ଦେଶ- ବିଦେଶସମସ୍ୟା ଭିତ୍ତିକ ଖବରସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

କରୋନା ସଂକ୍ରମଣ ବଢୁଥିବାରୁ ପଞ୍ଜାବ ସରକାର ଜାରି କଲେ ଗାଇଡଲାଇନ୍

କରୋନା ସଂକ୍ରମଣ ବଢୁଥିବାରୁ ପଞ୍ଜାବ ସରକାର ଜାରି କଲେ ଗାଇଡଲାଇନ୍

ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଥିବା ବେଳେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି

ଚଣ୍ଡିଗଡ଼/ଭୁବନେଶ୍ୱର ୧୪-୦୬-୨୦୨୫(ଏସ .ଏମ ) : କାୟା ମେଲାଉଛି କରୋନା । ବଢୁଛି ସଂକ୍ରମଣ, ବଢୁଛି ଚିନ୍ତା । ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ପରିସ୍ଥିତି ମୁହାଁ ହେଉଥିବା ବେଳେ କରୋନାକୁ ଆଖି ଆଗରେ ରଖି ପଞ୍ଜାବ ସରକାର ଜାରି କରିଛନ୍ତି ଗାଇଡଲାଇନ୍ ।ପଞ୍ଜାବ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଥିବା ବେଳେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଶିଶୁ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯାଇଛି ।ଭିଡ ସ୍ଥାନରେ ମାସ୍କା ବାଧ୍ଯତାମୂଳକ କରାଯାଇଥିବା ବେଳେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି । କେମିତି ସଂକ୍ରମଣକୁ ରୋକାଯାଇପାରିବ ସେନେଇ ବ୍ୟକ୍ତିଗତ ସ୍ତରରେ ଲୋକେ ଚେଷ୍ଟା କରିବାକୁ ଅନୁରୋଧ କରିଛନ୍ତି ପଞ୍ଜାବ ସରକାର । ଯଦିଓ ପଞ୍ଜାବରେ ଲକଡାଉନ ସଟଡାଉନ ଭଳି କୌଣସି ପରିସ୍ଥିତି ଉପୁଜିନି ତଥାପି ସଂକ୍ରମଣ ଯଦି ବଢେ ତାହାଲେ ଆଗାମୀ ଦିନରେ ଏପରି ପଦକ୍ଷେପ ନିଯାଇପାରେ ବୋଲି ସରକାର କହିଛନ୍ତି । ସେପଟେ ଦେଶରେ ୭୪୦୦ କରୋନା ସକ୍ରିୟ ମାମଲା ଥିବା ବେଳେ ଗୁଜୁରାଟରେ ସବୁଠାରୁ ଅଧିକ ସଂକ୍ରମିତ ଅଛନ୍ତି । ଗୁଜୁଟାରରେ ୧୪୩୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *