Healthଦେଶ- ବିଦେଶରାଜ୍ୟସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

କରୋନା ସଂକ୍ରମଣରେ ୨୪ ଘଣ୍ଟାରେ ୨୭ ନୂଆ ମାମଲା

କରୋନା ସଂକ୍ରମଣରେ ୨୪ ଘଣ୍ଟାରେ ୨୭ ନୂଆ ମାମଲା

ସକ୍ରିୟ ରୋଗୀ ୩୬୩, ୨ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୬-୦୫-୨୦୨୫(ଏସ .ଏମ :ତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ୨ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ଜଣେ ୮୪ ବର୍ଷୀୟ କରୋନା ପୀଡ଼ିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ଥାଣେରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗତ ୨୪ ଘଣ୍ଟାରେ ୨୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଥାଣେରେ ୮, ରାଜସ୍ଥାନ ଓ କର୍ଣ୍ଣାଟକରେ ୫, ଉତ୍ତରାଖଣ୍ଡ ଓ ହରିୟାଣାରେ ୩ ଜଣ ଲେଖାଏଁ, ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଏବଂ ଉତ୍ତରପ୍ରଦେଶର ନୋଏଡାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୬୩ରେ ପହଞ୍ଚିଛି। ସାରା ଦେଶରେ ବଢୁଥିବା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଗତକାଲି ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍), ସ୍ବାସ୍ଥ୍ୟ ଗବେଷଣା ବିଭାଗ (ଡିଏଚ୍ଆର୍), ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍) ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍‌ସିଡିସି)ର ଅଧିକାରୀମାନେ ଉପସ୍ଥିତ ଥିଲେ। କେରଳ, ତାମିଲନାଡ଼ୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ଅଧିକାଂଶ ମାମଲା ସାମାନ୍ୟ ଥିବା ବେଳେ ରୋଗୀ ହୋମ୍ ଆଇସୋଲେସନରେ ରହି ସୁସ୍ଥ ହେଉଛନ୍ତି। ଇଣ୍ଡିଆନ୍ ସାର୍ସ-କୋଭ୍-୨ ଜିନୋମିକ୍ସ କନସୋର୍ଟିୟମ୍ (ଆଇଏନ୍ଏସ୍ଏସିଓଜି) ଅନୁଯାୟୀ, ଭାରତରେ କୋଭିଡ୍-୧୯ ଭାରିଆଣ୍ଟ ଏନ୍‌ବି.୧.୮.୧ର ଗୋଟିଏ ଭାରିଆଣ୍ଟ ଏବଂ ଏଲ୍ଏଫ୍.୭ ଭାରିଆଣ୍ଟର ୪ଟି ମାମଲା ଚିହ୍ନଟ ହୋଇଛି। ଚୀନ୍‌ ଓ ଏସିଆରେ ବଢ଼ୁଥିବା ମାମଲାରେ ଏହି ଭାରିଆଣ୍ଟ ଦେଖିବାକୁ ମିଳୁଛି। ତେବେ ଡବ୍ଲ୍ୟୁଏଚ୍‌ଓ ଏହାକୁ ଚିନ୍ତାଜନକ ବୋଲି ବିବେଚନା କରିନାହିଁ, କିନ୍ତୁ ଏହାକୁ ନିରୀକ୍ଷଣରେ ଥିବା ଭାରିଏଣ୍ଟ ଭାବରେ ଶ୍ରେଣୀଭୁକ୍ତ କରିଛି। ଜେଏନ.୧ ଭାରିଏଣ୍ଟ ଭାରତରେ ସବୁଠାରୁ ଅଧିକ ଦେଖାଯାଏ। ପରୀକ୍ଷାରେ ଅଧାରୁ ଅଧିକ ନମୁନାରେ ଏହି ଭାରିଆଣ୍ଟ ଦେଖିବାକୁ ମିଳୁଛି। ଏହା ପରେ ବିଏ.୨ (୨୬ ପ୍ରତିଶତ) ଏବଂ ଓମିକ୍ରୋନ୍ ସବ୍‌ଲାଇନେଜ୍ (୨୦ ପ୍ରତିଶତ) ପ୍ରଜାତିର ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ମୋଟ ୪୦ ଟି ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୩୩ଟି ସକ୍ରିୟ ରହିଛି। ଜେଏନ.୧ ଭାରିଆଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ ଜେଏନ.୧ ହେଉଛି ଓମିକ୍ରୋନର ବିଏ୨.୮୬ର ଷ୍ଟ୍ରେନ୍। ଏହା ପ୍ରଥମେ ଅଗଷ୍ଟ ୨୦୨୩ରେ ଦେଖିବାକୁ ମିଳିଥିଲା। ଡିସେମ୍ବର ୨୦୨୩ରେ ଡବ୍ଲୁଏଚ୍ଓ ଏହାକୁ ‘ଭାରିଏଣ୍ଟ ଅଫ୍ ଇଣ୍ଟ୍‌ରେଷ୍ଟ’ ଘୋଷଣା କରିଥିଲା। ଏଥିରେ ପ୍ରାୟ ୩୦ଟି ମ୍ୟୁଟେସନ୍ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରିଥାଏ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *