଇଛି। ଭୁବନେଶ୍ବରରେ ବିଭିନ୍ନ ପ୍ରମୁଖ ରାସ୍ତାରେ ମନଇଛା ପାର୍କିଂ କାରଣରୁ ଯାନବାହନ ଚଳାଚଳାରେ ବାଧା ସୃଷ୍ଟି ହେଉଛି। ଅଯଥା ଭିଡ଼ ବଢ଼ିବା ସହ ଯାତ୍ରୀମାନେ ଅସୁବିଧାରେ ପଡ଼ୁଛନ୍ତି। ଏହା ସୁରକ୍ଷା ପ୍ରତି ବି ସମ୍ଭାବ୍ୟ ବିପଦ ସୃଷ୍ଟି କରୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।  ସୁନିୟନ୍ତ୍ରିତ ଟ୍ରାଫିକ୍ ପରିଚାଳନା ଓ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜଭବନ ଛକରୁ ଜୟଦେବବିହାର ଛକ ଦେଇ କଳାରାହାଙ୍ଗ ଛକ, ଏୟାରପୋର୍ଟରୁ ଆଚାର୍ଯ୍ୟ ବିହାର ଛକ ଦେଇ ନାଲ୍‌କୋ ଛକ, ଶିଶୁଭବନ ଛକରୁ ରାଜମହଲ ଛକ, ମାଷ୍ଟର କ୍ୟାଷ୍ଟିନ୍ ଛକ ଦେଇ ବାଣୀବିହାର ଛକ, ରସୁଲଗଡ଼ ଛକରୁ ଜୟଦେବ ବିହାର, ଶ୍ରୀୟା ଛକରୁ ପିଏଚ୍‌ଡି ଅଫିସ, ବାପୁଜୀନଗର, ଆଇଡିବିଆଇ ବ୍ୟାଙ୍କ ଛକଠାରୁ ଏମ୍ପାୟାର ହୋଟେଲ ଦେଇ ଏନ୍ଏଚ୍-୧୬, ଆଲୋକ ଭାରତୀ ବିଲ୍ଡିଂଠାରୁ ସହିଦ୍ନଗର ଦୁର୍ଗାପୂଜା ମଣ୍ଡପ, ଜନପଥ ରୋଡ୍, ଜନପଥ(କଲ୍ୟାଣ ଜୁଏଲର୍ସ)ଠାରୁ ସ୍ପର୍ଶ ହସ୍ପିଟାଲ ଚରକ ମେଡିକାଲ ଷ୍ଟୋର, ତୃପ୍ତି ସର୍ଭିସ ଷ୍ଟେସନ୍ ଜନପଥଠାରୁ ସହିଦ୍‌ନଗର ଏଣ୍ଟ୍ରି ପଏଣ୍ଟ ପର୍ଯ୍ୟନ୍ତ ଗାଡ଼ି ପାର୍କିଂରେ କଟକଣା ଜାରି କରାଯାଇଛି।

କମିସନରେଟ୍ ପୁଲିସର ପାର୍କିଂ କଟକଣା
ଉଠାଇନେବେ ଗାଡ଼ି
ଜରିମାନା ସହ କ୍ରେନ୍ ଖର୍ଚ୍ଚ ଦେବେ ମାଲିକ

ସେହିଭଳି ବ୍ୟବସାୟିକ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଅଞ୍ଚଳରେ ଯାନବାହାନ ଯାତାୟାତର ବୃଦ୍ଧିକୁ ଦୃଷ୍ଟିରେ ରଖି ଗୋପବନ୍ଧୁ ଛକଠାରୁ କଳ୍ପନା ଛକ(ଉଭୟ ପାର୍ଶ୍ୱ), କଳାରାହାଙ୍ଗା ଛକଠାରୁ ନନ୍ଦନକାନନ ଛକ(ଉଭୟ ପାର୍ଶ୍ୱ), ଉଭୟ ପାର୍ଶ୍ବ ସର୍ଭିସ ରୋଡ୍ ଦେଇ ଜୟଦେବ ବିହାର ଛକଠାରୁ ତମାଣ୍ଡୋ ଛକ, ଜୟଦେବବିହାର ଛକଠାରୁ ଏକାମ୍ରକାନନ ପାର୍କ ରୋଡ୍(ଉଭୟ ପାର୍ଶ୍ୱ) ଦେଇ ସିଆର୍‌ପି ଛକ, ସିଆର୍‌ପି ଛକଠାରୁ ୟୁନିଟ-୮ ଡିଏଭି ସ୍କୁଲ(ଉଭୟ ପାର୍ଶ୍ୱ) ଦେଇ ପାୱାର ହାଉସ୍ ଛକ, ଫାୟାର ଷ୍ଟେସନ୍ ଛକଠାରୁ ସିଟି ମହିଳା ମହାବିଦ୍ୟାଳୟ ଛକ(ଉଭୟ ପାର୍ଶ୍ୱ) ଦେଇ ଜାଗମରା ଛକ, ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଛକ(ଉଭୟ ପାର୍ଶ୍ୱ), ନୟାପଲ୍ଲୀ ଅଣ୍ଡର୍‌ ପାସଠାରୁ ଆଇଡି ମାର୍କେଟ୍(ଉଭୟ ପାର୍ଶ୍ୱ) ଦେଇ ଜୟଦେବବିହାର, କିଟ୍ ଛକଠାରୁ ସିଲିକନ୍ ଇଞ୍ଜିନିୟରିଂ କଲେଜ(ଉଭୟ ପାର୍ଶ୍ୱ) ଦେଇ ଇନ୍‌ଫୋସିଟି ଛକ, ଡମଣା ଛକଠାରୁ ଶୈଳଶ୍ରୀ ବିହାର(ଉଭୟ ପାର୍ଶ୍ୱ), ଜାଭିୟର ଛକଠାରୁ ଉତ୍କଳ ହସ୍ପିଟାଲ(ଉଭୟ ପାର୍ଶ୍ୱ) ଦେଇ ସାଇମନ୍ଦିର ଛକ ପର୍ଯ୍ୟନ୍ତ ପାର୍କିଂ ନିଷେଧ କରାଯାଇଛି। ଯଦି ନିଷେଧାଦେଶ ଅଞ୍ଚଳରେ କେହି ଗାଡ଼ି ପାର୍କିଂ କରନ୍ତି, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାନବାହନଗୁଡ଼ିକୁ କ୍ରେନ୍ ଜରିଆରେ ଉଠାଇ ନିଆଯିବ। ଗାଡ଼ି ମାଲିକ ଜରିମାନା ସହ କ୍ରେନ୍‌ ବାବଦ ଖର୍ଚ୍ଚ ପଇଠ କଲେ ଗାଡ଼ି ଦିଆଯିବ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *