HealthTOP STORIESଦେଶ- ବିଦେଶସ୍ୱାସ୍ଥ୍ୟ /ରୋଗ ଆରୋଗ୍ୟ

କରୋନା ସକ୍ରିୟ ମାମଲା ହଜାରେ ଟପିଲା

କରୋନା ସକ୍ରିୟ ମାମଲା ହଜାରେ ଟପିଲା

ଦେଶରେ ଗତ ଗୋଟିଏ ସପ୍ତାହ ହେବ କରୋନା ସଂକ୍ରମଣ ବଢ଼ୁଛି। କେବଳ ଗତ ସପ୍ତାହରେ ଦେଶରେ ୭୫୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସକ୍ରିୟ ମାମଲା ୧ ହଜାର ଟପିଯାଇଛି

ନୂଆଦିଲ୍ଲୀ ଭୁବନେଶ୍ୱର ୨୭-୦୫-୨୦୨୫(ଏସ .ଏମ ) : ଦେଶରେ ଗତ ଗୋଟିଏ ସପ୍ତାହ ହେବ କରୋନା ସଂକ୍ରମଣ ବଢ଼ୁଛି। କେବଳ ଗତ ସପ୍ତାହରେ ଦେଶରେ ୭୫୨ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସକ୍ରିୟ ମାମଲା ୧ ହଜାର ଟପିଯାଇଛି। କେରଳ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି। କେର‌ଳରେ ୩୩୫ ସଦ୍ୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ଏଥିସହ କେରଳରେ ମୋଟ୍‌ ସକ୍ରିୟ ମାମଲା ୪୩୦ରେ ପହଞ୍ଚିଛି। ଅନ୍ୟପକ୍ଷେ ମହା‌ରାଷ୍ଟ୍ର ଏବଂ ଦିଲ୍ଲୀ‌ରେ ଯଥାକ୍ରମେ ୧୫୩ ଓ ୯୯ ନୂ୍ଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଏବେ ସକ୍ରିୟ ମାମଲା ଯଥାକ୍ରମେ ୨୦୯ ଏବଂ ୧୦୪ ଅଛି। ଗୁଜରାଟରେ ୮୩, କର୍ଣ୍ଣାଟକରେ ୪୭, ଉତ୍ତରପ୍ରଦେଶରେ ୧୫ ଏବଂ ପଶ୍ଚିମବଙ୍ଗରେ ୧୨ ମାମଲା ଚିହ୍ନଟ ହୋ‌ଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଇତି ମଧ୍ୟ‌ରେ କହିଛନ୍ତି ଯେ ସଂକ୍ରମଣ ବୃଦ୍ଧିକୁ ନେଇ ଭୟ କରିବାର କିଛି କାରଣ ନାହିଁ। ହସ୍ପିଟାଲ୍‌ ଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ‌ରୋନା ସଂକ୍ରାନ୍ତ‌ରେ ଆମ ନିକଟରେ ବିସ୍ତୃତ ବିବରଣୀ ରହିଛି। ଆମ ହସ୍ପିଟାଲ୍‌ରେ ସମସ୍ତ ସୁବିଧାସୁଯୋଗ ଅଛି। ଆମେ ମଧ୍ୟ ଏକ ନିର୍ଦ୍ଦେଶାବଳି ଜାରି କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଭିନ୍ନ ସହରରେ ନୂଆ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଦେଶ ଏବେ ଓମିକ୍ରନର ୪ଟି ଉପପ୍ରଜାତି ଚିହ୍ନଟ ହୋଇଛି। ସେଗୁଡ଼ିକ ହେଲା ଏଲ୍‌ଏଫ୍‌.୭, ଏକ୍ସଏଫ୍‌ଜି, ଜେଏନ୍‌.୧ ଓ ଏନ୍‌ବି.୧.୮.୧। ସଂକ୍ରମଣ ବଢ଼ୁଥିବାରୁ ଆଇସିଏମ୍‌ଆର୍‌ ବିଭିନ୍ନ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେବେ ଲୋକମାନଙ୍କୁ ଭୟଭୀତ ନହେବା ପାଇଁ କହିଛି।

ଏନ୍‌ବି.୧.୮.୧ ଆମେରିକାରେ ଚିହ୍ନଟ

ୱାସିଂଟନ୍‌ ଚୀନ୍‌ରେ ସଂକ୍ରମଣ ବୃଦ୍ଧି କରୁଥିବା କେତେକ ନୂଆ କରୋନା ପ୍ରଜାତି ପାଇଁ ଆମେରିକାରେ ବି ସଂକ୍ରମଣ ବଢ଼ିଲାଣି। ଚୀନ୍‌ରେ ସଂକ୍ରମଣ ବୃଦ୍ଧି ପଛର କାରଣ ଏନ୍‌ବି.୧.୮.୧ ପ୍ରଜାତି ଆମେରିକାରେ ଚିହ୍ନଟ ହୋଇଛି। ଆମେରିକାର ବିଭିନ୍ନ ବିମାନବନ୍ଦରରେ ପହଞ୍ଚୁଥିବା ବିଦେଶ ଯାତ୍ରୀଙ୍କ ସିଡିସିପି (ସେଣ୍ଟର୍‌ସ ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌) ତଥା ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଦ୍ବାରା ବିମାନବନ୍ଦରରେ କରାଯାଇଥିବା ସ୍କ୍ରିନିଂରୁ କିଛି ଯାତ୍ରୀଙ୍କଠାରେ ଏନ୍‌ବି.୧.୮.୧ ଚିହ୍ନଟ ହୋଇଛି। ଜାପାନ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଚୀନ୍‌ରୁ ଆସିଥିବା ଅଧିକାଂଶ ଯାତ୍ରୀଙ୍କ ଶରୀରରେ ଏହି ଭାଇରସ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆମେରିକାରେ ଏନ୍‌ବି.୧.୮.୧ ପ୍ରଜାତିକୁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଭଲଭାବେ ଯାଞ୍ଚ କରୁଛନ୍ତି। ଚୀନ୍‌ ସମେତ ଏସିଆର ଅନେକ ଦେଶରେ ଏହି ପ୍ରଜାତି ମାଡ଼ି ଚାଲିଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏନ୍‌ବି.୧.୮.୧ ହେଉଛି ଜେଏନ୍‌.୧ ଗ୍ରୁପ୍‌ର ଏକ ଅଂଶବିଶେଷ। ଏହା ଅନ୍ୟ ପ୍ରଜାତିଠାରୁ ଅତି ସହଜରେ ବ୍ୟାପିଯାଇପାରେ। କିନ୍ତୁ ଏଥିଯୋଗୁଁ ଅତି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଭୟ ନାହିଁ।

Spread

SampurnaLive

Sampurna Live is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =https://sampurna.live Contact number-7846915522 Email-sampurnalive@gmail.com youtube.com/@sampurnalive

Leave a Reply

Your email address will not be published. Required fields are marked *